ଆନ୍ତର୍ଜାତୀୟ ରେକର୍ଡ଼ ଫେଷ୍ଟିଭାଲରେ ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ସଫଳତା

ଆନ୍ତର୍ଜାତୀୟ ରେକର୍ଡ଼ ଫେଷ୍ଟିଭାଲରେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ସଫଳତା । ଓ୍ୱାଲର୍ଡ଼ ରେକର୍ଡ଼ ୟୁନିୟନ ପକ୍ଷରୁ ସ୍ୱର୍ଣ୍ଣ ପଦକ ସହ ମାନପତ୍ର ପାଇଲେ ସତ୍ୟ ନାରାୟଣ ମହାରଣା ।

ଆନ୍ତର୍ଜାତୀୟ ରେକର୍ଡ଼ ଫେଷ୍ଟିଭାଲରେ ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ସଫଳତା

ଆନ୍ତର୍ଜାତୀୟ ରେକର୍ଡ଼ ଫେଷ୍ଟିଭାଲରେ ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ସଫଳତା

  • News18 Odia
  • Last Updated :
  • Share this:
News 18 Odia Digital

ବ୍ରହ୍ମପୁରବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କୁ ପୁଣି ମିଳିଲା ସଫଳତା । ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ବ୍ରହ୍ମପୁରର ସୁନାମ ରଖିଲେ ସତ୍ୟ । ନିଜର କଳାକୃତି ଦ୍ୱାରା କେବଳ ଯେ ସତ୍ୟ ପୁରସ୍କୃତ ହୋଇଛନ୍ତି ତାହା ନୁହେଁ ବରଂ ବ୍ରହ୍ମପୁର କଳାର ପରିଚୟ ମଧ୍ୟ ବିଶ୍ୱ ସାମ୍ନାରେ ରଖିଛନ୍ତି ।



ଗତ ୧୧ ତାରିଖରେ ଦିଲ୍ଲୀ ସ୍ଥିତ ସିରିଫର୍ଟ ଅଡ଼ିଟୋରିୟମରେ ସର୍ବବୃହତ ରେକର୍ଡ଼ଧାରୀ ମାନଙ୍କ ମହୋତ୍ସବ ତଥା ଆନ୍ତର୍ଜାତୀୟ ରେକର୍ଡ଼ ଫେଷ୍ଟିଭାଲ-୨୦୨୨ ଅନୁଷ୍ଠିତ ହୋଇଥିଲା । ଏଥିରେ ୭ଟି ଦେଶର ୧୦୦ ଜଣ ରେକର୍ଡ଼ଧାରୀ ଯୋଗ ଦେଇଥିବା ବେଳେ ଓଡ଼ିଶାରୁ ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ଯୋଗ ଦେଇଥିଲେ । ରେକର୍ଡ଼ଧାରୀ ମାନେ ନିଜ ନିଜ କଳାକୃତିକୁ ପ୍ରଦର୍ଶନ କରିବା ନିମନ୍ତେ ସେଠାରେ ପ୍ରଦର୍ଶନୀର ଆୟୋଜନ ହୋଇଥିଲା । ମୋଟ ୧୦୦ ଜଣ ରେକର୍ଡ଼ଧାରୀ ମାନଙ୍କ ପାଇଁ ୧୪ଟି ଷ୍ଟଲ କରାଯାଇଥିବା ବେଳେ ସତ୍ୟ ଏଥିରେ ସାମିଲ ହୋଇଥିଲେ । ସତ୍ୟ ନିଜର ଶ୍ରେଷ୍ଠ କଳାକୃତିକୁ ପ୍ରଦର୍ଶନ କରିଥିଲେ । ଯାହାଫଳରେ ବିଭିନ୍ନ ଦେଶରୁ ଆସିଥିବା ବହୁ ରେକର୍ଡ଼ଧାରୀ ଓ ଅତିଥି ମାନେ ସତ୍ୟଙ୍କ କଳାକୃତିକୁ ଦେଖି ପ୍ରଶଂସା କରିଥିଲେ । ଏହାସହିତ ତାଙ୍କୁ ଓ୍ୱାର୍ଲଡ଼ ରେକର୍ଡ଼ ୟୁନିୟନ ପକ୍ଷରୁ ସ୍ୱର୍ଣ୍ଣ ପଦକ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । 

‘‘ଦିଲ୍ଲୀରେ ହୋଇଥିବା ପ୍ରଦର୍ଶନୀରେ ବୋତାମରେ ନିର୍ମାଣ କରିଥିବା କନ୍ଧୁଣୀ ଦେବୀଙ୍କ କଳାକୃତି, ବିଶ୍ୱର ସର୍ବକ୍ଷୁଦ୍ରତ୍ତମ ରଥ, ଜଗନ୍ନାଥଙ୍କ ମୂର୍ତ୍ତି, କାଠରେ ତିଆରି ୧୨ ଦେବାଦେବୀ ଭଳି ବିଭିନ୍ନ କଳାକୃତି ପ୍ରଦର୍ଶନ କରିଥିଲେ ସତ୍ୟ । ଏଥିପୂର୍ବରୁ ଅନେକ ସମ୍ମାନ ପାଇଥିବା ବେଳେ ଆନ୍ତର୍ଜାତୀୟ ସ୍ତରରେ ଏଭଳି ସମ୍ମାନ ପାଇବା ତାଙ୍କ ପାଇଁ ଗର୍ବ ବୋଲି କହିଛନ୍ତି,‘‘ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ସତ୍ୟଙ୍କ ସଫଳତାକୁ ନେଇ ତାଙ୍କ ପରିବାର ଲୋକେ ଓ ସହରବାସୀ ମଧ୍ୟ ସତ୍ୟଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

ଦୀର୍ଘ ୨୦ ବର୍ଷ ହେବ ସତ୍ୟ ଏଭଳି ବିଭିନ୍ନ କଳାକୃତି କରି ଆସୁଛନ୍ତି । ଇତିମଧ୍ୟରେ ପ୍ରାୟ ୪୦ରୁ ଅଧିକ କଳାକୃତି ଇଣ୍ଡିଆ ବୁକ ଅଫ ରେକର୍ଡ଼, ଏସିଆ ବୁକ ଅଫ ରେକର୍ଡ଼, ଓ୍ୱାଲ୍ଡ ବୁକ ଅଫ ରେକର୍ଡ଼ ଭଳି ବିଭିନ୍ନ ରେକର୍ଡ଼ରେ ସାମିଲ ହୋଇସାରିଛି । ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନ ପାଇଥିବା ଯୋଗୁଁ ସତ୍ୟଙ୍କ ଆତ୍ମବିଶ୍ୱାସ ଆହୁରି ବୃଦ୍ଧିପାଇଛି । ସତ୍ୟଙ୍କ ଏଭଳି ସଫଳତାକୁ ନେଇ ପରିବାର ଲୋକେ ମଧ୍ୟ ବେଶ ଗର୍ବିତ । ତେଣୁ ଏହି ସମୟରେ ସରକାରଙ୍କ ପକ୍ଷରୁ ତାଙ୍କୁ ପ୍ରତ୍ସାହନ ଯୋଗାଇ ଦିଆଗଲେ ସତ୍ୟ ଆହୁରି ଆଗକୁ ଯିବେ । ଏବଂ ତାଙ୍କ ଦ୍ୱାରା ଅନେକ କଳାକାର ମଧ୍ୟ ଲୋକଲୋଚନାକୁ ଆସିପାରନ୍ତେ ବୋଲି କହିଛନ୍ତି,‘‘ ସତ୍ୟଙ୍କ ଭାଇ ଅଜୟ ମହାରଣା ।

ସତ୍ୟଙ୍କ ଦ୍ୱାରା ନିର୍ମିତ କଳାକୃତିକୁ ଦେଖିବାକୁ ପ୍ରତିଦିନ ସ୍ଥାନୀୟ ବାସିନ୍ଦାଙ୍କ ଭିଡ଼ ଜମିଥାଏ । କାରଣ ନିୟମିତ ଭାବେ ସତ୍ୟ କିଛି ନା କିଛି ନିଆରା କଳାକୃତି କରିଥାନ୍ତି । ଯାହାକି ପରବର୍ତ୍ତି ସମୟରେ ବିଭିନ୍ନ ରେକର୍ଡ଼ରେ ସାମିଲ ହୋଇଥାଏ । ତେଣୁ ସତ୍ୟ ଏଭଳି ଆହୁରି ସୁନ୍ଦର ସୁନ୍ଦର କଳାକୃତି କରି ବ୍ରହ୍ମପୁରର ନାମ ସୁନାମ କରନ୍ତୁ ବୋଲି କହିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା ରବି ପଟ୍ଟନାୟକ ।

ବାଲୁକା ଶିଳ୍ପୀ ସତ୍ୟ ମହାରଣା ପୂର୍ବରୁ ନିଜର ଅନେକ କଳାକୃତି ଯୋଗୁଁ ସେ ବହୁ ରେକର୍ଡ଼ରେ ସାମିଲ ହୋଇଥିବା ବେଳେ ଓଡ଼ିଶାରେ ସବୁଠାରେ ସେ ଅଧିକ ରେକର୍ଡ଼ରେ ସାମିଲ ହୋଇଥିବା ନେଇ ଦାବି ମଧ୍ୟ କରିଛନ୍ତି । ତେଣୁ ବ୍ରହ୍ମପୁର ତଥା ଗଞ୍ଜାମର କଳା ଓ କଳାକାରଙ୍କୁ ଆଗକୁ ବଢ଼ାଇବାକୁ ହେଲେ ସତ୍ୟ ଓ ତାଙ୍କ ଭଳି କଳାକାରଙ୍କୁ ପ୍ରତ୍ସାହନ ଯୋଗାଇଦେବା ଜରୁରୀ ହୋଇପଡ଼ିଛି ।
Published by:Soubhagya Mishra
First published: