ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂଆ ରେକର୍ଡ଼; ଚକରେ ନିର୍ମାଣ କଲେ ୫୧ଟି ଐତିହାସିକ ସ୍ଥଳୀ

୧ ଏମଏମରୁ ଆରମ୍ଭ କରି ୯ ଏମଏମ ପର୍ଯ୍ୟନ୍ତ ଚକ୍ ପିସରେ ସତ୍ୟ ୫୧ଟି ଐତିହାସିକ ସ୍ଥଳୀ ନିର୍ମାଣ କରିଛନ୍ତି। ଏହି ସମସ୍ତ ଐତିହାସିକ ସ୍ଥଳୀ ଏତେ ଛୋଟ ହୋଇଥିବା ବେଳେ ତାହା ପୁଣି ଚକ୍ ପିସ୍‌ରେ ନିର୍ମିତ ହୋଇଥିବା ଯୋଗୁଁ ଏହା ଭାରତରେ ବିରଳ।

ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂଆ ରେକର୍ଡ଼

ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂଆ ରେକର୍ଡ଼

  • Share this:
News18 Odia Digital

ବ୍ରହ୍ମପୁର: ଚକ୍ ପିସରେ ଐତିହାସିକ ସ୍ଥଳୀ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସାମିଲ ହେଲେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ଗତ ଜାନୁୟାରୀ ମାସରେ ସତ୍ୟ ଭାରତରେ ରହିଥିବା ୫୧ଟି ଐତିହାସିକ ସ୍ଥଳୀକୁ ନିର୍ମାଣ କରିଥିଲେ। ଏଥିମଧ୍ୟରେ ସବୁଠାରୁ ଛୋଟ ୧ ଏମଏମର ଲଳିତଗିରି ରହିଛି ।

୧ ଏମଏମରୁ ଆରମ୍ଭ କରି ୯ ଏମଏମ ପର୍ଯ୍ୟନ୍ତ ଚକ୍ ପିସରେ ସତ୍ୟ ୫୧ଟି ଐତିହାସିକ ସ୍ଥଳୀ ନିର୍ମାଣ କରିଛନ୍ତି। ଏହି ସମସ୍ତ ଐତିହାସିକ ସ୍ଥଳୀ ଏତେ ଛୋଟ ହୋଇଥିବା ବେଳେ ତାହା ପୁଣି ଚକ୍ ପିସ୍‌ରେ ନିର୍ମିତ ହୋଇଥିବା ଯୋଗୁଁ ଏହା ଭାରତରେ ବିରଳ। ତେଣୁ ସତ୍ୟଙ୍କ ଏହି ୫୧ଟି ଐତିହାସିକ ସ୍ଥଳୀର କଳାକୃତିକୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନି ପାଇପାରିଛି। ସତ୍ୟଙ୍କ ଏଭଳି ସଫଳତା ସହିତ ତାଙ୍କ କାରୁକାର୍ଯ୍ୟକୁ ନେଇ ବେଶ୍ ପ୍ରଶଂସା କରିଛନ୍ତି ସହରବାସୀ।

ଏପରି କଳାକୃତି ଯାହାକୁ କି ଖାଲି ଆଖିରେ ଦେଖିବା ମୁସ୍କିଲ। ଏଭଳି କିଛି କଳାକୃତି କରି ରେକର୍ଡ଼ ହାସଲ କରିଛନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ସେହିପରି ଏକ କ୍ଷୁଦ୍ର ତ୍ରିରଙ୍ଗା ମଧ୍ୟ କରିଛନ୍ତି ସେ। ୫୧ଟି ଐତିହାସିକ ସ୍ଥଳୀ ମଧ୍ୟରେ ରହିଛି କୋଣାର୍କ, ତାଜମହଲ, ଲାଲକିଲ୍ଲା, ବଦ୍ରିନାଥ, ଇଣ୍ଡିଆ ଗେଟ୍, କେଦାରନାଥ, ପୁଷ୍ପଗିରି, ତାରାତାରିଣୀ, ପୁରୀ ଶ୍ରୀମନ୍ଦିର, କପିଳାସ, ଲିଙ୍ଗରାଜ ମନ୍ଦିର, ଗୋକୁଳଧାମ, ରାଜାରାଣୀ ମନ୍ଦିର ଭଳି ଅନେକ ଐତିହାସିକ ସ୍ଥଳୀ। ମାତ୍ର ତିନି ଦିନ ସମୟ ମଧ୍ୟରେ ଏହି ସମସ୍ତ ଐତିହାସିକ ସ୍ଥଳୀ ନିର୍ମାଣ କରିଛନ୍ତି ସେ।

ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂଆ ରେକର୍ଡ଼


‘‘ଭାରତରେ ରହିଥିବା ଏହି ଐତିହାସିକ ସ୍ଥଳୀ ଗୁଡ଼ିକୁ କିଭଳି ଭାବେ ସଫାସୁତୁରା ରଖିବା ହେଉଛି ମୋ ଏହିକଳାକୃତିର ଉଦ୍ଦେଶ୍ୟ। ସଫାସୁତୁରା ରଖାଗଲେ ଏହି ଐତିହାସିକ ସ୍ଥଳୀ ଆହୁରି ଅଧିକ ନିଜର ମାଧୁର୍ଯ୍ୟ ପାଇପାରିବା ସହିତ ଏଥିପାଇଁ ଭାରତର ମଧ୍ୟ ସୁନାମ ହୋଇପାରିବ। ଚକ ପିସରେ ନିର୍ମିତ ହୋଇଥିବା ଏହି ୫୧ଟି ଐତିହାସିକ ସ୍ଥଳୀ ଇଣ୍ଡିଆ ରେକର୍ଡ଼ରେ ସାମିଲ ହୋଇଥିବା ଯୋଗୁଁ ମୁଁ ବେଶ ଖୁସୀ,’’ କହିଛନ୍ତି ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା।

‘‘ଚକ ପିସରେ ନିର୍ମିତ ହୋଇଥିବା ଏହି ଐତିହାସିକ ସ୍ଥଳୀକୁ ଦେଖିବା ନିମନ୍ତେ ଏବେ ସହରବାସୀଙ୍କ ଭିଡ଼ ଦେଖିବାକୁ ମିଳିଛି ସତ୍ୟଙ୍କ ଘରେ। ସତ୍ୟଙ୍କ ଘରକୁ ଆସି ସତ୍ୟଙ୍କ କଳାକୃତିକୁ ଦେଖି ତାଙ୍କୁ ବେଶ ସାଧୁବାଦ ଜଣାଉଛନ୍ତି ଲୋକେ। ଅତି କ୍ଷୁଦ୍ର ଭାବେ ସତ୍ୟ ସୁନ୍ଦର ସୁନ୍ଦର କଳାକୃତି କରିଥିବା ଯୋଗୁଁ ତାହା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ। କେବଳ ଯେ ରେକର୍ଡ଼ ପାଇଛନ୍ତି ସତ୍ୟ ତାହା ନୁହେଁ ବରଂ ତାଙ୍କର ଏହି କଳାକୃତି ଯୋଗୁଁ ବ୍ରହ୍ମପୁରର ସୁନାମ ମଧ୍ୟ ହୋଇପାରୁଛି। ତେଣୁ ଆଗାମୀ ଦିନରେ ଏଭଳି ଆହୁରି ସୁନ୍ଦର ସୁନ୍ଦର କଳାକୃତି କରନ୍ତୁ,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ଜଗନ୍ନାଥ ଚୌଧୁରୀ।

‘‘ଏହି ଚକ ପିସରେ ଐତିହାସିକ କଳାକୃତିକୁ ଛାଡ଼ି ଦେଲେ ପୂର୍ବରୁ ଅନେକ କଳାକୃତି କରିଛନ୍ତି ସତ୍ୟ। ଯାହାକି ବିଭିନ୍ନ ରେକର୍ଡ଼ରେ ମଧ୍ୟ ସାମିଲ ହୋଇପାରିଛି। ରଥଯାତ୍ରା ସମୟରେ କ୍ଷୁଦ୍ର ରଥ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ହେଉଥିବା ଯାତ୍ରା ସମୟରେ ମା'ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ବେଶ ପ୍ରଶଂସା ପାଇଛନ୍ତି। ସତ୍ୟଙ୍କ ଏହି କଳାକୃତି କେବଳ ଯେ ରେକର୍ଡ଼ କରୁଛି ତାହା ନୁହେଁ ବରଂ ପ୍ରତ୍ୟେକ କଳାକୃତି ପଛରେ କିଛି ନା କିଛି ସଚେତନତା ମୂଳକ ବାର୍ତ୍ତା ରହିଥିବା ଦେଖିବାକୁ ମିଳୁଛି,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ନାରାୟଣ।

ପୂର୍ବରୁ ଅନେକ କଳାକୃତି କରି ବିଭିନ୍ନ ରେକର୍ଡ଼ରେ ସାମିଲ ହୋଇଥିବା ସତ୍ୟ ଆଗାମୀ ଦିନରେ ମଧ୍ୟ ଏଭଳି ଆହୁରି କଳାକୃତି କରି ବିଭିନ୍ନ ସଚେତନତା ବାର୍ତ୍ତା ଲୋକଙ୍କୁ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବାଲୁ କାଶିଳ୍ପୀ ସତ୍ୟ ନାରାୟଣ ମହାରଣା।
Published by:Lipina Das
First published: