News 18 Odia Digital
ପୁରୀ; ଶ୍ରୀକ୍ଷେତ୍ର ବେଳାଭୂମିରେ ଭଳିକି ଭଳି ବାଳୁକା କଳା ଦେଖି ପର୍ଯ୍ୟଟକ ଖୁସିବ୍ୟକ୍ତ କରୁଛନ୍ତି । ପ୍ରତ୍ୟେକ ବର୍ଷ ଏହି ସାଣ୍ଡ ଆର୍ଟ ପାର୍କରେ ବିଭିନ୍ନ ବାଲୁକା କଳାକୁ ସ୍ଥାନିତ କରି ମାନସ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସନ୍ଦେଶ ଦେଇଥାନ୍ତି । ଏବର୍ଷ ମଧ୍ୟ ପ୍ରସିଦ୍ଧ କାର୍ଟୁନ ଚିତ୍ର ମଉନା ଓ ମଉଇ ଚରିତ୍ରର ବାଲୁକା କଳା ସହିତ ବେଳାଭୂମିକୁ ପରିଷ୍କାର ରଖିବା ପାଇଁ ମଧ୍ୟ ସନ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ଫାଇଟ ଏଗନଷ୍ଟ ଏଭିଲର ବାଲୁକା କଳା ମାଧ୍ୟମରେ ସନ୍ଦେଶ ଦେଇଛନ୍ତି । ଏହି ବାଲୁକା କଳା ପାର୍କକୁ ପୁରୀ ଜିଲ୍ଲାପାଳ ଉଦଘାଟନ କରିବାବେଳେ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ଗୋଟିଏ ଗୋଟିଏ ବାଲୁକାକଳା ପ୍ରସ୍ତୁତ କରିବାକୁ ମାନସଙ୍କୁ ୪ ଦିନ ଲେଖାଏଁ ସମୟ ଲାଗିଛି । ପ୍ରଶାସନ ତରଫରୁ ସହଯୋଗ ମିଳିଲେ ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟ ବଢିବା ସହିତ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରାଯାଇପାରିବ ବୋଲି ସେ କହିଛନ୍ତି ।
ଚଳିତ ଥରର ବାଲୁକା କଳା ନୂଆବର୍ଷ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ୍ ଖୁସି ଆଣିଦେବ । କାରଣ ଏ ବର୍ଷ ୟୁରୋପିୟାନ ଢାଞ୍ଚାରେ ବାଲୁକା ମୂର୍ତ୍ତି ଗୁଡିକ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏଠାରେ ସଚେତନତା ଭିର୍ତ୍ତିକ ବାଲୁକା କଳାମାନ ପ୍ରସ୍ତୁତ କରାଯାଇଛି । ପ୍ରସିଦ୍ଧ cartoon Moana and Maui ପୁରୀ ବେଳାଭୂମିକୁ ଆସି ପର୍ଯ୍ୟଟନ ମାନଙ୍କୁ "Keep the beach clean " ର ବାର୍ତ୍ତା ଦେଉଛନ୍ତି । ଅନ୍ୟ ବାଲୁକା କଳାଟି ନାରୀ ଶସକ୍ତିକରଣ ଉପରେ ପଯ୍ୟବେଷିତ କରାଯାଇଛି । ଏଥିରେ "Battle against Evil" ର ବାର୍ତ୍ତା ଦେଇଛନ୍ତି ମାନସ ସାହୁ । ଏହି Manas's Sand Art Park ଟି ବର୍ଷ ସାରା ଲୋକମାନଙ୍କ ପାଇଁ ଉନ୍ମୋଚନ କରାଯାଇଛି । ପୁରୀ ଆସୁଥିବା ସମସ୍ତ ପର୍ଯ୍ୟଟକ ସ୍ୱର୍ଣ୍ଣ ବେଳାଭୂମିକୁ ଉପଭୋଗ କରିବା ସହିତ ଲାଇଟ ହାଉସ ନିକଟରେ ଥିବା ମାନସ ସାହୁଙ୍କ ବାଲୁକା କଳାକୁ ଉପଭୋଗ କରିପାରିବେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।