ଧବଳମୁଖୀ ବେଶ ପାଇଁ ମା' ସମଲେଶ୍ବରୀଙ୍କ ମନ୍ଦିରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

କରୋନା କଟକଣା ପାଇଁ ଦୁଇ ବର୍ଷ ହେବ ଭକ୍ତମାନେ ମାଆ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦେଖି ପାରିନଥିଲେ। କିନ୍ତୁ ଏ ବର୍ଷ କରୋନା କଟକଣା ନ ଥିବାରୁ ଭକ୍ତମାନେ କିପରି ମାଆ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦେଖି ପାରିବେ ସେଥି ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ସୁବିଧା କରାଯାଉଛି।

ଧବଳମୁଖୀ ବେଶ ପାଇଁ ମା' ସମଲେଶ୍ବରୀଙ୍କ ମନ୍ଦିରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଧବଳମୁଖୀ ବେଶ ପାଇଁ ମା' ସମଲେଶ୍ବରୀଙ୍କ ମନ୍ଦିରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ସମ୍ବଲପୁର: ଧବଳମୁଖୀ ବେଶ ପାଇଁ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ମନ୍ଦିରକୁ ନୂଆ ରଙ୍ଗ କରାଯାଇଥିବା ବେଳେ ଭଲ ଭାବରେ ସଫା ସୁତୁରା କରାଯାଇଛି। ଏଥି ସହ ମାଆଙ୍କର ଅଳଙ୍କାର ଗୁଡିକୁ ମଧ୍ୟ ସଫା କରାଯାଇଛି।

ତେବେ କରୋନା କଟକଣା ପାଇଁ ଦୁଇ ବର୍ଷ ହେବ ଭକ୍ତମାନେ ମାଆ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦେଖି ପାରିନଥିଲେ। କିନ୍ତୁ ଏ ବର୍ଷ କରୋନା କଟକଣା ନ ଥିବାରୁ ଭକ୍ତମାନେ କିପରି ମାଆ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦେଖି ପାରିବେ ସେଥି ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ସୁବିଧା କରାଯାଉଛି।

ମହାଳୟାରେ ଅନୁଷ୍ଠିତ ହେବ ମାଆ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ। ବର୍ଷ ତମାତା ସିନ୍ଦୂର ବର୍ଣ୍ଣରେ ପୂଜା ପାଉଥିବା ମାଆ ସମଲେଶ୍ବରୀ କେବଳ ମହାଳୟାରେ ଧଳା ବର୍ଣ୍ଣରେ ଦର୍ଶନ ଦେଇଥାନ୍ତି। ସେଥି ପାଇଁ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ଚାଲିଛି ବ୍ୟାପକ ପ୍ରସ୍ତୁତି।

ମନ୍ଦିରକୁ ନୂଆ ରଙ୍ଗ କରାଯାଇଥିବା ବେଳେ ଭଲ ଭାବରେ ସଫା ସୁତୁରା କରାଯାଉଛି। ଏଥି ସହ ଧବଳମୁଖୀ ବେଶ ପାଇଁ ମାଆଙ୍କର ଅଳଙ୍କାର ଗୁଡିକୁ ମଧ୍ୟ ସଫା କରାଯାଇଛି। ମହାଳୟା ଦିନ ଭୋର ୪ଟାରେ ମାଆ ସମଲେଶ୍ବରୀଙ୍କୁ ଧବଳମଖୀ ବେଶ କରାଯାଇ ଆଳତି କରାଯିବ। ଏହା ପରେ ମାଆଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଛଡ଼ା ଯିବ।

ଧବଳମୁଖୀ ବେଶ ପାଇଁ ମାଆ ସମଲେଶ୍ବରୀଙ୍କ ମନ୍ଦିରକୁ ସଫା କରାଯିବା ସହ ମାଆଙ୍କର ଅଳଙ୍କାର ମଧ୍ୟ ସଫା କରାଯାଇଛି। ମହାଳୟାରେ ମାଙ୍କୁ ଏହି ଅଳଙ୍କାରରେ ସୁସଜ୍ଜିତ କରାଯିବ ବୋଲି ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି।

ଏଥି ସହିତ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାରିକେଟିଂ କରାଯିବା ସହ ପୋଲିସର ମଧ୍ୟ ବ୍ୟବସ୍ଥା କରାଯାଇଛି।

‘‘ଧବଳମୁଖୀ ବେଶ ଦର୍ଶନ କରିବା ପାଇଁ ବହୁତ ଭକ୍ତ ମନ୍ଦିରକୁ ଆସିଥାନ୍ତି। ସେଥି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି,’’ କହିଛନ୍ତି ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ।

ପ୍ରକାଶ ଥାଉକି ଆସନ୍ତା ୨୫ ତାରିଖ ମହାଳୟା ଦିନ ମାଆ ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସେହି ଦିନ ଠାରୁ ମାଆ ସମଲେଶ୍ବରୀଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ ହେବ।
Published by:Lipina Das
First published: