ଖସିଗଲା ପ୍ରେମିକା; ଫସିଗଲା ସ୍ବାମୀ; ପୋଲିସରେ ଜିମା ଦେଲେ ସ୍ତ୍ରୀ

ପ୍ରେମିକା ସହ ଥିବାବେଳେ ପହଞ୍ଚିଗଲେ ସ୍ତ୍ରୀ । ଘରର ପଛ ଗେଟ ଦେଇ ଖସିଗଲା ପ୍ରେମିକା କିନ୍ତୁ ଫସିଗଲା ସ୍ବାମୀ । ରାଜଧାନୀ ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳର ଏଭଳି ଘଟଣା ବେଶ ଚର୍ଚ୍ଚାକୁ ଆସିଛି ।

ସମୀର ବେଜ୍

ସମୀର ବେଜ୍

  • Share this:
News18 Odia Digital

ଭୁବନେଶ୍ଵର: ମହଙ୍ଗା ପଡିଲା ମିଛ କହି ଏକାଧିକ ବିବାହ । ପ୍ରେମିକା ସହ ଥିବାବେଳେ ପହଞ୍ଚିଗଲେ ସ୍ତ୍ରୀ । ଘରର ପଛଗେଟ ଦେଇ ଖସିଗଲା ପ୍ରେମିକା କିନ୍ତୁ ଫସିଗଲା ସ୍ବାମୀ । ରାଜଧାନୀ ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳର ଏଭଳି ଘଟଣା ବେଶ ଚର୍ଚ୍ଚାକୁ ଆସିଛି ।

ରମ୍ଭା ଅଞ୍ଚଳର ଅଭିଯୁକ୍ତ ସମୀର ବେଜ୍ ମାଟ୍ରିମନି ସାଇଟରେ ନିଜକୁ ସଫ୍ଟଓ୍ବେର ଇଞ୍ଜିନିୟର କହି କଟକ ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଫେକ୍ ଡ଼କ୍ୟୁମେଣ୍ଟ ଦେଖାଇ ବଡ ଚାକିରି କରିଥିବା ଦର୍ଶାଇଥିଲେ । କିନ୍ତୁ ବିବାହ ପରେ ସ୍ତ୍ରୀକୁ ନିର୍ଯ୍ୟାତନା ଦେବା ସହ ଅନ୍ୟ ଯୁବତୀଙ୍କ ସହ ରହୁଥିଲେ। ସ୍ତ୍ରୀ ତାଙ୍କୁ ପୋଲିସ ଜିମା ଦେଇଛନ୍ତି ।

ରାଜସ୍ଥାନ, ଦିଲ୍ଲୀ ସମେତ ଓଡ଼ିଶାରେ ଏକାଧିକ ବିବାହ କରିବା ସହ ଅଶ୍ଳୀଳ ଭିଡିଓ କରି ଯୁବତୀମାନଙ୍କୁ ବ୍ଳାକମେଲ କରୁଥିବା ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ । ବିବାହ ପରେ ସମୀର ଜଣେ ଠକ ଓ ଏମିତି ଅନେକ ଯୁବତୀଙ୍କୁ ଠକି ବିବାହ କରିଥିବା ଜାଣିବାକୁ ପାଇଥିଲେ । ପରେ ଆଉ ଜଣେ ଯୁବତୀଙ୍କୁ ନେଇ ଭୁବନେଶ୍ବରରେ ରହୁଥିବା ବେଳେ ଧରିଛନ୍ତି ପତ୍ନୀ । ସମୀରକୁ କୋଲକାତାରେ ନିଜ ଘରେ ଆଶ୍ରୟ ଦେଇଥିଲେ ରମ୍ଭା ଅଞ୍ଚଳର ଦୁଷ୍ମନ୍ତ। କୋଲକାତାରୁ ଦୁଷ୍ମନ୍ତଙ୍କ ଭଉଣୀକୁ ଫସାଇ ନେଇ ଆସିଥିଲା ସମୀର। ଖୋଜାଖୋଜି କରିବା ପରେ ସମୀରଙ୍କ ପତ୍ନୀଙ୍କ ସହାୟତାରେ ଆଜି ଭଉଣୀର ସନ୍ଧାନ ପାଇଛନ୍ତି ଦୁଷ୍ମନ୍ତ । ଭଉଣୀକୁ ରାଜସ୍ଥାନର ଏବ ବଡ ଲୋକ ଘରେ ବିକ୍ରି କରିବା ସହ ତାର ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିଥିବା ଦୁଷ୍ମନ୍ତ ଅଭିଯୋଗ କରିଛନ୍ତି ।

ସମୀରର ସବୁ ମୋବାଇଲ ଓ ଲାପଟପ୍ ଯାଞ୍ଚ କରିବାକୁ ଦାବି କରିଛନ୍ତି ଦୁଷ୍ମନ୍ତ । ଧରା ପଡିବା ପରେ ଅଭିଯୁକ୍ତ ସମୀର ଗଣମାଧ୍ୟମକୁ ଦେଖି ଲୁଚିଯାଇଥିଲା । ତେବେ ପୂର୍ବରୁ କଟକ ସଦର ଥାନାରେ ମାମଲା ରୁଜୁ ହୋଇଥିବାରୁ ଏୟାରଫିଲ୍ଡ ଥାନା ଅଭିଯୁକ୍ତଙ୍କୁ ସଦର ଥାନାକୁ ହସ୍ତାନ୍ତର କରିଛି ।
Published by:Soumya Das
First published: