'ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଉ"; ଓଡ଼ିଶାର ସ୍ବାସ୍ଥ୍ୟ ଭିତ୍ତିଭୂମିର ପୋଲ ଖୋଲିଲେ ସମୀର

ନୀତି ଆୟୋଗ ସୂଚକାଙ୍କରେ ଓଡ଼ିଶା ୧୮ ତମ ସ୍ଥାନରେ ରହିଛି। ପଞ୍ଚଦଶ ଅର୍ଥ କମିଶନ ରିପୋର୍ଟ ଅନୁଯାୟୀ ଡ଼ାକ୍ତର ସମସ୍ୟା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ୧୨ରେ ରହିଛି।

ଓଡ଼ିଶାର ସ୍ବାସ୍ଥ୍ୟ ଭିତ୍ତିଭୂମିର ପୋଲ ଖୋଲିଲେ ସମୀର (ପ୍ରତୀକାତ୍ମକ ଛବି)

ଓଡ଼ିଶାର ସ୍ବାସ୍ଥ୍ୟ ଭିତ୍ତିଭୂମିର ପୋଲ ଖୋଲିଲେ ସମୀର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବିଶ୍ବ ସ୍ବାସ୍ଥ୍ୟ ଦିବସରେ ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ଅବହେଳିତର ପରିସଂଖ୍ୟାନ ଦେଖାଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ନୀତି ଆୟୋଗ ସୂଚକାଙ୍କରେ ଓଡ଼ିଶା ୧୮ ତମ ସ୍ଥାନରେ ରହିଛି। ମୁଣ୍ଡ ପିଛା ୧୫୦୧ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଜାତୀୟ ହାର ରହିଛି ୧୯୪୪ ଟଙ୍କା।ପଞ୍ଚଦଶ ଅର୍ଥ କମିଶନ ରିପୋର୍ଟ ଅନୁଯାୟୀ ଡ଼ାକ୍ତର ସମସ୍ୟା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ୧୨ରେ ରହିଛି।

ରାଜ୍ୟରେ ପ୍ରତି ୧୮୬୪ ଲୋକଙ୍କ ପାଇଁ ଜଣେ ଡାକ୍ତର ଥିବା ବେଳେ ଜାତୀୟ ସ୍ତରରେ ୧୪୫୬ ଲୋକଙ୍କ ପାଇଁ ଜଣେ ଡାକ୍ତର ରହିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ପ୍ରତି ୧ଲକ୍ଷ ଲୋକଙ୍କ ପାଇଁ ମାତ୍ର ୫୯ ଶଯ୍ୟା ରହିଛି। ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଓଡ଼ିଶା ବହୁ ପଛରେ ରହିଛି।ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଫେଲ ମାରିଛି। ସବୁ ଜିଲ୍ଲାରେ ଏହାର ସଠିକ କାର୍ଯ୍ୟ କାରୀ ହେବାରେ ଫେଲ ମାରିଛି। ବିଶ୍ବର ସର୍ବବୃହତ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରାଯିବାକୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଦାଵି କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀ ଶ୍ରୀ ମହାନ୍ତି କହିଛନ୍ତି,"ଓଡ଼ିଶା ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । କ୍ୟାନସର ହସ୍ପିଟାଲ କେବଳ ପ୍ରଚାରରେ ସୀମିତ ରହିଛି । ଓଡ଼ିଶାବାସୀ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ ହୋଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଅନେକ ଥର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ସ୍ବାସ୍ଥ୍ୟ ଭିତ୍ତିଭୂମିର କିଛି କୋଠା ଘର କେବଳ ଛିଡ଼ା ହୋଇଛି । ଓଡିଶାର ୬୦ ଲକ୍ଷ ପରିବାର ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ ହୋଇଛନ୍ତି"।

ବିଜେପିର ୪୨ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ବିଜେପି ସାମାଜିକ ନ୍ୟାୟ ପକ୍ଷ ପାଳନ କରୁଛି । "ଗତ ୮ ବର୍ଷ ଧରି କେନ୍ଦ୍ର ସରକାର ୧୩୪ କୋଟି ଜନସଂଖ୍ୟା ପାଇଁ 'ଗୋଟିଏ ଦେଶ ଗୋଟିଏ ସ୍ବାସ୍ଥ୍ୟ' ସ୍ଲୋଗାନ ସହ ମିଶନ ମୋଡ଼ରେ ଯୋଜନା ହୋଇଛି । ୨୦୧୮ରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ମିଶନ ଇନ୍ଦ୍ରଧନୁଷରେ ଶିଶୁମାନଙ୍କୁ ଟୀକା, ଗର୍ଭବତୀ ମହିଳାମାନଙ୍କୁ ଟୀକା କରଣ, ଇ- ସଞ୍ଜୀବନି ଦ୍ୱାରା ୩ କୋଟି ଲୋକ ଉପକୃତ ହୋଇଛନ୍ତି । ୨୦୨୫ ସୁଦ୍ଧା ଟି.ବି. ମୁକ୍ତ ଭାରତ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ କେନ୍ଦ୍ର ମାଧ୍ୟମରେ ସମଗ୍ର ଭାରତରେ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦିଆ ଯାଉଛି । କୋଭିଡ ସମୟରେ ବିଶ୍ୱର ସର୍ବବୃହତ ଟୀକା କରଣ କାର୍ଯ୍ୟକ୍ରମ କରାଯାଇଛି," କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ଓ ଆୟୁଷ୍ମାନ୍ ଭାରତ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ। ପିସିସି ସଭାପତି କହିଛନ୍ତି,"ଏହି ଦୁଇଟି ଯୋଜନାକୁ ନେଇ ବିଜେପି ବିଜେଡି ରାଜନୀତି କରୁଛନ୍ତି। କେନ୍ଦ୍ର ଆୟୁଷ୍ମାନ୍ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କହୁଥିବା ବେଳେ ତାକୁ ଓଭର୍ କମ୍ କରି ରାଜ୍ଯ ଆଣିଛି ବିଜୁ ସ୍ଵସ୍ଥ୍ଯ କାର୍ଡ଼। ବାସ୍ତବିକ ଲୋକ ଏହାର୍ ସୁଫଳ ପାଉ ନାହାଁନ୍ତି। ଲୋକ ହଇରାଣ ହେବା ସହ ନ୍ୟାୟ ବି ପାଉ ନାହାଁନ୍ତି। ଏବେ ଉଭୟ ସରକାର ରାଜନୀତି ନକରି ଲୋକଙ୍କ ସ୍ୱାସ୍ଥ୍ଯ ସେବା ଉପରେ ଗୁରୁତ୍ଵ ଦିଅନ୍ତୁ"।

ଜବାବରେ ବିଜେଡି ସାଂସଦ ମୁନା ଖାଁ କହିଛନ୍ତି,"ବିଜୁ ସ୍ବସ୍ଥ୍ୟ କଲ୍ୟାଣ ଯୋଜନାରେ ସବୁ ବ୍ୟବସ୍ଥା ରହିଛି। ସ୍ୱସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାର ଭଲ କାମ କରିଛନ୍ତି। ବିଜୁ ସ୍ବସ୍ଥ୍ୟ କଲ୍ୟାଣ ଯୋଜନା ବହୁତ ଭଲ। ବହୁତ ଲୋକ ଉପକୃତ ହେଉଛନ୍ତି। ମହିଳାମାନେ ଅଧିକ ଉପକୃତ ହେଉଛନ୍ତି। ଆୟୁଷ୍ମାନ ଠାରୁ ଏହା ବହୁତ ଭଲ'।
Published by:Soumya Das
First published: