ନିଆଁରେ ଚାଲିଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା
- News18 Odia
- Last Updated :
- Other, India
News18 Odia Digital
ପୁରୀ: ଦଣ୍ଡ ପାଟୁଆ ଓ ମାନସିକଧାରୀମାନେ ନିଆଁରେ ଚାଲିଥାନ୍ତି। ନିକଟରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ନିଆଁରେ ଚାଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।
ପୁରୀ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସମଙ୍ଗ ପଞ୍ଚାୟତର ରେବତୀ ରମଣ ଗାଁରେ ଝାମୁ ଯାତ୍ରାରେ ସେ ସାମିଲ ହୋଇଥିଲେ । ସେ ସ୍ଥାନୀୟ ଇଷ୍ଟଦେବୀ ଝାଡେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କେଵଳ ରେବତୀରମଣ ନୁହଁ ସେ ଝାଡେଶ୍ୱରୀଙ୍କ ନିକଟରେ ମଧ୍ୟ ଭକ୍ତି ଅର୍ଘ୍ୟ ପ୍ରଦାନ କରିଛନ୍ତି । ନିଆଁରେ ଚାଲିଥିଲେ। କିନ୍ତୁ କୌଣସି ମାନସିକ ପାଇଁ କି ଅନ୍ଯ କୌଣସି କାରଣ ପାଇଁ ସେ ନିଆଁରେ ଚାଲିଛନ୍ତି ସେ ନେଇ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଗ୍ରାମବାସୀଙ୍କ ଏହି ପବିତ୍ର ଦିବସରେ ନିଜକୁ ସାମିଲ କରି ନିଜକୁ ଧନ୍ୟ ମନେ କରିଛନ୍ତି ସମ୍ବିତ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।