ପୁରୀ ‘ହାଜତ ମୃତ୍ୟୁ’: ରମେଶର ପରିବାରକୁ ଭେଟିଲେ ସମ୍ୱିତ ପାତ୍ର; ତାଙ୍କ ପାଇଁ ୧ କୋଟି ଟଙ୍କା ଦାବି କଲେ

ଦୁଇ ଦିନ ପରେ ପୋଲିସ ହେପାଜତରୁ ଫେରି ମୃତ କେ. ରମେଶଙ୍କ ଦାଦା କେ. ଆରେୟା କହିଛନ୍ତି ଯେ ତାଙ୍କୁ ଓ ତାଙ୍କ ଭାଇ-ଭାଉଜଙ୍କୁ ପୋଲିସ ଏକ ଅଜଣା ସ୍ଥାନରେ ରଖିଥିଲା । ରମେଶଙ୍କର ଅନ୍ତିମ ସଂସ୍କାର ବେଳେ ତାଙ୍କ ବାପାଙ୍କ ସହ ସେ ନିଜେ ମଧ୍ୟ ଉପସ୍ଥିତ ଥିଲେ ବୋଲି ସେ କହିଛନ୍ତି ।

ମୃତ କେ. ରମେଶ; (ଡାହାଣ) ତାଙ୍କ ପରିବାର ସହ ସମ୍ବିତ ପାତ୍ର

ମୃତ କେ. ରମେଶ; (ଡାହାଣ) ତାଙ୍କ ପରିବାର ସହ ସମ୍ବିତ ପାତ୍ର

  • Share this:
News18 Odia Digital

ପୁରୀ: କଥିତ ରୂପେ ପୋଲିସ ହାଜତରେ ମୃତ୍ୟୁ ବରଣ କରିଥିବା ପୁରୀ ଯୁବକ କେ. ରମେଶଙ୍କ ଘରକୁ ଯାଇ ତାଙ୍କ ଶୋକାତୁର ପରିବାରକୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରମେଶଙ୍କ ମୃତ୍ୟୁ ଏକ ‘‘ହାଜତ ମୃତ୍ୟୁ ନୁହେଁ, ବରଂ ହାଜତ ହତ୍ୟା’’ ବୋଲି କହି ତାଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ରାଜ୍ୟ ସରକାର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ମୃତ ୩୩ ବର୍ଷୀୟ କେ. ରମେଶଙ୍କ ପୁରୀ ମୋଚିସାହି ଘରେ ପହଞ୍ଚି କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଓ ପୋଲିସ କିଭଳି ଆଚରଣ କରିଥିଲା ଏ ସବୁ ବିଷୟରେ ପରିବାର ସଦସ୍ୟଙ୍କୁ ପଚାରି ବୁଝିଛନ୍ତି ପାତ୍ର । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିବା ପାତ୍ର ଦିନକ ଆଗରୁ ଦିଲ୍ଲୀରେ ଜାତୀୟ ମାନବାଧିକାର ଆୟୋଗରେ ପୁରୀର କଥିତ ହାଜତ ମୃତ୍ୟୁ ବିଷୟରେ ଏକ ଜ୍ଞାପନ ଦେଇ ତଦନ୍ତ ଦାବି କରିଥିଲେ ।

ଏହା ବି ପଢ଼ନ୍ତୁ | Bihar Polls: ଲଣ୍ଡନରେ ପଢ଼ି ଫେରିଥିବା ପୁଷ୍ପମ୍ ପ୍ରିୟା କହିଲେ ‘‘EVM ହ୍ୟାକ୍ ହୋଇ NDAକୁ ଗଲା ଭୋଟ୍’’

ଶୁକ୍ରବାର ଦିନ ରାଜ୍ୟ ସରକାର ପୁରୀ ଏସ୍‌.ପି. ଅଖିଳେଶ୍ୱର ସିଂଙ୍କୁ ସ୍ଥାନାନ୍ତର କରି ତାଙ୍କ ସ୍ଥାନରେ ସମ୍ବଲପୁରର ଏସ୍‌.ପି. କୱଁର ବିଶାଳ ସିଂଙ୍କୁ ପଦସ୍ଥାପିତ କରିଥିଲେ । ପୁରୀ ବାସେଳିସାହି ଥାନାର ତିନି ଜଣ କର୍ମଚାରୀଙ୍କୁ ବି ସରକାର ନିଲମ୍ବିତ କରିଥିଲେ ।

ରମେଶଙ୍କୁ ନଭେମ୍ବର ୧୮ ତାରିଖରେ ପୋଲିସ ଘରୁ ଉଠାଇ ନେଇଥିଲା ।


‘‘ଏହି ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କୁ ରାଜ୍ୟ ସରକାର ଦଣ୍ଡିତ କରନ୍ତୁ । ସେମାନଙ୍କ ନାଁରେ ଦଫା ୩୦୨ରେ ମାମଲା ରୁଜୁ କରାଯାଉ । ଏହା ଏକ ହାଜତ ମୃତ୍ୟୁ ଘଟଣା ନୁହେଁ; ଏଇଟା ଏକ ହାଜତ ହତ୍ୟା ଘଟଣା । ମୃତ ରମେଶ ଯେହେତୁ ତାଙ୍କ ପରିବାରର ରୋଜଗାରିଆ ସଦସ୍ୟ ଥିଲେ, ତେଣୁ ରାଜ୍ୟ ସରକାର ତାଙ୍କ ପରିବାରକୁ ଗୋଟିଏ କୋଟି ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି ମୁଁ ଦାବି କରିଛି,’’ ମୃତକଙ୍କ ପରିବାର ସହ ଦେଖା କରିବା ପରେ କହିଛନ୍ତି ପାତ୍ର ।

ଏହା ବି ପଢ଼ନ୍ତୁ | ବିବାହିତା ଶିକ୍ଷୟତ୍ରୀ ୧୫ ବର୍ଷୀୟ ଛାତ୍ର ସହ ଶାରୀରିକ ସମ୍ପର୍କ ରଖିଲେ, କହିଲେ, ‘‘ମୁଁ ଗର୍ଭବତୀ ହେଲି’’

ମୃତ ରମେଶଙ୍କ ବାପା ଓ ମା’ଙ୍କୁ ପୋଲିସ ‘‘ତୁରନ୍ତ ଓ ସମସ୍ତଙ୍କ ସାମନାରେ’’ ଛାଡ଼ିଦେଉ ବୋଲି ଦାବି କରି ପାତ୍ର କହିଛନ୍ତି, ‘‘ରମେଶଙ୍କ ବୁଢ଼ା ବାପା ଓ ମା’ଙ୍କୁ ସୁରକ୍ଷିତ ଭାବେ ଓ ସମସ୍ତଙ୍କ ସାମନାରେ ଛଡ଼ାଯାଉ । ସେମାନେ କେବଳ ରମେଶଙ୍କ ବାପା ମା’ ନୁହନ୍ତି, ସେମାନେ ଏହି ଘଟଣାର ସାକ୍ଷୀ ବି । କେତେବେଳେ ଓ କେଉଁ ପରିସ୍ଥିତିରେ ରମେଶକୁ ଉଠାଗଲା ଓ ତା’ ସାଙ୍ଗରେ କ’ଣ ହେଲା ଏ ସବୁ ବାପା ଓ ମା’ ଜାଣିଛନ୍ତି । ତାଙ୍କୁ ବନ୍ଦ କରି ରଖିବା ଅର୍ଥ ସାକ୍ଷୀମାନଙ୍କୁ ନ୍ୟାୟ ପ୍ରକ୍ରିୟାରୁ ଦୂରରେ ରଖାଯାଉଛି । ଏହା ନ୍ୟାୟସଙ୍ଗତ ନୁହେଁ ।’’

ସମ୍ବିତ ପାତ୍ରଙ୍କ ସହ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ରାଜ୍ୟ ଉପ-ସଭାନେତ୍ରୀ ପ୍ରଭାତୀ ପରିଡ଼ା ଓ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ରମେଶଙ୍କ ଘରକୁ ଯାଇଥିଲେ ।

ନୂଆ ପୁରୀ ଏସ୍.ପି. କୁୱଁର ବିଶାଳ ସିଂ


କଥିତ ହାଜତ ମୃତ୍ୟୁ ଘଟଣାର ପ୍ରତିବାଦରେ ପୁରୀରେ ବିଜେପି ଏକ ଶୋଭାଯାତ୍ରା ବି ଆୟୋଜନ କରିଥିଲା । ବିଜେପି ନେତାମାନେ ଗୁଣ୍ଡିଚା ମନ୍ଦିର ଠାରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଯାଇଥିଲେ । ଏହି ରାଲିରେ ସମ୍ବିତ ପାତ୍ର, ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରଭାତି ପରିଡ଼ା ଓ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ ।

ଏହା ବି ପଢ଼ନ୍ତୁ | ‘‘ପାକିସ୍ତାନ ଚୀନ୍ ସହ କେଉଁ ଦିନ ଭାରତ ଯୁଦ୍ଧ କରିବ ତାହା ମୋଦୀ ଠିକ୍ କରିସାରିଛନ୍ତି,’’ କହିଲେ UP BJP ଅଧ୍ୟକ୍ଷ

ରମେଶଙ୍କ ମୃତ୍ୟୁ ଘଟଣାରେ ବଦଳି ହୋଇଥିବା ପୁରୀ ଏସ୍‌.ପି. ଅଖିଳେଶ୍ବର ସିଂହ ଓ ବାସେଳିସାହି ଥାନା ଅଧିକାରୀ ଜୀବନ ନନ୍ଦ ଜେନାଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ବିଜେପି ନେତାମାନେ । ଏ ନେଇ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସେମାନେ ପୁରୀ ଜିଲ୍ଲାପାଳଙ୍କୁ ଦେଇଛନ୍ତି ।

ପୂର୍ବ ପୁରୀ ଏସ୍.ପି. ଅଖିଳେଶ୍ୱର ସିଂ


ଦୁଇ ଦିନ ପରେ ପୋଲିସ ହେପାଜତରୁ ଫେରିଛନ୍ତି ମୃତ କେ. ରମେଶଙ୍କ ଦାଦା କେ. ଆରେୟା । ସମଗ୍ର ଘଟଣା ବିଷୟରେ ସେ ନିଜ ମୁହଁ ଖୋଲି କହିଛନ୍ତି ଯେ ରମେଶଙ୍କୁ ପୋଲିସ ପିଟିପିଟି ମାରିଛି କି ନାହିଁ ସେ ଜାଣିନାହାନ୍ତି । ଏ ଦୁଇ ଦିନ ଭିତରେ ପୋଲିସ ତାଙ୍କୁ କୌଣସି ପିଟାମରା କରିନାହିଁ ବୋଲି ସେ କହିଛନ୍ତି । ତାଙ୍କ ଭାଇ ଓ ଭାଉଜଙ୍କ ସହ ତାଙ୍କୁ ପୋଲିସ କୌଣସି ଏକ ଅଜଣା ସ୍ଥାନରେ ରଖିଥିଲା ବୋଲି ସେ କହିଛନ୍ତି ।



ସ୍ବର୍ଗଦ୍ବାରରେ ରମେଶଙ୍କର ଅନ୍ତିମ ସଂସ୍କାର ବେଳେ ରମେଶଙ୍କ ବାପାଙ୍କ ସହ ସେ ନିଜେ ମଧ୍ୟ ଉପସ୍ଥିତ ଥିଲେ ବୋଲି କହିଛନ୍ତି ଆରେୟା । ‘‘ରମେଶଙ୍କ ବାପା ହିଁ ତାକୁ ମୁଖାଗ୍ନି ଦେଇଥିଲେ । ପୋଲିସର ନିର୍ଯାତନା ସମ୍ପର୍କରେ ମୁଁ କିଛି ଜାଣି ନାହିଁ । ସେ ସଂପର୍କରେ ମୋ’ ଭାଇ ଓ ଭାଉଜ ହିଁ ଯାହା କିଛି କହି ପାରିବେ,’’ କହିଛନ୍ତି ରମେଶଙ୍କ ଦାଦା କେ. ଆରେୟା ।
Published by:Anand ST Das
First published: