ଉଦଘାଟିତ ହେଲା ସମ୍ବଲପୁରର ବହୁ ପ୍ରତିକ୍ଷିତ ଫ୍ଲାଏ ଓଭର; ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି

ଉଦଘାଟିତ ହୋଇଯାଇଛି ସମ୍ବଲପୁର ଗୋଲବଜାର ଦେଇ ଯାଇଥିବା ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭର। ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହି ପୋଲର ଉଦଘାଟନ ଶୁକ୍ରବାର ଦିନ କରିଥିଲେ। ୧୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଫ୍ଲାଏ ଓଭର କାର୍ଯ୍ୟକ୍ଷମ ହେବା ପରେ ସମ୍ବଲପୁର ବାସୀ ବେଶ ଖୁସି ଅଛନ୍ତି।

ସମ୍ବଲପୁରର ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭରର ଆଜି ଉଦଘାଟନ

ସମ୍ବଲପୁରର ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭରର ଆଜି ଉଦଘାଟନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ସମ୍ବଲପୁର: ଉଦଘାଟିତ ହୋଇଛି ସମ୍ବଲପୁରର ବହୁ ପ୍ରତୀକ୍ଷିତ ଫ୍ଲାଏ ଓଭର। ଶୁକ୍ରବାର ଦିନ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହି ଫ୍ଲାଏ ଓଭରକୁ ଉଦଘାଟିତ କରି ଜନସାଧରଙ୍କ ସେବାରେ ସମର୍ପିତ କରିଥିଲେ।

୨୦୧୪ରେ ଫ୍ଲାଏ ଓଭରର ଶିଳାନ୍ୟାସ କରାଯାଇ ଥିଲା ଓ ୨୦୧୬ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସମ୍ବଲପୁରର କଚେରୀ ଛକ ଠାରୁ ଆରମ୍ଭ ହୋଇ ଥିବା ଏହି ଫ୍ଲାଏ ଓଭର ଧୁଚୁରାପଡା ପର୍ଯ୍ୟନ୍ତ ନିର୍ମାଣ କରା ଯାଇଛି। ବର୍ତ୍ତମାନ ଏହାର ଉଦଘାଟନ ହୋଇଥିବାରୁ ଲୋକ ଏହାକୁ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି।

୧୧୯ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଫ୍ଲାଏ ଓଭର କାର୍ଯ୍ୟକ୍ଷମ ହେଉ ଥିବାରୁ ସମ୍ବଲପୁର ବାସୀ ବେଶ ଖୁସି ଅଛନ୍ତି। ଏହି ଫ୍ଲାଏ ଓଭର ଉଦଘାଟନ ହେବା ପରେ ସମ୍ବଲପୁରର ସହର ଭିତରେ ଲୋକ ଯେଉଁ ଟ୍ରାଫିକ ସମସ୍ୟା ଭୋଗୁଥିଲେ ଏବେ ତାହା ଭୋଗିବାକୁ ପଡ଼ିବ ନାହିଁ ବୋଲି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଥିଲେ।
ରୋଧୀ ଦଳ ନେତା ଜୟ ନାରୟଣ ମିଶ୍ର କହିଥିଲେ,‘‘ଫ୍ଲାଏ ଓଭର ଶୀଘ୍ର କର୍ଯ୍ୟକ୍ଷମ ହେଉ ବୋଲି ସମ୍ବଲପୁର ବାସୀଙ୍କ ଦାବି ଥିଲା। ବର୍ତ୍ତମାନ ଏହାର ଉଦଘାଟନ ହୋଇ ଯାଇଥିବାରୁ ଲୋକ ଯାତାୟତ ପାଇଁ ଏହାକୁ ବ୍ୟବହାର କରି ପରିବେ।’’
Published by:Lipina Das
First published: