ଆସନ୍ତାକାଲି ପାଳନ ହେବ ସମ୍ବଲପୁରୀ ଦିନ୍; ସରକାରୀ କର୍ମଚାରୀ ପିନ୍ଧିବେ ସମ୍ବଲପୁରୀ ପୋଷାକ

ଅଗଷ୍ଟ ୧ ତାରିଖ ଦିନ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ପରିଧାନ କରିବା ନିମନ୍ତେ ଜିଲ୍ଳା ପ୍ରଶାସନ ତରଫରୁ କହୁଯାଇଛି।

ଆସନ୍ତାକାଲି ପାଳନ ହେବ ସମ୍ବଲପୁରୀ ଦିନ୍

ଆସନ୍ତାକାଲି ପାଳନ ହେବ ସମ୍ବଲପୁରୀ ଦିନ୍

  • News18 Odia
  • Last Updated :
  • Odisha (Orissa) | Sambalpur
  • Share this:
News18 Odia Digital

ସମ୍ବଲପୁର: ପ୍ରତି ବର୍ଷ ଅଗଷ୍ଟ ୧ ତାରିଖ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ବାର୍ଷିକୀକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରାଯାଏ। ସମ୍ବଲପୁରୀ ଦିନ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମ୍ବଲପୁରୀ ଭାଷା, କଳା ସଂସ୍କୃତି, ସାହିତ୍ୟ, ପରମ୍ପରାକୁ ଅଧିକ ପ୍ରଚାର ଓ ପ୍ରସାର କରିବା।

ଏଥି ପାଇଁ ଶନିବାର ସମ୍ବଲପୁର ସହରର ସମ୍ବଳ ଅନୁଷ୍ଠାନ, ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପ୍ରଥମେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରରୁ ବାହାରି ଥିବା ଏହି ବାଇକ ରାଲି ସହର ପରିକ୍ରମା କରିବା ଜେଲ ଛକରେ ପହଞ୍ଚି ଥିଲା। ଜେଲ ଛକରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଏହା ମାଧ୍ୟମରେ ସମ୍ବଲପୁରୀ ଦିନ୍ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇ ସମ୍ବଲପୁରୀ ଦିନକୁ ଧୁମଧାମରେ ମିଳିତ ଭାବରେ ପାଳନ କରିବାକୁ ଆହ୍ନାନ ଦିଆଯାଇଛି। ସମ୍ବଲପୁରୀ ଭାଷା, କଳା ସଂସ୍କୃତି, ସାହିତ୍ୟ, ପରମ୍ପରାକୁ ଅଧିକ ପ୍ରଚାର ପ୍ରସାର କରିବା ହେଉଛି ସମ୍ବଲପୁରୀ ଦିନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ସଦସ୍ୟ ପ୍ରମୋଦ ରଥ କହିଛନ୍ତି।

ପ୍ରଥମେ ଆମେ ସମଲେଶ୍ବରୀ ମନ୍ଦିରରୁ ବାଇକ ରାଲି ଆରମ୍ଭ କରି ଜେଲ ଛକରେ ପହଞ୍ଚିଥିଲୁ। ସେଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟର୍ପଣ କରିଲୁ ବୋଲି ସମ୍ବଳ ଅନୁଷ୍ଠାନ ର ସଂପାଦକ ସୁବ୍ରତ ପଣ୍ଡା କହିଛନ୍ତି।

କୋଭିଡ କଟକଣା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ସମ୍ବଳପୁରୀ ଦିନକୁ ନିଡାମ୍ବର ଭାବେ ପାଳନ କରାଉଥିଲା। କିନ୍ତୁ ଏବର୍ଷ କୋଭିଡ କଟକଣା ହଟି ଥିବାରୁ ଆଡମ୍ବରରେ ସମ୍ବଲପୁରୀ ଦିନ ପାଳନ ହେବ। ଅଗଷ୍ଟ ୧ ତାରିଖ ଦିନ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ପରିଧାନ କରିବା ନିମନ୍ତେ ଜିଲ୍ଳା ପ୍ରଶାସନ ତରଫରୁ କହୁଯାଇଛି।
Published by:Lipina Das
First published: