ଆର ପାରିରେ ସମ୍ବଲପୁରୀ ଅଭିନେତା ଅଟଳ ବିହାରୀ ପଣ୍ଡା; ‘ଶଲା ବୁଢ଼ା’ ଫିଲ୍ମ ପାଇଁ ଖ୍ୟାତ ହୋଇଥିଲେ

ଦୀର୍ଘ ୬୮ ବର୍ଷ ଧରି ମଞ୍ଚରେ ଅଭିନୟ କରିବା ପରେ ୮୩ ବର୍ଷ ବୟସରେ ସିନେମାରେ ପାଦ ଥାପି ଅସୁମାରି ପ୍ରଶଂସା ପାଇଥିଲେ ଅଟଳ ବିହାରୀ ପଣ୍ଡା । ମୁଖ୍ୟ ମନ୍ତ୍ରୀ କହିଲେ ତାଙ୍କ ବିୟୋଗ ‘‘ଓଡ଼ିଆ କଳା ଜଗତ ପାଇଁ ଅପୂରଣୀୟ କ୍ଷତି।’’

ଅଭିନେତା ଓ ନାଟ୍ୟକାର ଅଟଳ ବିହାରୀ ପଣ୍ଡା

ଅଭିନେତା ଓ ନାଟ୍ୟକାର ଅଟଳ ବିହାରୀ ପଣ୍ଡା

  • Share this:
News18 Odia Digital

ସମ୍ବଲପୁର: ‘ଆଦିମ ବିଚାର’ ଓ ‘ଶଲା ବୁଢ଼ାର ବଦଲା’ ଆଦି ଫିଲ୍ମରେ ନିଜ ଅଭିନୟ ପାଇଁ ପ୍ରଶଂସା ସାଉଣ୍ଟିଥିବା ବର୍ଷୀୟାନ ସମ୍ବଲପୁରୀ ଅଭିନେତା ଓ ନାଟ୍ୟକାର ଅଟଳ ବିହାରୀ ପଣ୍ଡାଙ୍କର ପରଲୋକ ହୋଇଛି । ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲ କଲୋଜ ଓ ହସପିଟାଲରେ ଭାର୍‌ ପ୍ରାୟ ୩ଟା ୪୫ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ନେଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।

ଗତ କିଛି ଦିନ ତଳେ ଅସୁସ୍ଥ ହୋଇ ଅଟଳ ବିହାରୀ ପଣ୍ଡା ବୁର୍ଲା ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେପ୍ଟିସେମିଆରେ ପୀଡିତ ହୋଇ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ସମ୍ବଲପୁର ତଥା ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ସବ୍ୟସାଚୀ ମହାପାତ୍ରଙ୍କ ଚର୍ଚ୍ଚିତ ଫିଲ୍ମ ‘ଆଦିମ ବିଚାର’ ଓ ‘ଶଳା ବୁଢ଼ାର ବଦଲା’ ଆଦି ଫିଲ୍ମରେ ନିଖୁଣ ଅଭିନୟ କରି ଅନେକ ପ୍ରଶଂସା ସାଉଣ୍ଟିଥିଲେ ପଣ୍ଡା । ସେ ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ଅଭିନୟ କରିଥିଲେ ।

ଏହା ବି ପଢ଼ନ୍ତୁ | ଏବେ ଆପଣ ବିନା କୌଣସି ଡକ୍ୟୁମେଣ୍ଟରେ ବି ଆଧାର କାର୍ଡ଼ ବନାଇ ପାରିବେ; ଜାଣନ୍ତୁ କେମିତି

୨୦ ଦିନ ତଳେ (ମେ ୧୬ ତାରିଖରେ) ତାଙ୍କ ପତ୍ନୀଙ୍କର ବିୟୋଗ ହୋଇଥିଲା । ପତ୍ନୀଙ୍କ ବିୟୋଗର ଦିନକ ପରଠାରୁ ଅଟଳ ବିହାରୀ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଆରମ୍ଭ କରିଥିଲା ।

୨୦ ଦିନ ତଳେ ତାଙ୍କ ପତ୍ନୀଙ୍କର ବିୟୋଗ ପରଠାରୁ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଆରମ୍ଭ କରିଥିଲା ।


ଏହା ବି ପଢ଼ନ୍ତୁ | ଟ୍ୱିଟରକୁ ସରକାର ‘ଶେଷ ଚେତାବନୀ’ ଦେଲେ; ବଡ଼ ନେତାଙ୍କ ବ୍ଲୁ ଟିକ୍ ହଟାଇବା ପରେ ପୁଣି ଫେରାଇଲା

ଅଟଳ ବିହାରୀ ପଣ୍ଡା ଅନେକ ଚଳଚିତ୍ରରେ ଅଭିନୟ କରିଛନ୍ତି। ମୁଖ୍ୟତଃ ସମ୍ବଲପୁରୀ ଚଳଚିତ୍ର ‘ସଲାବୁଢ଼ା’, ‘ଆଦିମ ବିଚାର’ ଓ ‘ସଲାବୁଢ଼ାର ବଦଲା’ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଲୋକଙ୍କ ମନକୁ ଛୁଇଁଥିଲା । ‘ସଲାବୁଢ଼ାର ବଦଲା’ ଚଳଚ୍ଚିତ୍ର ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ରର ପୁରସ୍କାର ଲାଭ କରିଥିଲା । ୧୯୪୪ରୁ ୨୦୧୨ ମସିହା ପର୍ଯ୍ୟନ୍ତ ପଣ୍ଡା ଷ୍ଟେଜ କଳାକାର ରହିଥିଲେ । ୮୩ ବର୍ଷ ବୟସରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମୋଦି-ମମତା କଳି ବଢୁଛି: ବେଙ୍ଗଲରେ ଟିକା ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ହଟାଇ ନିଜ ଫଟୋ ଛାପିଲେ ମମତା

ନିଜ ଅଭିନୟ ପ୍ରତିଭା ପାଇଁ ପଣ୍ଡା ବହୁ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ପୁରସ୍କାର ପାଇଛନ୍ତି । ଚଳିତ ବର୍ଷ ତାଙ୍କ ନାଁ ପଦ୍ମଶ୍ରୀ ଉପାଧି ପାଇଁ ବି ଯାଇଥିଲା । ସେ ୧୦୦ରୁ ଉର୍ଦ୍ଧ୍ବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସାହିତ୍ୟ ଏକାଡେମୀ ପୁରସ୍କାର, ଯାତ୍ରା ଏକାଡେମୀ ପୁରସ୍କାର, କୋଶଳ ରତ୍ନ ପୁରସ୍କାର ଓ ନାଟ୍ୟଜୋତି ପୁରସ୍କାର ସେଥିରୁ ଅନ୍ୟତମ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଜବରଦସ୍ତ୍ ବୋହୂ! ଗାଡ଼ି ମିଳିବାରୁ କରୋନା ପୀଡି଼ତ ଶ୍ୱଶୁରଙ୍କୁ କାନ୍ଧରେ ବୋହି ହସପିଟାଲ୍କୁ ନେଲେ

ଅଟଳ ବିହାରୀ ପଣ୍ଡା ୧୯୩୧ ମସିହା ଡିସେମ୍ବର ୧ ତାରିଖରେ ସୁବର୍ଣପୁର ଜିଲ୍ଳାରେ ଜନ୍ମ ଗ୍ରହଣ କରିଥିଲେ। ସେ ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ୩୦ଟି ସମ୍ବଲପୁରୀ ନାଟକ, ୩୦ ଓଡ଼ିଆ ନାଟକ ଓ ଛଅଟି ଅପେରାରେ ଅଭିନୟ କରିଥିଲେ । ସେ ତିନିଟି ଉପନ୍ୟାସ ବି ଲେଖିଛନ୍ତି ।



ପଣ୍ଡାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ୱିଟ୍‌ କରି ଲେଖିଛନ୍ତି, ‘‘ଲୋକପ୍ରିୟ ଅଭିନେତା ତଥା ନାଟ୍ୟକାର ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। 'ସଲାବୁଢା', 'ଆଦିମ ବିଚାର' ପରି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଚିରସ୍ମରଣୀୟ କରି ରଖିବ। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।’’
Published by:Anand S.T. Das
First published: