ଖେଲୋ ଇଣ୍ଡିଆରେ ଓଡ଼ିଆ ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ; ମନୀଷାଙ୍କୁ ମିଳିଲା ସ୍ୱର୍ଣ୍ଣ

ସମ୍ବଲପୁର ବିଶ୍ୱବିଦ୍ୟାଳୟର ମନୀଷା ମେରେଲଙ୍କୁ ମହିଳା ଲଙ୍ଗ୍ ଜମ୍ପରେ ସ୍ୱର୍ଣ୍ଣ ପଦକ ମିଳିଛି । ଏହା ଓଡ଼ିଶା ପାଇଁ ଏ ପର୍ଯ୍ୟନ୍ତ ତୃତୀୟ ସ୍ୱର୍ଣ୍ଣ ପଦକ । ଖେଲୋ ଇଣ୍ଡିଆ ଖେଳ ସମାରୋହରେ ଓଡ଼ିଆ ଖେଳାଳିଙ୍କ ସାମଗ୍ରିକ ପ୍ରଦର୍ଶନ ରାଜ୍ୟ ପାଇଁ ନିରାଶାର କାରଣ ହୋଇଛି ।

ଖେଲୋ ଇଣ୍ଡିଆରେ ଓଡ଼ିଆ ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ; ମନୀଷାଙ୍କୁ ମିଳିଲା ସ୍ୱର୍ଣ୍ଣ
ମନୀଷା ମେରେଲ (ମଝି) ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
  • News18 Odia
  • Last Updated: February 29, 2020, 1:05 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଖେଲୋ ଇଣ୍ଡିଆରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମନୀଷା ମେରେଲଙ୍କୁ ମହିଳା ଲଙ୍ଗ୍‌ ଜମ୍ପରେ ସ୍ୱର୍ଣ୍ଣ ପଦକ ମିଳିଛି । ଏହା ଓଡ଼ିଶା ପାଇଁ ଏ ପର୍ଯ୍ୟନ୍ତ ତୃତୀୟ ସ୍ୱର୍ଣ୍ଣ ପଦକ । ଏହି ବିଶାଳ ଖେଳ ସମାରୋହରେ ଓଡ଼ିଆ ଖେଳାଳିଙ୍କ ସାମଗ୍ରିକ ପ୍ରଦର୍ଶନ ରାଜ୍ୟ ପାଇଁ ନିରାଶାର କାରଣ ହୋଇଛି ।

ଦେଶର ୧୫୯ଟି ବିଶ୍ବବିଦ୍ୟାଳୟରୁ ୩,୦୦୦ରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କୁ ପଦକ ତାଲିକାରେ ମିଳିନାହିଁ ଆଶାଜନକ ସଫଳତା । ଆର୍ଚେରୀ, ଭାରୋତ୍ତୋଳନ ଓ ଲଙ୍ଗ୍‌ ଜମ୍ପକୁ ବାଦ୍‌ ଦେଲେ ଅନ୍ୟ ଇଭେଣ୍ଟରେ ଓଡ଼ିଶାର ବିଶ୍ବବିଦ୍ୟାଳୟମାନଙ୍କ ପ୍ରଦର୍ଶନ ଖରାପ ରହିଛି । ଆଥଲେଟିକ୍ସରେ ଦୂତୀ ଚ଼ାନ୍ଦ ଓ ଅମୀୟ ମଲ୍ଲିକଙ୍କ ଉପରେ ରହିଛି ସମସ୍ତଙ୍କର ଆଶାଭରା ନଜର ।

ଏହି ବିଶାଳ ଖେଳ ସମାରୋହକୁ ସଳଫତାର ସହ ଆୟୋଜନ କରି ଓଡ଼ିଶା ସମସ୍ତଙ୍କୁ ପଛରେ ପକାଇଛି । ଆୟୋଜନକୁ ନେଇ ସାରା ଦେଶର କ୍ରୀଡ଼ାବିତ୍‌ ମଧ୍ୟ ବେଶ୍‌ ଉତ୍ସାହିତ । କିନ୍ତୁ ପଦକ ତାଲିକାରେ ରାଜ୍ୟକୁ ସଫଳତା ମିଳି ନ ଥିବାରୁ ରାଜ୍ୟବାସୀ ଓ ଖେଳ ସହ ଜଡ଼ିତ ଲୋକଙ୍କୁ ଘୋର୍‌ ନିରାଶାର ସାମନା କରିବାକୁ ହୋଉଛି ।

ଓଡ଼ିଶାର ଚ଼ାରିଟି ବିଶ୍ବବିଦ୍ୟାଳୟର ୨୦୦ରୁ ଅଧିକ କ୍ରୀଡ଼ାବିତ୍‌ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ସମାରୋହରେ ସାମିଲ ହୋଇଛନ୍ତି । କିଟ୍‌ ବିଶ୍ବବିଦ୍ୟାଳୟର ୧୦୦ କ୍ରୀଡ଼ାବିତ୍‌ଙ୍କ ସମେତ ଉତ୍କଳ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ଓ ସମ୍ବଲପୁର ବିଶ୍ବବିଦ୍ୟାଳୟର କ୍ରୀଡ଼ାବିତ୍‌ ଏଥିରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । କିନ୍ତୁ ଆର୍ଚେରୀ ଓ ଭାରୋତ୍ତୋଳନକୁ ବାଦ୍‌ ଦେଲେ ଅନ୍ୟ କୌଣସି ଇଭେଣ୍ଟରେ ଖାତା ଖୋଲିପାରିନାହାନ୍ତି ଓଡ଼ିଆ କ୍ରୀଡ଼ାବିତ୍‌ । ଗୁରୁବାର ଆୟୋଜିତ ଜୁଡୋ ପ୍ରତିଯୋଗିତାରେ ପୁଣି ନିରାଶା ମିଳିଛି । ସେ ଇଭେଣ୍ଟରେ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ମଣିପୁର ଓ ରାଜସ୍ଥାନ ବିଶ୍ବବିଦ୍ୟାଳୟର କ୍ରୀଡ଼ାବିତମାନେ ।

ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ମେଡାଲ୍‌ ଟ୍ୟାଲି


ସପ୍ତମ ଦିନରେ ଜୁଡୋ, ଭାରୋତ୍ତୋଳନ ଓ କୁସ୍ତି ରେ ୧୭ଟି ପଦକ ପାଇଁ ପ୍ରତିଦ୍ବନ୍ଦିତା ହୋଇଥିଲା । ପୂର୍ବରୁ ବୁଧବାର ଅନୁଷ୍ଠିତ ଭାରୋତ୍ତୋଳନ ଇଭେଣ୍ଟର ୫୫ କେଜି ମହିଳା ବର୍ଗରେ ରୌପ୍ୟ ଜିତିଥିଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରମିଳା କ୍ରିସାନୀ । ସେହି ପରି ଆର୍ଚେରୀ ସିଙ୍ଗଲ୍‌ସରେ ରୌପ୍ୟ ଜିତିଛନ୍ତି କିଟ୍‌ ବିଶ୍ବବିଦ୍ୟାଳୟର ରଞ୍ଜିତ ନାଏକ । ୭୦ ମିଟର ରିକର୍ଭ ବର୍ଗରେ ପଦକ ହାସଲ କରିଛନ୍ତି ରଞ୍ଜିତ । ଦଳଗତ ବର୍ଗରେ ସ୍ବର୍ଣ୍ଣ ଜିତିଛନ୍ତି କିଟ୍‌ ବିଶ୍ବବିଦ୍ୟାଳୟର କ୍ରୀଡ଼ାବିତ୍‌ । ଗୋଟିଏ ଦିନରେ ରଞ୍ଜିତ ନାଏକ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି ।

‘‘ଦଳଗତ ବର୍ଗରେ ପୂର୍ବରୁ ଏକାଧିକ ପଦ ହାସଲ କରିଛି । କିନ୍ତୁ ବ୍ୟକ୍ତିଗତ ବର୍ଗରେ ଏହା ମୋ’ର ପ୍ରଥମ ପଦକ । ପ୍ରଥମ ପଦାର୍ପଣରେ ପ୍ରଥମ ପଦକ ହାସଲ କରିଛି ମୁଁ । ସେଥିପାଇଁ ବହୁତ ଖୁସି ଲାଗୁଛି,’’ କହିଛନ୍ତି ରଞ୍ଜିତ । ଗୁରୁବାର ଭାରୋତ୍ତୋଳନର ୭୩ କେଜି ପୁରୁଷ ବର୍ଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ମନୋଜ କୁମାର ସାହୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ‘‘କଡା ମୁକାବିଲା କରି ସଫଳତା ମିଳିଛି । ସ୍ବର୍ଣ୍ଣ ପଦକ ପାଇ ବେଶ୍‌ ଖୁସି ଲାଗୁଛି,’’ କହିଛନ୍ତି ମନୋଜ ।

ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ୧୫ଟି ସ୍ବର୍ଣ୍ଣ ସହ ସମୁଦାୟ ୨୯ଟି ପଦକ ସହ ତାଲିକାର ଶୀର୍ଷରେ ରହିଛି ମହାରାଷ୍ଟ୍ର ପୁଣେର ସାବିତ୍ରୀବାଇ ଫୁଲେ ବିଶ୍ବବିଦ୍ୟାଳୟ । ଏଗାରଟି ସ୍ବର୍ଣ୍ଣ ସହ ସମୁଦାୟ ୩୨ଟି ପଦକ ପାଇ ଦ୍ବିତୀୟ ସ୍ଥାନରେ ରହିଛି ପଞ୍ଜାବ ବିଶ୍ବବିଦ୍ୟାଳୟ । ସେମିତି ୧୬ଟି ପଦକ ସହ ତୃତୀୟ ସ୍ଥାନରେ ରହିଛି କର୍ଣ୍ଣାଟକର ଜୈନ ବିଶ୍ବବିଦ୍ୟାଳୟ । ତିନିଟି ପଦକ ସହ ୧୭ତମ ସ୍ଥାନରେ ରହିଛି ଓଡ଼ିଶାର କିଟ୍‌ ବିଶ୍ବବିଦ୍ୟାଳୟ ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଦୁଇଟି ପଦକ ମିଳିଛି – ଭାରୋତ୍ତୋଳନ ୫୫ କେଜି ମହିଳା ବର୍ଗରେ ରୌପ୍ୟ ଓ ୭୩ କେଜି ପୁରୁଷ ସ୍ବର୍ଣ୍ଣ ପଦକ । ମହିଳା ହକି ଫାଇନାଲ୍‌ରେ ପ୍ରବେଶ କରିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ଆଥଲେଟିକ୍ସରେ ଦୂତୀ ଚ଼ାନ୍ଦ ଓ ଅମୀୟ ମଲ୍ଲିକଙ୍କ ଠାରୁ ପଦକ ଆଶା କରାଯାଉଛି ସ୍ୱର୍ଣ୍ଣ ପଦକ। ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ଭାଗ ନେଉଛନ୍ତି ଦୂତୀ ଚ଼ାନ୍ଦ ।
First published: February 29, 2020, 1:05 AM IST
corona virus btn
corona virus btn
Loading