ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Murder for Rs 100 only: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବ କୁଳପତିଙ୍କୁ ହତ୍ୟା କଲା ଜଣେ ମଦ୍ୟପ

Murder for Rs 100 only: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବ କୁଳପତିଙ୍କୁ ହତ୍ୟା କଲା ଜଣେ ମଦ୍ୟପ

Sambalpur University ex-VC murdered for Rs 100 only | ହାତରେ କୁରାଢ଼ିଟିଏ ଧରି ସେ ବେଡରୁମ୍‌ ଭିତରକୁ ପଶିଆସିଥିବାରୁ ତାକୁ ଗାଳି କରିଥିଲେ ଧୃବରାଜ ନାୟକ । ମଦ ପିଇବାକୁ ସେ ମାଗୁଥିବା ୧୦୦ ଟଙ୍କା ତାଙ୍କ ପାଖରେ ନାହିଁ ବୋଲି ସେ କହିଥିଲେ ।

Murder for Rs 100 only: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବ କୁଳପତିଙ୍କୁ ହତ୍ୟା କଲା ଜଣେ ମଦ୍ୟପ
ଧୃବରାଜ ନାୟକ; (ଡାହାଣ) ତାଙ୍କୁ ହସପିଟାଲକୁ ନିଆଯାଉଛି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଝାରସୁଗୁଡ଼ା: ମଦ ପାଇଁ ଟଙ୍କା ମାଗି ନିରାଶ ହେବା ପରେ ଜଣେ ବ୍ୟକ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଧୃବରାଜ ନାୟକଙ୍କୁ ଏକ କୁରାଢି଼ରେ ହାଣି ହତ୍ୟା କରିଛି । ଏହି ଘଟଣାକୁ ନେଇ ଝାରସୁଗୁଡ଼ା ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଖେଳିଯାଇଛି ଚାଞ୍ଚଲ୍ୟ । ନାୟକଙ୍କୁ ହତ୍ୟା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ କୁଅଁରମାଲ ଗାଁର ପ୍ରବୀଣ ଧାରୁଆ, ହେଲେ ନିକଟସ୍ଥ ଜଙ୍ଗଲରେ ଦୀର୍ଘ ଦୁଇ ଘଣ୍ଟାର ଖାନତଲାସୀ ପରେ ତାକୁ ଗିରଫ କରିଛି ପୋଲିସ ।

ଧୃବରାଜ ନାୟକଙ୍କୁ ପୂର୍ବରୁ ଜାଣିଥିବା ପ୍ରବୀଣ ଧାରୁଆ ରବିବାର ସକାଳେ ହାତରେ ଏକ କୁରାଢ଼ି ଧରି ତାଙ୍କ ଘର ଭିତରକୁ ପଶିଥିଲା । ନାୟକ ଦେଖିବା ବେଳକୁ ସେ ବେଡରୁମ୍‌ ଭିତରକୁ ଚାଲିଆସିଥିଲା । ତାକୁ ପଚାରିବାରୁ ସେ କହିଥିଲା ଯେ ତା’ର ୧୦୦ ଟଙ୍କା ଦରକାର ମଦ ପିଇବା ପାଇଁ । ସେହି କଥାକୁ ନେଇ ହୋଇଥିବା ଦୁଇ ତିନି ମିନିଟର ବଚସା ବେଳେ ପ୍ରବୀଣ ନିଜ ହାତରେ ଧରିଥିବା ଏକ କୁରାଢ଼ିରେ ନାୟକଙ୍କ ବେକରେ ଚୋଟ ମାରିଥିଲା ବୋଲି ପୋଲିସ ଓ ପରିବାର ଲୋକେ କହିଛନ୍ତି ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ

‘‘ସେ (ପ୍ରବୀଣ) ମଦ ପିଇବା ପାଇଁ ୧୦୦ ଟଙ୍କା ମାଗିବାରୁ ଇଏ (ଧୃବରାଜ ନାୟକ) କହିଥିଲେ ଯେ ତାଙ୍କ ପାଖରେ ଟଙ୍କା ନାହିଁ ଓ ସେ ଦେଇପାରିବେନି । ହେଲେ ସେ କହିଲା ‘ଦେଇ ଥା’, ମୋ’ର ଦରକାର ଅଛି ।’ ତା’ ପରେ ବାପା ତାକୁ ଗାଳି କଲେ । କହିଲେ ତୁ ବେଡରୁମ୍‌ ଭିତରକୁ କାହିଁକି ପଶିଛୁ ବିନା ପରମିଶନରେ? ଏହି ଗାଳିଗୁଲଜ ପରେ ବାପା ‘ମାରିଦେଲା, ମାରିଦେଲା’ ବୋଲି ଚିତ୍କାର କରିଥିଲେ । ଦେଖିବା ବେଳକୁ ବାପା ରକ୍ତାକ୍ତ ହୋଇପଡ଼ିଥିଲେ ଓ ସେ (ପ୍ରବୀଣ) ଘରୁ ଦୌଡ଼ି ପଳାଇଯାଇଥିଲା,’’ କହିଛନ୍ତି ଧୃବରାଜଙ୍କ ଜ୍ବାଇଁ ସ୍ବପ୍ନ କୁମାର ନାଏକ ।

ଏହା ବି ପଢ଼ନ୍ତୁ | ରିଲାଏନ୍ସ Jio ଆଣିଲା ନୂଆ ସ୍ମାର୍ଟଫୋନ୍ଜିଓଫୋନ୍ ନେକ୍ସଟ୍’; ଜଲ୍ଦି ବଜାରକୁ ଆସିବ ଏହି JioPhone Next

ଧର୍ମପତ୍ନୀଙ୍କ ସହ ଧୃବରାଜ ନାୟକ


ଧୃବରାଜଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ଆସିବେ ମାତ୍ରେ ସାରା ସହରରେ ଓ ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଥିଲା । ପୂର୍ବତନ କୁଳପତି ଧ-ବରାଜ ନାୟକ ଜଣେ ପରିବେଶପ୍ରେମୀ ଭାବେ ପଶ୍ଚିମ ଓଡ଼ିଶାରେ ଲୋକପ୍ରିୟ ଥିଲେ । ପୋଲିସକୁ ଏହି ଘଟଣାର ଖବର ତୁରନ୍ତ ଦିଆଯିବା ପରେ ଗୋଟିଏ ପୋଲିସ ଟିମ୍‌ ପହଞ୍ଚି ଅଭିଯୁକ୍ତ ପ୍ରବୀଣ ଧାରୁଆକୁ ଖୋଜିବା ଆରମ୍ଭ କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ଜଣେ ପ୍ରଡ୍ୟୁସର୍ ମୋତେ ହିରୋଙ୍କ ସହ ଶୋଇବାକୁ କହିଥିଲେସବୁ ଇଣ୍ଡଷ୍ଟ୍ରୀରେ ଏମିତି ହୁଏ…’’

‘‘ତୁରନ୍ତ ଆମ ପୋଲିସ ଫୋର୍ସ, ଜଙ୍ଗଲ ସାଥୀ ଓ ଗାଁ ଲୋକେ ମିଶି ପୂରା ସେହି ବହୁତ ବଡ଼ ଜଙ୍ଗଲକୁ ରେକି କଲେ । ଶେଷରେ ଅଭିଯୁକ୍ତକୁ ସେହି ଜଙ୍ଗଲରେ ଧରିବାରେ ଆମେ ସଫଳ ହେଲୁ । ଏବେ ତଦନ୍ତ ଚାଲିଛି । ହୁଏତ ତାଙ୍କ ମଧ୍ୟରେ କିଛି ଜମି ବିବାଦ ଥାଇପାରେ । ପୂର୍ବରୁ ମଧ୍ୟ ଥାନାରେ ମାମଲା ଥିଲା । ହତ୍ୟା ପଛରେ ସେହି ସବୁ କାରଣ ଥାଇପାରେ ବା ହଠାତ୍‌ ଉତ୍ୟକ୍ତ ହୋଇ ଲୋକଟା ଏମିତି କରିବସିଥିବ । ତଦନ୍ତରୁ ପ୍ରକୃତ କାରଣ ଜଣାପଡ଼ିବ,’’ କହିଛନ୍ତି ଝାରସୁଗୁଡ଼ା ଏସ୍‌.ପି.ବିକାଶ ଚନ୍ଦ୍ର ଦାଶ ।

ଏହା ବି ପଢ଼ନ୍ତୁ | ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ

ଘଟଣା ସମ୍ପପର୍କରେ ସୂଚନା ଦେଉଛନ୍ତି ଝାରସୁଗୁଡ଼ା ଏସ୍‌.ପି.ବିକାଶ ଚନ୍ଦ୍ର ଦାଶ ।


ମୃତ ଧୃବରାଜ ନାୟକଙ୍କ ପରିବାର ଲୋକଙ୍କ ଅଭିଯୋଗ ଓ ଅନ୍ୟ ସମସ୍ତ ଦିଗକୁ ନେଇ ପୋଲିସ ଏବେ ତଦନ୍ତ କରୁଛି । ଧୃବରାଜ ଅନ୍ଧାରୀ ଜଙ୍ଗଲର ସଂରକ୍ଷକ ଥିବାରୁ ହତ୍ୟା ପଛରେ ଜମିଜମା କିମ୍ବା ଗ୍ରାମ୍ୟ ବିବାଦ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏକ ପୋଖରୀ ନିର୍ମାଣକୁ ନେଇ ମଧ୍ୟ ବିବାଦ ରହିଥିବା ସାମନାକୁ ଆସିଛି । ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଝାରସୁଗୁଡ଼ା ଏସ୍‌.ପି. ।



‘‘ସେ (ଧୃବରାଜ ନାୟକ) ଜଣେ ଅମାୟିକ ଓ ଲୋକପ୍ରିୟ ବ୍ୟକ୍ତି ଥିଲେ । ଚାରିଆଡ଼େ ତାଙ୍କର ପ୍ରଶଂସା । ତାଙ୍କ ହତ୍ୟାରେ ଆମେ ସମ୍ପୂର୍ଣ୍ଣ ମର୍ମାହତ । ସେ ପିଲାଟା ଏତେ ବଡ଼ ଅନୈତିକ କାମ କରିଦେଲା ଯେ ଆମ ସମସ୍ତଙ୍କ ମନ ଭାଙ୍ଗିଯାଇଛି,’’ କହିଛନ୍ତି ଅବସରପ୍ରାପ୍ତ ଅଧ୍ୟାପକ ଗୋକୁଳ ପଟେଲ ।
Published by: Anand ST Das
First published: June 27, 2021, 8:09 PM IST