ଦିନେ କୁଲି ମଜୁରିଆ ଥିଲେ, ଏବେ YouTubeରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସମ୍ବଲପୁର ଯୁବକ

Sambalpur tribal youth Isak Munda earns in lakhs from YouTube videos | ଆଦିବାସୀ ଯୁବକ ଇଶାକ୍‌ ମୁଣ୍ଡା ପ୍ରଥମ ଭିଡିଓ ଅପଲୋଡ୍‌ କଲା ପରେ ତା’ ଉପରେ ହଜାର ହଜାର ଲୋକ କମେଣ୍ଟ୍‌ କରିଥିଲେ ଓ ତାଙ୍କର ଭିୟୁର୍‌ ସଂଖ୍ୟା ବଢି଼ଥିଲା । ୟୁଟ୍ୟୁବରୁ ଭଲ ରୋଜଗାର ହେଉଥିବାରୁ ସେ ଓ ତାଙ୍କ ସ୍ତ୍ରୀ ଚାରି ପିଲାଙ୍କ ସହ ଖୁସିରେ ଅଛନ୍ତି ।

ଦିନେ କୁଲି ମଜୁରିଆ ଥିଲେ, ଏବେ YouTubeରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସମ୍ବଲପୁର ଯୁବକ
ସ୍ତ୍ରୀ ସବିତା ଓ ଚାରି ପିଲାଙ୍କ ସହ ଗୋଟିଏ ଭିଡିଓରେ ଇଶାକ୍ ମୁଣ୍ଡା । (ଫଟୋ: ୟୁଟ୍ୟୁବ୍)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ଆଦିବାସୀ ଯୁବକ ଇଶାକ୍‌ ମୁଣ୍ଡା ଆଜିକୁ ବର୍ଷକ ତଳେ ଗାଁରେ କୁଲି ମଜୁରି କରି ପରିବାର ପୋଷୁଥିଲେ । ହେଲେ ଲକଡାଉନ୍‌ ସମୟରେ ଦିନେ ୟୁଟ୍ୟୁବ୍‌ ଦେଖୁ ଦେଖୁ ନିଜେ ଭିଡିଓ ବନେଇବାକୁ ତାଙ୍କର ମନ ହେଲା । ଗୋଟିଏ ସାଧାରଣ ସ୍ମାର୍ଟଫୋନ୍‌ କିଣି ସେଥିରେ ନିଜର ଖାଇବା ବିଷୟରେ ଏକ ଭିଡିଓ ବନେଇ ତାକୁ ପୋଷ୍ଟ୍‌ କରିଦେଲେ । ବାସ୍‌, ବିଶ୍ୱ ସାରା ସେହି ଭିଡିଓର ଲୋକପ୍ରିୟତା ଏତେ ବଢ଼ିଲା ଯେ ଇଶାକ୍‌ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବନେଇ ଗୋଟିଏ ପରେ ଗୋଟିଏ ଭିଡିଓ ପୋଷ୍ଟ କରି ଚାଲିଲେ । ଏବେ ସେ ସେଥିରୁ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ବୋଲି ଭାରି ଖୁସି ।

ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଳକ୍‌ ବାବୁପାଲି ଗାଁର ଇଶାକ୍‌ ମୁଣ୍ଡା ଏବେ ଜଣେ ସଫଳ ୟୁଟ୍ୟୁବର୍‌ । ଖାଇବା ଶୋଇବା ସହ ନିଜ ପରିବାରର ପ୍ରତି ମୁହୂର୍ତ୍ତର ଭିଡିଓ ଶେଆର୍‌ କରି ସେ ଖୁବ୍‌ ଲୋକପ୍ରିୟ ହୋଇଛନ୍ତି । ଗତ ବର୍ଷ ମାର୍ଚ୍ଚ ମାସରେ ସେ ପ୍ରଥମ ଭିଡିଓ ଅପଲୋଡ୍‌ କରିଥିଲେ । ତା’ ପରେ ‘ଇଶାକ ମୁଣ୍ତା ଇଟିଂ’ (ଅର୍ଥାତ୍‌ ‘ଇଶାକ୍‌ ମୁଣ୍ଡା ଖାଉଛନ୍ତି’) ନାମରେ ସେ ଖୋଲିଥିବା ୟୁଟ୍ୟୁବ୍‌ ଚ୍ୟାନେଲର ଲୋକପ୍ରିୟତା ବଢ଼ିଚାଲିଥିଲା । ଗତ ୧୫ ମାସରେ ସେ ପାଖାପାଖି ୨୫୮ଟି ଭିଡିଓ ଅପଲୋଡ୍‌ କରିଛନ୍ତି, ଆଉ ଏବେ ତାଙ୍କର ସବସ୍କ୍ରାଇବର୍‌ ସଂଖ୍ୟା ୭.୨୮ ଲକ୍ଷରୁ ଅଧିକରେ ପହଞ୍ଚିସାରିଛି ।

ଏହା ବି ପଢ଼ନ୍ତୁ | ଆତଙ୍କବାଦୀମାନେ ହତ୍ୟା କରି ଚାଲିଯିବା ପରେ ଯାଇ ମୁଁ କାନ୍ଦିପାରିଲି’: ପୁଲୱାମା ପୋଲିସ ଅଫିସରଙ୍କ ବୋହୁ

‘‘ୟୁଟ୍ୟୁବ୍‌ ଦେଖିବା ପରେ ମୁଁ ୩,୦୦୦ ଟଙ୍କାର ଇସ୍ୟୁରାନ୍ସ କରି ଗୋଟେ ମଧ୍ୟମ ଧରଣର ମୋବାଇଲ କିଣିଥିଲି ଓ ଭିଡିଓ ବନେଇବା ଆରମ୍ଭ କରିଥିଲି । ଆମର ଏହି ଗରିବ ଘରେ ମୁଁ ଓ ମୋ’ ପରିବାର କ’ଣ ଖାଉ ଓ କେମିତି ଖାଉ ତା’ରି ଉପରେ ଗୋଟେ ଭିଡିଓ ବନେଇ ଅପଲୋଡ୍‌ କରିଥିଲି । ସେହି ଭିଡିଓଟିକୁ ଢେର୍‌ ଲୋକ ପସନ୍ଦ କଲେ । ଏ ପର୍ଯ୍ୟନ୍ତ ମୋ’ଟ ୪ ଲକ୍ଷ ୯୯ ହଜାରୁ ବେଶୀ ଲୋକ ତାକୁ ଦେଖିଲେଣି । ତା’ ପରଠୁ ମୁଁ ଗୋଟେ ପରେ ଗୋଟି ଭିଡିଓ ବନେଇ ୟୁଟ୍ୟୁବରେ ଅପଲୋଡ୍‌ କରିବା ଆରମ୍ଭ କରିଥିଲି । ଏବେ ଭଲ ରୋଜଗାର ହେଉଛି,’’ କହିଛନ୍ତି ୩୫ ବର୍ଷୀୟ ଇଶାକ୍‌ ମୁଣ୍ଡା ।

ଏହା ବି ପଢ଼ନ୍ତୁ | Railway ଟିକେଟ୍ ବୁକିଂ ପାଇଁ ଏଣିକି ଦରକାର ହେବ ଏହି ଡକ୍ୟୁମେଣ୍ଟ୍; ଦଲାଲି ରୋକିବାକୁ ନୂଆ ନିୟମ ଆସୁଛି

ତାଙ୍କର ସେହି ପ୍ରଥମ ଭିଡିଓର ନାଁ ଥିଲା ‘ରାଇସ୍‌ ଆଣ୍ଡ୍‌ ଇଣ୍ତିୟାନ୍‌ ସମ୍ବର ଫାଷ୍ଟ୍‌ ଇଟିଂ’ । ଚାରି ମିନିଟ୍‌ ୧୨ ସେକେଣ୍ଡର ସେହି ଭିଡିଓରେ ଦେହରେ କେବଳ ଗଞ୍ଜିଟିଏ ପିନ୍ଧିଥିବା ଇଶାକ୍‌ ଥାଳିଏ ଭାତକୁ ଗୋଟେ କଞ୍ଚା ଟମାଟୋ, ଶାଗ ଭଜା, କଞ୍ଚା ଲଙ୍କା ଓ ଡାଲି ସହ ଖାଉଥିବା ଦେଖାଇଥିଲେ । ଓଡ଼ିଶାର ଜଣେ ଗରିବ ଆଦିବାସୀ ଯୁବକ ଅତି ସାଧାରଣ ଖାଦ୍ୟ ଆନନ୍ଦରେ ଖାଉଥିବା ଦୃଶ୍ୟ ଦେଶ ଓ ଦେଶ ବାହାର ଲୋକଙ୍କ ମନକୁ ଛୁଇଁଥିଲା । ଇଶାକଙ୍କ ପରବର୍ତ୍ତୀ ଭିଡିଓଗୁଡ଼ିକରେ ତାଙ୍କ ସ୍ତ୍ରୀ ସବିତା ମୁଣ୍ଡା ଓ ସେମାନଙ୍କ ଚାରି ପୁଅଝିଅ – ମୋନିସା, ପବିତ୍ର, ମୋନିକା ଓ ମହିମା – ପ୍ରାୟତଃ ଦେଖାଯାଆନ୍ତି ।

ଏଇଠି ଦେଖନ୍ତୁ ଇଶାକ୍‌ ମୁଣ୍ଡାଙ୍କ ପ୍ରଥମ ଭିଡିଓ:



ପ୍ରଥମ ଭିଡିଓ ଅପଲୋଡ୍‌ କଲା ପରେ ତା’ ଉପରେ ହଜାର ହଜାର ଲୋକ କମେଣ୍ଟ୍‌ କରିଥିଲେ ଓ ତାଙ୍କର ଭିୟୁର୍‌ ସଂଖ୍ୟା ବଢି଼ଥିଲା । ତା’ ପରେ ଇଶାକ୍‌ ନିଜ ସମ୍ପ୍ରଦାୟର ପରମ୍ପରା, ଚାଲି ଚଲଣି ଓ ଖାଦ୍ୟପେୟ ପ୍ରସ୍ତୁତି ବିଷୟରେ ଭିଡିଓ ସବୁ ବନେଇ ଅପଲୋଡ୍‌ କରିଥିଲେ । ସେଗୁଡ଼ିକ ବି ଖୁବ୍‌ ଲୋକପ୍ରିୟ ହୋଇଥିଲା ।

ଏହା ବି ପଢ଼ନ୍ତୁ | ଏକା ଥରକେ ୧୦ଟି ଶିଶୁ ଜନ୍ମ ଦେଲେ? ହେଲେ ସେ ଗର୍ଭବତୀ ଥିଲେ! ରେକର୍ଡ଼ ଅନ୍ୟ ମହିଳାଙ୍କର

‘‘ମୁଁଇ ତ ସାତ୍‌ କିଲାସ୍‌ ଯାଏଁ ପଢ଼ିଛି, ଆଉ ବେଶୀ ନାଇଁ ପଢ଼ି । ମୁଁଇ ଭାବିଲି ଆମ ଲାଇଫଷ୍ଟାଇଲର ଭିଡିଓ ଛାଡ଼ିମି, ଆମେ କାଣା ଖାଉଛୁଁ, କେନ୍ତା ରହୁଛୁଁ ସେଇ ଭିଡିଓ ଛାଡ଼ିମି । ଆମ ଗାଁ ଗହଲିରେ ନୂଆଁ ନୂଆଁ ପନିପରିବା, ଜଙ୍ଗଲରେ ନୂଆଁ ନୂଆଁ ପନିପରିବା, ଜଙ୍ଗଳି ଛତୁ, ବାଉଁଶ କରଡି଼, ଅଲଗା ଅଲଗା ଶାଗ ମିଲୁଛି । ତାକୁ ଖାଇବାର ବନେଇବାର କଥା ଦେଶ୍‌ ବିଦେଶର୍‌ ଲୋକେ ଜାଣିବେ,’’ କହିଛନ୍ତି ଇଶାକ୍‌ ମୁଣ୍ଡା ।

ଇଶାକ୍‌ ମୁଣ୍ଡା ନିଜ ଘର ପାଖରେ ଭିଡିଓ ବନାଉଛନ୍ତି ।


ତାଙ୍କର ଏହି ଅଭୁତପୂର୍ବ ସଫଳତାରେ ତାଙ୍କ ସ୍ତ୍ରୀ ସବିତା ମୁଣ୍ଡା ଖୁବ୍‌ ଖୁସି । ‘‘ଆମର ଘର ଭାଙ୍ଗିଯାଇଥିବା ଗୋଟିଏ ଭିଡିଓ ସେ ଅପଲୋଡ କରିଥିଲେ । ତାକୁ ବହୁ ଲୋକ ଦେଖିଲେ । ଭୁବନେଶ୍ଵରର ଗୋଟେ ସଂସ୍ଥା ପକ୍ଷରୁ ପକ୍କା ଘର ତିାରି ପାଇଁ ଆମକୁ ଆର୍ଥିକ ସହାୟତା ଆସିଥିଲା,’’ ଖୁସିରେ କହିଛନ୍ତି ସବିତା ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ

ଇଶାକ୍‌ ପ୍ରଥମ ଭିଡିଓ ଅପଲୋଡ କରିବା ଆରମ୍ଭ କରିବାର ତିନି ମାସ ପରେ ୨୦୨୦ ଜୁନ୍‌ ମାସରେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ପ୍ରଥମେ ୩୭,୦୦୦ ଟଙ୍କା ଆସିଥିଲା ବୋଲି ସେ କହିଛନ୍ତି । ତା’ ପରେ ପୁଣି ତିନି ମାସ ପରେ ଜୁଲାଇରେ ଆସିଲା ୫ ଲକ୍ଷ ଟଙ୍କା । ପୁଣି ପରେ ୮୩ ହଜାର ଟଙ୍କା ଆସିଥିଲା ବୋଲି ସେ କହିଛନ୍ତି ।



ଏହା ବି ପଢ଼ନ୍ତୁ | Actress Arrested: ଦୁର୍ବ୍ୟବହାର ଅଭିଯୋଗରେ ବଲିଉଡ ଅଭିନେତ୍ରୀ ପାୟଲ୍ ରୋହତାଗୀ ଗିରଫ ହେଲେ

‘‘ସେ ଆମର ସ୍ଥାନୀୟ ଆଦିବାସୀ ପରମ୍ପରା ବିଷୟରେ ଲଗାତର ଭିଡିଓ ବନେଇ ଛାଡୁଛି । ମୁଁ ହେଁସ (ଖଜୁରୀ ପତ୍ରରେ ତିଆରି ମ୍ୟାଟ୍‌) ତିଆରି କରୁଥିବା ବେଳର ଭିଡିଓ ବି ସେ ବନେଇ ଛାଡ଼ିଛି । ଲୋକେ ଏ ସବୁ ଭିଡିଓକୁ ପସନ୍ଦ କରୁଛନ୍ତି । ଏହା ଦ୍ୱାରା ଆମ ପରମ୍ପରା ଓ ସଂସ୍କୃତି ବିଷୟରେ ଦେଶ ଓ ବାହାରର ଲୋକେ ଜାଣୁଛନ୍ତି । ତାକୁ କିଛି ଟଙ୍କା ବି ମିଳୁଛି,’’ କହିଛନ୍ତି ଇଶାକଙ୍କ ଶ୍ୱଶୁର ଜୋସେଫ ମୁଣ୍ଡା ।



ଇଶାକ କହିଛନ୍ତି ଯେ ୟୁଟ୍ୟୁବ୍‌ ଭିଡିଓ ବନେଇ କେବଳ ଅର୍ଥ ରୋଜଗାର କରିବା ତାଙ୍କର ଲକ୍ଷ୍ୟ ନୁହେଁ । ନିଜ ସ୍ଥାନୀୟ ପରମ୍ପରାର ଗାରିମା ଓ ଏଥିରେ ଥିବା ନକରାତ୍ମକ ଚିନ୍ତାଧାରା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ତାଙ୍କର ଲକ୍ଷ ବୋଲି ସେ କହିଛନ୍ତି । ସେ ଖୁବ୍‌ ଖୁସି ଯେ ଆଉ ତାଙ୍କୁ କୁଲି ମଜୁରି କରିବାକୁ ପଡୁନାହିଁ ।
Published by: Anand ST Das
First published: July 6, 2021, 4:21 AM IST