ସମ୍ବଲପୁର ହେବ ରାଜ୍ୟର ପ୍ରଥମ ଭିକାରୀ-ମୁକ୍ତ ଜିଲ୍ଲା; ରହିବା ଖାଇବା ସୁବିଧା ସହ ୪୭ ଭିକାରୀ ଥଇଥାନ ହେଲେ

Sambalpur to be first beggar-free district in Odisha | ୨୫.୪୩ କୋଟି ଟଙ୍କା ବ୍ୟୟ ଅଟକଳରେ ୨୧ ଏକର ପରିମତ ଜାଗାରେ ତିଆରି ହୋଇଥିବା ଥଇଥାନ କେନ୍ଦ୍ରରେ ଥିବା ଭିକାରୀମାନଙ୍କୁ ଅଣ୍ଡା ଓ ମାଂସ ଖାଇବାକୁ ମିଳୁଛି । ମନୋରଞ୍ଜନ ଓ ଖେଳକୁଦ ପାଇଁ ଆବଶ୍ୟକ ସରଞ୍ଜାମ ଶୀଘ୍ର ଉପଲବ୍ଧ ହେବ ।

ଭିକ୍ଷୁକମାନଙ୍କ ପାଇଁ ତିଆରି ହୋଇଥିବା ଏକ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ

ଭିକ୍ଷୁକମାନଙ୍କ ପାଇଁ ତିଆରି ହୋଇଥିବା ଏକ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ

  • Share this:
News18 Odia Digital

ସମ୍ବଲପୁର: ରାଜ୍ୟର ପ୍ରଥମ ଭିକାରୀ ମୁକ୍ତ ଜିଲ୍ଲା ହେବ ସମ୍ବଲପୁର । ଆଉ ଏହି ଜିଲ୍ଲାର କୌଣସି ସ୍ଥାନରେ ରାସ୍ତା କଡ଼ରେ ଅସହାୟ ଅବସ୍ଥାରେ ଭିକାରୀମାନଙ୍କୁ ବୁଲୁଥିବା ଦେଖାଯିବ ନାହିଁ । ସମ୍ବଲପୁର ଜିଲ୍ଲାର ବୈଜାମୁଣ୍ଡାରେ ଅସହାୟ ବ୍ୟକ୍ତି ତଥା ଭିକ୍ଷୁକମାନଙ୍କୁ ଥଇଥାନ କରିବା ପାଇଁ ୨୧ ଏକର ପରିମତ ଜାଗାରେ ତିଆରି ହୋଇଛି ଏକ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ ।

ରାଜକୀୟ ପ୍ରାସାଦ ଭଳି ଦିଶୁଥିବା ଏହି ଦୁଇ ମହଲା ବିଶିଷ୍ଟ କମ୍ପ୍ଲେକ୍ସରେ ରହୁଥିବା ଭିକାରୀମାନଙ୍କୁ ଆଉ ସେମାନଙ୍କ ନିତିଦିନିଆ ଦୁଃଖ କଷ୍ଟ ଭୋଗିବାକୁ ପଡୁନାହିଁ । ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୈଜାମୁଣ୍ଡାରେ ୨୫.୪୩ କୋଟି ଟଙ୍କା ବ୍ୟୟ ଅଟକଳରେ ରାଜ୍ୟ ସରକାରଙ୍କ ଏହି ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ ନିର୍ମାଣ କରିଛନ୍ତି । ଏହି କେନ୍ଦ୍ରରେ ଅନେକ ସୁବିଧା ପାଉଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ଭିକାରୀମାନେ ।

ଏହା ବି ପଢ଼ନ୍ତୁ | ବିବାହର ମାତ୍ର ଚାରି ଦିନ ପରେ କନ୍ୟାର ମୃତ ଦେହ ଏକ ଆଟାଚି ଭିତରୁ ମିଳିଲା

୨୫ ଏକର ପରିମିତ ଏହି ଦୁଇ ମହଲା ବିଶିଷ୍ଟ କୋଠରୀ ସମୁହର ତଳ ମହଲାରେ ୪୫ଟି ରୁମ୍‌, ଦୁଇଟ ଡରମିଟୋରି, ଡାଇନିଙ୍ଗ ହଲ୍‌ ଓ ଅଫିସ ରହିଥିବା ବେଳେ ଉପର ମହଲାରେ ରହିଛି ୬୭ଟି ରୁମ୍‌ । ଏଠାରେ ମୋ’ଟ ୨୫୦ ଜଣଙ୍କ ରହିବା ପାଇଁ ବ୍ୟବସ୍ଥା ରହିଛି । ପୂର୍ବରୁ ଉଦଘାଟିତ ହୋଇସାରିଥିବା ଏହି ବିଲ୍ଡିଙ୍ଗରେ ଆନୁଷ୍ଠାନିକ ଭାବେ ଅନ୍ତେବାସୀମାନେ ରହିବା ଆରମ୍ଭ କରିଛନ୍ତି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସର୍ଭେ କରାଯାଇ ବସ ଷ୍ଟାଣ୍ଡ୍‌, ରେଳ ଷ୍ଟେସନ, ମନ୍ଦିର ଓ ମଲ୍‌ ଇତ୍ୟାଦି ବାହାରେ ବସୁଥିବା ଭିକାରୀମାନଙ୍କୁ ଚିହ୍ନଟ କରାଯିବା ପରେ ଏଠାକୁ ଆଣି ସେମାନଙ୍କୁ ଥଇଥାନ କରାଯାଇଛି ।

ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ ଭିତରେ ରହୁଥିବା ଭିକ୍ଷୁକମାନଙ୍କ ମଧ୍ୟରୁ କିଛି


ଏହା ବି ପଢ଼ନ୍ତୁ ଦେଖନ୍ତୁ VIRAL VIDEO | ଶାହରୁଖ ଖାନଙ୍କ ଏହି କଥାରେ ହସିଉଠିଥିଲେ ଅମିତାଭ ବଚ୍ଚନ; ଅଭିଷେକଙ୍କ ବିଷୟରେ ଥିଲା କଥାଟି

‘‘ସମ୍ବଲପୁରକୁ ଭିକାରୀ ମୁକ୍ତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରୁ ଉଦ୍ଧାର ହୋଇଥିବା ୪୭ ଜଣ ଭିକାରୀଙ୍କୁ ଏଠାରେ ଥଇଥାନ କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକ ଭିକ୍ଷା ବୃତ୍ତି କରୁଥିଲେ ତ ଆଉ କହାର ସମ୍ପର୍କୀୟ ନାହାନ୍ତି । ଏଠାରେ ସେମନଙ୍କ ଶୋଇବା ପାଇଁ ଖଟର ବ୍ୟବସ୍ଥା ସାଙ୍ଗକୁ ଖାଇବା ପିଇବା ବ୍ୟବସ୍ଥା ରହିଛି,’’ କହିଛନ୍ତି ଆଞ୍ଚଳିକ ଭିନ୍ନକ୍ଷମ ପୁନଃର୍ବାସ କେନ୍ଦ୍ରର ଅଧିକାରୀ ରବୀନ୍ଦ୍ର ନାଥ ଶତପଥି ।

ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ବିବାହିତା ଯୁବତୀ ନିଜ ପିଲାଙ୍କୁ ହତ୍ୟା କରିଥିଲେ, ପାଇଲେ ଆଜୀବନ କାରାଦଣ୍ଡ

ଅନ୍ତେବାସୀମାନଙ୍କୁ ସକାଳେ ଜଳଖିଆ ପରେ ଖରାବେଳେ ଓ ରାତିରେ ମିଲ୍‌ ଦିଆଯାଉଛି ବୋଲି ସେ କହିଛନ୍ତି । ‘‘ଆମକୁ ଏଠି ଅଣ୍ଡା ସାଙ୍ଗକୁ ମାଂସ ମଧ୍ୟ ଦିଆଯାଉଛି । ଏଠାରେ ରହିବାରେ କୌଣସି ଅସୁବିଧା ହେଉନି,’’ କହିଛନ୍ତି ଏହି କେନ୍ଦ୍ରରେ ଥଇଥାନ ହୋଇଥିବା ଯଶୋଦା ପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନନ୍ୟା ପାଣ୍ଡେଙ୍କ ଭଉଣୀ ଆଲାନା ପାଣ୍ଡେଙ୍କୁ ତାଙ୍କ ବୟଫ୍ରେଣ୍ଡ୍ ରୋମାଣ୍ଟିକ୍ ଷ୍ଟାଇଲରେ ପ୍ରପୋଜ୍ କଲେ KISS କଲେ

ଉନ୍ନତ ମାନର ଖାଦ୍ୟପେୟ ଓ ରହଣି ସୁବିଧା ସହକିତ ଏହି କେନ୍ଦ୍ରରେ ଅନ୍ତେବାସୀମାନଙ୍କ ମନୋରଞ୍ଜନ ଓ ଖେଳକୁଦ ପାଇଁ ଆବଶ୍ୟକ ସରଞ୍ଜାମ ଶୀଘ୍ର ଉପଲବ୍ଧ ହେବ ବୋଲି କହିଛନ୍ତି ଅଧିକାରୀମାନେ । ଅନ୍ତେବାସୀମାନଙ୍କ ଦେହ ସୁସ୍ଥ ରଖିବା ପାଇଁ ଯୋଗ ଓ ଚିକିତ୍ସା ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ । ସମ୍ବଲପୁର ଜିଲ୍ଲାକୁ ଭିକାରୀ ମୁକ୍ତ କରିବା ଦିଗରେ ଜିଲ୍ଲା ପ୍ରଶାସନର ଏହି ପ୍ରୟାସକୁ ସାଧାରଣରେ ସ୍ୱାଗତ କରାଯାଉଛି ।
Published by:Anand S.T. Das
First published: