ମାତା ପାର୍ବତୀଙ୍କ କନ୍ୟା ଦାନ କରିବାର ସୁଯୋଗ ଦେଇଥାଏ ସମ୍ବଲପୁରର ଶୀତଳ ଷଷ୍ଠୀ

ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଜୁନ ୪ ତାରିଖରେ ସମ୍ବଲପୁରରେ ବଡ଼ ଧୁମଧାମରେ ଆୟୋଜିତ ହେବ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ। ସମ୍ପୂର୍ଣ୍ଣ ଲୋକାଚାରରେ ଏହି ବିବାହ ଅନୁଷ୍ଠିତ ହେବ।

ମାତା ପାର୍ବତୀଙ୍କ କନ୍ୟା ଦାନ କରିବାର ସୁଯୋଗ ଦେଇଥାଏ ସମ୍ବଲପୁରର ଶୀତଳ ଷଷ୍ଠୀ

ମାତା ପାର୍ବତୀଙ୍କ କନ୍ୟା ଦାନ କରିବାର ସୁଯୋଗ ଦେଇଥାଏ ସମ୍ବଲପୁରର ଶୀତଳ ଷଷ୍ଠୀ

  • Share this:
News18 Odia Digital

ସମ୍ବଲପୁର: କନ୍ୟାଦାନ ମହାପୁଣ୍ୟ। ଆଉ ଯଦି କନ୍ୟାଟି ସାଧାରଣ କନ୍ୟାଠାରୁ ଅଲଗା ଅର୍ଥାତ ମାତା ପାର୍ବତୀଙ୍କ ଭଳି ହୁଏ ତାହାଲେ ଏଭଳି କନ୍ୟାଦାନର ପୁଣ୍ୟ ଅର୍ଜନ କରିବାକୁ କିଏ ବା ନ ଚାହିଁବ। ପ୍ରତିବର୍ଷ ଏମିତି ଏକ ଅବସର ଆଣିଦେଇଥାଏ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା। ଦେବୀ ପାର୍ବତୀଙ୍କୁ କନ୍ୟା ରୂପରେ ପାଇବା ଓ ଜ୍ବାଇଁ ଭାବେ ମହାଦେବଙ୍କୁ ପାଇବା ବହୁ ଭକ୍ତ ଅପେକ୍ଷା କରିଥାନ୍ତି ବର୍ଷ ବର୍ଷ ଧରି। ତେବେ କିଛି ଭାଗ୍ୟବାନ ଲୋକଙ୍କୁ ହିଁ ଏଭଳି ସୁଯୋଗ ମିଳିଥାଏ। ଯେଉଁମାନେ ଏହି ସୁଯୋଗ ପାଇ ଯାଆନ୍ତି ସେମାନେ ନିଜକୁ ସବୁଠୁ ଭାଗ୍ୟବାନ ମନେ କରନ୍ତି।

ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଜୁନ ୪ ତାରିଖରେ ସମ୍ବଲପୁରରେ ବଡ଼ ଧୁମଧାମରେ ଆୟୋଜିତ ହେବ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ। ସମ୍ପୂର୍ଣ୍ଣ ଲୋକାଚାରରେ ଏହି ବିବାହ ଅନୁଷ୍ଠିତ ହେବ। ଏହି ବିବାହର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ସାଧାରଣ ମଣିଷ ସାଜିବେ ଦେବୀ ପାର୍ବତୀଙ୍କ ପିତାମାତା ଓ ମହାଦେବଙ୍କୁ ସେମାନେ ପାଇବେ ଜ୍ବାଇଁ ଭାବେ। ଏଭଳି ଏକ ବିବାହ ଆୟୋଜନ କରିବାର ସୁଯୋଗ ପାଇବା ପାଇଁ କିଏ ବା ନ ଚାହିଁବ। ଚଳିତ ବର୍ଷ ଝାଡ଼ୁଆପଡାର କନ୍ୟା ପିତାମାତା ଭାବେ ସୁଯୋଗ ପାଇଛନ୍ତି ସମ୍ବଲପୁର ପୋଦାର କଲୋନିର ସୁନିଲ ବରେଲିଆ ଓ କବିତା ଅଗ୍ରୱାଲ। ଦୀର୍ଘ ବର୍ଷ ହେଲା ପାର୍ବତୀଙ୍କୁ ବିବାହ ଦେବା ପାଇଁ ଇଚ୍ଛା କରିଥିଲେ ଉଭୟ।

ଏ ବର୍ଷ ସୁଯୋଗ ମିଳିଥିବାରୁ ପରିବାର ଖୁସି ନକହିଲେ ସରେ । ପୂର୍ବରୁ ବରେଲିଆ ପରିବାର ନିଜର ବଡ଼ ଝିଅଙ୍କ ବିବାହ ସରିଥିବା ବେଳେ ଦେବୀ ପାର୍ବତୀଙ୍କୁ କନ୍ୟା ରୂପେ ପାଇ ଆମେ ନିଜ ଦ୍ବିତୀୟ କନ୍ୟା ଭାବେ ପାଇଥିବାରୁ ବେଶ ଖୁସ। ଏଥି ପାଇଁ ନିଜର ସବୁ ବନ୍ଧୁ ବାନ୍ଧବମାନଙ୍କୁ ନିମନ୍ତ୍ରଣ ସରିଛି। ମାତା ପାର୍ବତୀଙ୍କୁ ବିବାହରେ ଉପହାର ଦେବା ପାଇଁ ସବୁ ଜିନିଷ କିଣା ସରିଛି । ମାତା ପାର୍ବତୀଙ୍କ ବିବାହ ଦେବା ପାଇଁ ବହୁତ ଦିନରୁ ଆଶା ଥିଲା। ଏବେ ତାହା ପୂରଣ ହେବକୁ ଯାଉଥିବାରୁ ଆମେ ମାନେ ବେଶ ଖୁସି ଅଛୁ ବୋଲି ଝାଡୁଆପଡ କନ୍ୟା ପିତା ସୁନିଲ ବରେଲିଆ କହିଛନ୍ତି ।

ବିବାହ ପାଇଁ ରୁଦ୍ରାକ୍ଷ, ସୁନା ମାଳି, ରୂପା ତ୍ରିଶୂଳ, ରୂପା ବେଲପତ୍ର, ଡମ୍ବରୁ ଓ ମାତା ପାର୍ବତୀଙ୍କ ପାଇଁ ସୁନା ମାଳି, ନଥ ସୁନା ଚୁଡି, ପାଉଁଜି ସମେତ ସବୁ ଘରକରଣା ସାମଗ୍ରୀ କିଣା ସରିଛି ବୋଲି ଝାଡୁଆପଡ କନ୍ୟା ମାତା କବିତା ଅଗ୍ରୱାଲ କହିଛନ୍ତି।

ସେହି ଭଳି ନନ୍ଦପଡାର ବାଲୁଙ୍କେଶ୍ୱର ବାବାଙ୍କୁ କନ୍ୟା ଦାନ କରିବେ ଗୋଲବଜାର ନିବାସୀ ଗିରିସ ପଟେଲ ଓ ହଂସା ପଟେଲ। ଦୀର୍ଘ ବର୍ଷ ହେଲା ଶିବ ବିବାହ କରିବାର ଇଚ୍ଛା ରହିଥିଲେ ସୁଦ୍ଧା ଏବର୍ଷ ସୁଯୋଗ ମିଳିଥିବାରୁ ସେମାନଙ୍କର ଖୁସି କହିଲେ ନ ସରେ। ବିବାହରେ ଯୋଗ ଦେବା ପାଇଁ ନିଜର ଜ୍ଞାତି କଟୁମ୍ବ, ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ସାରିଲାଣି।

ବିବାହ ପାଇଁ ପାଟ ଶାଢ଼ୀ, କଂସା ବାସନ, ସୁନା ଗହଣା ଠୁ ଆରମ୍ଭ କରି କନ୍ୟା ବିବାହ ପାଇଁ ଯାହା ଦରକାଏ ସବୁ କିଣା ସାରିଛି। ଯୌତୁକ ପାଇଁ ମଧ୍ୟ ସବୁ କିଛି କିଣା ସାରିଲାଣି। ଗିରିଶ ପଟେଲ ଗୁଜୁରାଟର ମୂଳ ବାସିନ୍ଦା ହୋଥିବାରୁ ଶିବ ବିବାହ ପାଇଁ ଗୁଜୁରାଟରୁ ବନ୍ଧୁବାନ୍ଧବକୁ ଡାଯାଇଥିବା କହିଛନ୍ତି।

ଶିବ ପାର୍ବତୀଙ୍କୁ ଝିଅ ଓ ଜ୍ବାଇଁ ଭାବରେ ପାଇ ଆମେ ବେଶ ଖୁସି। ଭଗବାନରେ ଇଚ୍ଛାରେ ଆମକୁ ଏହି ସୁଯୋଗୁ ମିଳି ଥିବାରୁ ନିଜକୁ ବହୁତ ଧନ୍ୟ ମନେ କରୁଛୁ ବୋଲି ନନ୍ଦପଡା କନ୍ୟାପିତା ଗିରିଶ ପଟେଲ କହିଛନ୍ତି। ମାତା ପାର୍ବତୀଙ୍କ ବିବାହ ପାଇଁ ସବୁ ଜିନିଷ କିଣା ସରିଥିବା ବେଳେ ଗୁଜୁରାଟରୁ ମଧ୍ୟ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ନନ୍ଦପଡା କନ୍ୟାମାତା ହଂସା ପଟେଲ କହିଛନ୍ତି। ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ କନ୍ୟା ପିତାମାତାଙ୍କ ଘରେ ବିବାହ ପ୍ରସ୍ତୁତି ସରିଥିବା ବେଳେ ଏବେ ସମସ୍ତଙ୍କ ଅପେକ୍ଷା ସେହି ଅପୁର୍ବ ବିବାହର ଶୁଭ ମୁହୁର୍ତ୍ତକୁ।
Published by:Lipina Das
First published: