ସମ୍ବଲପୁର ବରିଷ୍ଠ ନାଗରିକଙ୍କ ପକ୍ଷରୁ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ସମ୍ବଲପୁରରେ ପବ୍ଳିକ ଲାଇବ୍ରେରି ଉନ୍ନତି କରଣ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କା ହଡପ କରୁଥିବା ଅଭିଯୋଗ କରି ସମ୍ବଲପୁର ବରିଷ୍ଠ ନାଗରିକଙ୍କ ପକ୍ଷରୁ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ।

ସମ୍ବଲପୁର ବରିଷ୍ଠ ନାଗରିକଙ୍କ ପକ୍ଷରୁ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ସମ୍ବଲପୁର ବରିଷ୍ଠ ନାଗରିକଙ୍କ ପକ୍ଷରୁ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ସମ୍ବଲପୁର; ସମ୍ବଲପୁରରେ ପବ୍ଳିକ ଲାଇବ୍ରେରି ଉନ୍ନତି କରଣ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କା ହଡପ କରୁଥିବା ଅଭିଯୋଗ କରି ସମ୍ବଲପୁର ବରିଷ୍ଠ ନାଗରିକଙ୍କ ପକ୍ଷରୁ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ପବ୍ଳିକ ଲାଇବ୍ରେରି ଉନ୍ନତି କରଣ ପାଇଁ ମଞ୍ଚୁର ହୋଇଥିଵା ଟଙ୍କାରେ କିଛି କାମ ନ କରି ୧୦ ଲକ୍ଷ ଟଙ୍କାକୁ ହଡପ ଅଭିଯୋଗ କଲେ ସମ୍ବଲପୁର ବରିଷ୍ଠ ନାଗରିକ ଓ ପବ୍ଳିକ ଲାଇବ୍ରେରିର ସଦସ୍ୟମାନେ । ସୂଚନା ଅନୁଯାଇ ପବ୍ଳିକ ଲାଇବ୍ରେରି ଉନ୍ନତି କରଣ ପାଇଁ ୨୦୨୦ ମସିହାରେ ଆଦିତ୍ୟ ଆଲୁମିନା ପକ୍ଷରୁ ୧୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଚୁର ହୋଇଥିଲା । ଏହି ଟଙ୍କା ଜିଲ୍ଲାପାଳ କାଯ୍ୟାଳୟରୁ ଚେକ ମାଧ୍ୟମରେ ପୁର୍ତ୍ତ ବିଭାଗକୁ ପ୍ରଦାନ କରା ଯାଇଥିଲା । ତେଵେ ୨ ବର୍ଷ ପରେ ବି କିଛି ଉନ୍ନତି କାର୍ଯ୍ୟ ନ ହେବାରୁ ପବ୍ଲିକ ଲାଇବ୍ରେରି ପକ୍ଷରୁ ସମ୍ବଲପୁର ପୂର୍ତ୍ତ ବିଭାଗ ବିଭାଗକୁ ବାରମ୍ଭାର ଚିଠି ଲେଖା ଯାଇଥିଲା ।

ତେବେ ପୁର୍ତ୍ତ ବିଭାଗ ଯନ୍ତ୍ରୀ ଟଙ୍କା ଆସିନଥିବା, ଚେକ ହଜି ଯାଇଥିବା ସହ ବିଭିନ୍ନ ଆଳ ଦେଖାଇ ଥିଲେ । କିନ୍ତୁ କିଛି କାମ ନ କରି ପୁର୍ତ୍ତ ବିଭାଗ କାର୍ଯ୍ୟର ୟୁସି ଦେଇ ୧୦ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଥିଲା । ଏହା ଜଣାପଡିଵା ପରେ ବାରମ୍ଭାର ଅଭିଯୋଗ ହୋଇଥିଲା । ପରେ କିଛି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ସମ୍ବଲପୁର ପୁର୍ତ୍ତବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ସମ୍ବଲପୁରର ବରିଷ୍ଠ ନାଗରିକ ଓ ପବ୍ଳିକ ଲାଇବ୍ରେରିର ସଵୁ ସଭ୍ୟ ଧାରଣା ଦେବା ସହ ଏହାର ପ୍ରତିବାଦ କରିଥିଲେ ।



ପବ୍ଲିକ ଲାଇବ୍ରେରିର ଯୁଗ୍ମ ଅଧ୍ୟକ୍ଷ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ ପବ୍ଳିକ ଲାଇବ୍ରେରି ପୁନଃଉଦ୍ଧାର ପାଇଁ ୧୦ ଲକ୍ଷ ଟଙ୍କା ପୂର୍ତ୍ତ ବିଭାଗକୁ ମଞ୍ଜୁର କରାଯାଇଥିଲା । କିନ୍ତୁ ପୂର୍ତ୍ତ ବିଭାଗ କୌଣସି କାର୍ଯ୍ୟ ନ କରି ଏହି ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇଛନ୍ତି । ଏହାକୁ ନେଇ ଆମେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଆମେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲୁ।

ତେବେ ଏ ନେଇ ପବ୍ଲିକ ଲାଇବ୍ରେରି ଅଧ୍ୟକ୍ଷ ଅଧ୍ୟକ୍ଷ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀଙ୍କ ନେତୃତ୍ବରେ ପୂର୍ତ୍ତ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ବରିଷ୍ଠ ନାଗରିକମାନେ ଧାରଣା ଦେଇଥିଲେ । ଏହି ଧାରଣାରେ ସମ୍ବଲପୁରର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀଙ୍କ ସହ ସମ୍ବଳପୁରର ପୂର୍ବତନ ବିଧାୟିକା ରାସେଶ୍ଵରୀ ପାଣିଗ୍ରାହୀଙ୍କ ସହ ଭାବରେ ଧାରଣା ଦେଇ ପ୍ରତିବାଦ କରିଥିଲେ ।
Published by:Soumyashree Mishra
First published: