ସମ୍ବଲପୁର: DSP ରୂପେ ପଦୋନ୍ନତି ପାଇବା ପରେ ଜାତି ଜାଲିଆତି ଅଭିଯୋଗର ସାମନା କରୁଛନ୍ତି IIC
କିଛି ଦିନ ପୂର୍ବରୁ ଡି.ଏସ୍.ପି. ଭାବେ ପଦୋନ୍ନତି ପାଇଥିବା ସମ୍ବଲପୁର ଟାଉନ୍ ଥାନା ଅଧିକାରୀ ରମେଶ ଦୋରାଙ୍କ ବିରୋଧରେ ଜାତି ଜାଲିଆତି କରିଥିବା ଅଭିଯୋଗକୁ ନେଇ ହାଇ କୋର୍ଟରେ ଦୁଇଟି ମାମଲା ଦାୟର୍ ହୋଇଛି ।

ସମ୍ବଲପୁର ଟାଉନ୍ ଥାନାର ଆଇ.ଆଇ.ସି. ରମେଶ ଦୋରା
- News18 Odia
- Last Updated: February 23, 2021, 11:50 PM IST
ସମ୍ବଲପୁର: ଡି.ଏସ୍.ପି. ଭାବେ ପଦୋନ୍ନତି ପାଇ ଥିବା ସମ୍ବଲପୁର ଟାଉନ୍ ଥାନାର ଆଇ.ଆଇ.ସି. ରମେଶ ଦୋରାଙ୍କ ନାମରେ ଜାତି ଜାଲିଆତି ଅଭିଯୋଗ ଆସିଛି । ଏ ନେଇ ହାଇ କୋର୍ଟରେ ଦୁଇଟି ମାମଲା ଦାୟର୍ ହୋଇଛି । ଟାଉନ୍ ଥାନରେ କାର୍ଯ୍ୟରତ ଦୋରା ମୂଳତଃ ତେଲେଙ୍ଗା ଜାତିର । ଏହା ଓବିସି / ଏସ୍.ଇ.ବି.ସି. ହୋଇଥିବା ବେଳେ ତାଙ୍କ ନାମରେ ଥିବା ଦୁଇଟି ଜମି ପଟ୍ଟାରେ ଅଲଗା ଅଲଗା ଜାତି ରହିଛି ।
ଗୋଟିଏ ଜମି ପଟ୍ଟାରେ ଦୋରାଙ୍କ ଜାତି ତେଲେଙ୍ଗା ବୋଲି ଉଲ୍ଲେଖ ଅଛି । ଏହା ଓବିସି / ଏସ୍.ଇ.ବି.ସି. ହୋଇଥିବା ବେଳେ ଅନ୍ୟ ଏକ ପଟ୍ଟାରେ ତାଙ୍କ ଜାତି ତଫସିଲଭୁକ୍ତ ଜନଜାତି କଣ୍ଡ ବୋଲି ଦର୍ଶାଯାଇଛି । ଏ ନେଇ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ବସନ୍ତପୁର ମୌଜା ସାହାଜ ବାହାଲ ନିବାସୀ ସୁରେନ୍ଦ୍ର କୁମାର ମହାପାତ୍ର ହାଇ କୋର୍ଟରେ ଏକ ମାମଲା ଦାୟର କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଗାୟିକା ନେହା କକ୍କଡ଼ ଏକ ରୋଗରେ ଆକ୍ରାନ୍ତ; କହିଲେ, ‘‘ମୋ’ ପାଖରେ ସବୁ କିଛି ଅଛି, ହେଲେ…’’

ଗୋଟିଏ ଜମି ପଟ୍ଟାରେ ଦୋରାଙ୍କ ଜାତି ତେଲେଙ୍ଗା ବୋଲି ଉଲ୍ଲେଖ ଅଛି ।
କିଛି ଦିନ ପୂର୍ବରୁ ଦୋରା ଡି.ଏସ୍.ପି. ଭାବେ ପଦୋନ୍ନତି ପାଇଛନ୍ତି । ତାଙ୍କ ମୂଳ ଜାତି ତେଲେଙ୍ଗା, ଯାହାକି ଓବିସି / ଏସ୍.ଇ.ବି.ସି.ରେ ଆସୁଛି । ହେଲେ ସେ ଚାକିରୀ ଆରମ୍ଭ ସମୟରେ ଦାଖଲ କରିଥିବା ଜାତି ସାର୍ଟିଫିକେଟରେ ନିଜକୁ କଣ୍ଡ ବୋଲି ଦର୍ଶାଇଥିବା ଜଣାପଡ଼ିଛି । କଣ୍ଡ ଏକ ତଫସିଲଭୁକ୍ତ ଜନଜାତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସ୍ତ୍ରୀର ସତୀତ୍ୱ ପରୀକ୍ଷା କରିବାକୁ ଫୁଟୁଥିବା ତେଲରେ ତାଙ୍କ ହାତ ବୁଡ଼ାଇଲେ ସ୍ୱାମୀ! VIDEO ଭାଇରାଲ୍ ହେଲା
ଡି.ଏସ୍.ପି. ଭାବେ ପଦୋନ୍ନତି ପାଇଥିଲେ ମଧ୍ୟ ଦୋରାଙ୍କୁ ଅନ୍ୟ ସ୍ଥାନରେ ପୋଷ୍ଟିଂ ଦିଆ ଯାଇ ନ ଥିବାରୁ ସେ ପୂର୍ବ ଭଳି ଟାଉନ୍ ଥାନାର ଆଇଆଇସି ଭାବେ ଦାୟିତ୍ବ ତୁଲାଉଛନ୍ତି । ଏହି ଜାତି ଜାଲିଆତି ଅଭିଯୋଗରେ ହାଇ କୋର୍ଟରେ ଦୁଇଟି ମାମଲା ଦାୟର ହେବା ପରେ ତାଙ୍କ ପଦୋନ୍ନତି ଓ ମୂଳ ଚାକିରି ଉପରେ ପ୍ରଶ୍ନ ଚିହ୍ନ ଠିଆ ହୋଇଛି ।

ସମ୍ବଲପୁର ଟାଉନ୍ ଥାନା
ଏହା ବି ପଢ଼ନ୍ତୁ | କଙ୍ଗନା ରାଣାୱତ ନିଜ ଭାଇଭଉଣୀଙ୍କୁ ଦେଲେ ୪ଟି ଫ୍ଲାଟ୍; ନିଜର ବି ଅଛି କୋଟି କୋଟି ଟଙ୍କାର ବଙ୍ଗଳା
ହାଇ କୋର୍ଟରେ ଦାୟର ହୋଇଥିବା ଦୁଇଟି ମାମଲାରେ ପୋଲିସ ଡିଜି, ସମ୍ବଲପୁର ଏସ୍.ପି., ଉତ୍ତରାଞ୍ଚଳ ଆର୍.ଡି.ସି., ଗୃହ ସଚିବ ଓ ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ବଲପୁର ଏସ୍.ପି. ଏହାର ତଦନ୍ତ ଦାୟିତ୍ବ ସଦର ଏସ୍.ଡି.ପି.ଓ.ଙ୍କୁ ଦେଇଛନ୍ତି । ଏ ପର୍ଯ୍ୟନ୍ତ ଏହି ମାମଲାକୁ ନେଇ ହାଇ କୋଟରୁ ସମ୍ବଲପୁର ଏସ୍.ପି.ଙ୍କ ପାଖକୁ କୌଣସି ନୋଟିସ୍ ଆସି ନ ଥିବା ଜଣାପଡ଼ିଛି ।
‘‘ସଦର ଏସ୍.ଡି.ପି.ଓ.ଙ୍କୁ ଏହି ଅଭିଯୋଗର ତଦନ୍ତ ଦାୟିତ୍ବ ଦିଆଯାଇଛି । ୧୫ ଦିନ ଭିତରେ ତଦନ୍ତ ଶେଷ ହେବ,’’ କହିଛନ୍ତି ସମ୍ବଲପୁର ଏସ୍.ପି. ବି. ଗଙ୍ଗାଧର ।