ଗୁଇନ୍ଦା ରିପୋର୍ଟ ସାମନାକୁ ଆସିବା ପରେ ପ୍ରଶ୍ନ ଘେରରେ ସମ୍ବଲପୁର ପୋଲିସ

ଗୁଇନ୍ଦା ରିପୋର୍ଟ ସାମନାକୁ ଆସିବା ପରେ ପ୍ରଶ୍ନ ଘେରରେ ସମ୍ବଲପୁର ପୋଲିସ । କାହିଁକି ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଲାନି ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଗୁଇନ୍ଦା ରିପୋର୍ଟ ସାମନାକୁ ଆସିବା ପରେ ପ୍ରଶ୍ନ ଘେରରେ ସମ୍ବଲପୁର ପୋଲିସ

ଗୁଇନ୍ଦା ରିପୋର୍ଟ ସାମନାକୁ ଆସିବା ପରେ ପ୍ରଶ୍ନ ଘେରରେ ସମ୍ବଲପୁର ପୋଲିସ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: କେନ୍ଦ୍ର ଆଲର୍ଟ କରିଥିଲା,ଗୁଇନ୍ଦା ରିପୋର୍ଟ ବି ଥିଲା । ତଥାପି ସମ୍ବଲପୁରରେ ହିଂସା ହେଲା। ଗୁଇନ୍ଦା ରିପୋର୍ଟ ସାମନାକୁ ଆସିବା ପରେ ପ୍ରଶ୍ନ ଘେରରେ ସମ୍ବଲପୁର ପୋଲିସ (police)। କାହିଁକି ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଲାନି ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେପଟେ ଗୁଇନ୍ଦା ରିପୋର୍ଟକୁ ନେଇ ବିରୋଧୀ ରାଜ୍ୟ ସରକାରକୁ ଘେରିଥିବା ବେଳେ ଜବାବ ଦେଇଛି ଶାସକ ବିଜେଡି।

ସମ୍ବଲପୁର ହିଂସା ଆଶଂକାରେ ଗୁଇନ୍ଦା ବିଭାଗ ଦେଇବାକୁ ରିପୋର୍ଟ ସାମନାକୁ ଆସିବା ପରେ ପ୍ରଶ୍ନ ଘେରରେ ପୋଲିସ। ହନୁମାନ ଜୟନ୍ତୀ ରାଲିରେ ଡିଜେ ସାଉଣ୍ଡ ଏବଂ ବାଇକ ରାଲି ନେଇ ରିପୋର୍ଟ ଥିଲା। ହେଲେ ସେଥିପାଇଁ ପୋଲିସ ପ୍ରୋଟେକ୍ସନ ଦେଇଥିଲା କି ? ଭୋଟପଡା, ମୋତି ଝରଣ, ସୁନାପାଲି, ଦଳେଇ ପଡା ଅଞ୍ଚଳ ଦେଇ ରାଲି ଯିବାର ଥିଲା। ତେବେ କାହିଁକି ସେସବୁ ଅଞ୍ଚଳରେ ସୁରକ୍ଷା କଡ଼ାକଡି କରିନଥିଲା ପୋଲିସ ? ବିଭିନ୍ନ ମସଜିଦ ଦେଇ ରାଲି ଯିବା ନେଇ ରିପୋର୍ଟ ଥିଲେ ମଧ୍ୟ ସେସବୁ ଅଞ୍ଚଳରେ ପୋଲିସ ବନ୍ଦୋବସ୍ତ ହୋଇନଥିଲା କି ? ରାମଜାନ ଚାଲିଥିବା ସମୟରେ ରାଲି ଓ ନାରା ନେଇ ସତର୍କ କରାଯାଇଥିଲା। ତେବେ ପରିସ୍ଥିତିକୁ ଦେଖି କଣ ପଦକ୍ଷେପ ନେଇଥିଲା ପୋଲିସ ? ରାଲି ସମୟରେ ଧର୍ମ ବିରୋଧୀ ସ୍ଲୋଗାନ ଆଶଙ୍କା ଥିବା ନେଇ ସୂଚାଇ ଥିଲା ଗୁଇନ୍ଦା। ହେଲେ କି ପଦକ୍ଷେପ ନେଇଥିଲା ପୋଲିସ ?

ସେପଟେ ପୂର୍ବତନ ଡିଜିପି ବିପିନି ବିହାର ମିଶ୍ର କହିଛନ୍ତି ଏମିତି କିଛି କାର୍ଯ୍ୟକ୍ରମ ପୂର୍ଵରୁ ଗୁଇନ୍ଦା ଜିଲ୍ଲା ପୋଲିସକୁ ରିପୋର୍ଟ ଦେଇଥାଏ। ହେଲେ ଗୁଇନ୍ଦା ରିପୋର୍ଟ ପରେ ଜିଲ୍ଲା ପୋଲିସ କିଭଳି ସୁରକ୍ଷା ବନ୍ଦୋବସ୍ତ କରିଥିଲା ତାହା ତଦନ୍ତ ପରିସରଭୁକ୍ତ। ଆଉ ଘଟଣା ପରେ ଗୁଇନ୍ଦା ଏବଂ ଜିଲ୍ଲା ପୋଲିସ ପରସ୍ପରକୁ ଦୋଷ ଦେବା ଭଲ ନୁହେଁ ।

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ପ୍ରିଭେନସନ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ରାଜ୍ୟ ସରକାର ଫେଲ ହୋଇଛନ୍ତି। ପୋଲିସ କାହିଁକି ସଜାଗ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ସେହିପରି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ସ୍ଥିତିକୁ ଦେଖି ରାଜ୍ୟକୁ କେନ୍ଦ୍ର ଆଡ଼ଭାଇଜାରି ଜାରି କରିଥିଲା। ଆଉ ଏବେ ହିଂସା ପରେ ଉଭୟ ଉଭୟଙ୍କୁ କାଦୁଅ ଫୋପାଡ଼ିବାରେ ବ୍ୟସ୍ତ। ସେପଟେ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ନବୀନ ସରକାରର ମୂଳମନ୍ତ୍ର ହେଉଛି ସାମ୍ପ୍ରଦାୟିକ ସଦଭାବନା। ଓଡ଼ିଶାରେ ସାମ୍ପ୍ରଦାୟିକ ସଦଭାବନା, ସ୍ଥିର ଓ ଶୃଙ୍ଖଳାର ସରକାର, ସଠିକ ଆଇନ ବ୍ୟବସ୍ଥା ନଥିଲେ ଏଠିକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ପାଇଁ ବିଦେଶୀ ପୁଞ୍ଜି ନିବେଶକାରୀ ଆସିନଥାନ୍ତେ। ତେଣୁ ସେହି ଲକ୍ଷ୍ୟକୁ ପଣ୍ଡ କରିବା ପାଇଁ ଯଦି କିଛି ଚକ୍ରାନ୍ତ ହେଉଥାଏ ତାହାହେଲେ ଲୋକେ ତାର ଜବାବ ଦେବେ। ଆଉ ଗୁଇନ୍ଦା ରିପୋର୍ଟ ପରେ ପୋଲିସ କାହିଁକି ପଦକ୍ଷେପ ନେଇନଥିଲା ତାହା ପୋଲିସ ବିଭାଗ ଓ ଗୁଇନ୍ଦା ବିଭାଗ ହିଁ କହିପାରିବେ ବୋଲି କହିଛନ୍ତି ଶଶିଭୂଷଣ ।

ଏହି ଖବର ପଢ଼ନ୍ତୁ -  ମାଓବାଦୀଙ୍କ ଲାଲକୋଠାରେ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର
Published by:Soubhagya Mishra
First published: