ଘରୋଇ ଛାତ୍ର ନିଖୋଜ ଘଟଣା: ଜମତାର ଗ୍ୟାଙ୍ଗର ସଦସ୍ୟ ନେଇ ସନ୍ଦେହ କରୁଛି ପୋଲିସ

ରାଜ୍ୟ ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଚାରି ଜଣ ଛାତ୍ର ନିଖୋଜ ଘଟଣା ଭିନ୍ନ ମୋଡ଼ ନେଇଛି। ନିଖୋଜ ଛାତ୍ରଙ୍କ ମଧ୍ୟରୁ ୩ ଜଣଙ୍କର ଜମତାରା ଗ୍ୟାଙ୍ଗର ସଦସ୍ୟ ବୋଲି ଜଣା ପଡ଼ିଛି ।

ନିଖୋଜ ୩ଜଣ ଛାତ୍ରଙ୍କୁ ଅଟକ ରଖିଛି ସମ୍ବଲପୁର ପୋଲିସ (ପ୍ରତୀକାତ୍ମକ ଛବି)

ନିଖୋଜ ୩ଜଣ ଛାତ୍ରଙ୍କୁ ଅଟକ ରଖିଛି ସମ୍ବଲପୁର ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଚାରି ଜଣ ଛାତ୍ର ନିଖୋଜ ଘଟଣା ଭିନ୍ନ ମୋଡ଼ ନେଇଛି। ନିଖୋଜ ଛାତ୍ରଙ୍କ ମଧ୍ୟରୁ ୩ ଜଣଙ୍କର ଜମତାରା ଗ୍ୟାଙ୍ଗର ସଦସ୍ୟ ବୋଲି ଜଣା ପଡ଼ିଛି । ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ନିଖୋଜ ଛାତ୍ରଙ୍କୁ ସମ୍ବଲପୁର ଜିଲା ଅଇଁଠା ପାଲି ଅଞ୍ଚଳରୁ କାବୁ କରିଛି ସମ୍ବଲପୁର ପୋଲିସ । ଏନେଇ କମିଶନରେଟ ପୋଲିସକୁ ଯୋଗାଯୋଗ କରାଯାଇଥିବା ଜଣା ପଡ଼ିଛି ।

ଏହି ଚାରିଜଣ ଛାତ୍ର ଝାଡଖଣ୍ଡର। ଏମାନେ ଭୁବନେଶ୍ବରର ତମାଣ୍ଡୋ କଳିଙ୍ଗ ବିହାର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ । ସମସ୍ତେ ସ୍ଥାନୀୟ ଏଜେ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ଥିଲେ ।  ନିଖୋଜ ଛାତ୍ରଙ୍କ ପରିବାର  ସୋମବାର ପୋଲିସ୍ କମିଶନରଙ୍କୁ ଭେଟି ଅଭିଯୋଗ କରିଥିଲେ । ପୋଲିସ ନିଖୋଜ ଛାତ୍ରଙ୍କ ମୋବାଇଲ ଫୋନ ଟ୍ରାକ କରି ସେମାନକୁ ଠାବ କରିବାକୁ ଚେଷ୍ଟା କରିଥିଲା ।

"ଆମେ ଏକ ନିଖୋଜ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲୁ । ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ମ୍ୟାନ ମିସିଙ୍ଗ ସେଲର ଜରିଆରେ ତଦନ୍ତ ଆରମ୍ଭ ହୋଇଥିଲା । ମୋବାଇଲ ଟ୍ରାକିଂ କରିବା ପରେ ଆମେ ଜାଣିବାକୁ ପାଇଥିଲୁ ସମସ୍ତଙ୍କ ଫୋନ ସମ୍ବଲପୁର ଅଞ୍ଚଳରେ ସୁଇଚ ଅଫ ଅଛି । ତେଣୁ ସେମାନେ ସମ୍ବଲପୁରରେ ଥିବା  ଆମେ ସ୍ପଷ୍ଟ ହୋଇଥିଲୁ । ତେଣୁ ଆମେ ସେମାନଙ୍କୁ ଠିକଣା ପାଇଁ ସମ୍ବଲପୁର ପୋଲିସ ସହ ଯୋଗାଯୋଗ କରିଥିଲୁ। ହେଲେ ତା ପୂର୍ବରୁ ସମ୍ବଲପୁର ପୋଲିସ ସେମାନଙ୍କୁ ନିଜ ହେପାଯତ କୁ ନେଇଥିବା ଜଣା ପଡ଼ିଛି," କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ୍ ।

"ସେମାନେ ଜମତାରା ଗ୍ୟାଙ୍ଗର କି ନାହିଁ ତାହା ଏବେ କହିବା ଠିକ ହେବ ନାହିଁ । କାରଣ ସେମାନଙ୍କୁ ସମ୍ବଲପୁର ପୋଲିସ କାବୁ କରିଛି । ତେଣୁ ସେମାନେ ପ୍ରଥମେ ତଦନ୍ତ କରିବେ । ଯଦି ସେମାନଙ୍କ ପାଖରୁ ଭୁବନେଶ୍ୱର ସମ୍ବନ୍ଧୀୟ କୌଣସି ତଥ୍ୟ ସାମ୍ନାକୁ ଆସିବ ତେବେ ଆମେ ସେଦିଗରେ ମଧ୍ୟ ତଦନ୍ତ କରିବୁ," କହିଛନ୍ତି ଡ଼ି.ସି.ପି ଶ୍ରୀ ଭୋଇ ।

ସମ୍ବଲପୁର ପୋଲିସ କବଜାରେ ଥିବା  ଛାତ୍ରମାନେ ହେଲେ ଆଦିତ୍ୟ କୁମାର ( ୨୧ ) , ବିଶାଲ ପାଣ୍ଡେ , ତ୍ରିନେତ୍ର କୁମାର ( ୨୦ ) , ଶେଖର ସିଂ ରାଜପୁତ ( ୨୧ ) ଓ ଶେଖରଙ୍କ ସାଙ୍ଗ ଛୋଟୁ ଓରଫ୍ ରେହମତ୍ । ରେହମତଙ୍କୁ ଛାଡ଼ିଦେଲେ ଅନ୍ୟ ୪ ଜଣ ଇଞ୍ଜିନିୟରିଂ ଛାତ୍ର ବୋଲି ଅଭିଯୋଗ ହୋଇଥିଲା । ଗତ ୧୧ ତାରିଖରୁ ସମସ୍ତେ ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।
Published by:Soumya Das
First published: