ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଘୋଷଣା ସମୟର ଦୃଶ୍ୟ
News 18 Odia Digital
ଭୁବନେଶ୍ୱର: ବିଧାନସଭାରେ ନୂଆ ବିରୋଧୀ ଦଳ ନେତା। ଗତ ୨ ବର୍ଷ ହେବ ଅସୁସ୍ଥରେ ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ। ଦିଲ୍ଲିରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ପ୍ରଦୀପ ନାୟକ। ତାଙ୍କ ସ୍ଥାନ ଫାଙ୍କ ରହିଥିଲା। ଗୃହରେ ବିରୋଧୀ ଦଳର ମାନ୍ୟତା ସଠିକ୍ ଭାବେ ତୁଲାଇବା ପାଇ ନୂଆ ନାମ ଘୋଷଣା କରିଛି ବିଜେପି। ଆଜି ଏକ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନରେ ଏହି ଘୋଷଣା କରିଛନ୍ତି ବିଜେପି ରାଜ୍ୟ ସହ ପ୍ରଭାରୀ ନରେନ୍ଦ୍ର ପାଲ ସିଂହ ତୋମାର।
ସେ କହିଛନ୍ତି ଯେ ଏ ସଂକ୍ରାନ୍ତରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବିଚାର ବିମର୍ଶ ପରେ ନିଷ୍ପତ୍ତି ହୋଇଛି। ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକଙ୍କ ବୈଠକ ବସିଥିଲା। ବିଧାୟକ ଦଳର ନିଷ୍ପତ୍ତି କ୍ରମେ ତାଙ୍କ ନାମ ପ୍ରସ୍ତାବ ଆସିଥିଲା ତେଣୁ ତାଙ୍କ ନାମ ଘୋଷଣା ହେଲା। ତାଙ୍କ ନେତୃତ୍ଵରେ ଆଗାମୀ ଦିନରେ ବିଧାନସଭାରେ ସଠିକ୍ ଭାବେ ବିରୋଧୀ ଦଳ ଭୂମିକା ନିର୍ବାହ କରିବ ବୋଲି ସାମ୍ବାଦିକ ସମ୍ମିଳନରେ ରାଜ୍ୟ ସହ ପ୍ରଭାରୀ ନରେନ୍ଦ୍ର ପାଲ ସିଂହ ତୋମାର।
ଜୟନାରାୟଣ ମିଶ୍ର ହେଉଛନ୍ତି ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ବିଧାୟକ, ଭଲ ସଙ୍ଗଠନ ରହିଛି ମଧ୍ୟ ପଶ୍ଚିମ ଓଡ଼ିଶାରେ ଓ ବିଧାନସଭାରେ ତାଙ୍କ ସ୍ବର ସବୁବେଳେ ଶାଣିତ ରହିଥାଏ ତେଣୁ ତାଙ୍କ ନାମ ଘୋଷଣା କରିଛି ରାଜ୍ୟ ବିଜେପି।
ତାଙ୍କ ନାମ ଘୋଷଣା ପରେ ସେ କେନ୍ଦ୍ରୀୟ ନେତୃତ୍ବ ଓ ରାଜ୍ୟ ନେତୃତ୍ବକୁ ଧନ୍ୟବାଦ ଜଣେଇବା ସହ କହିଛନ୍ତି ଯେ ଗୁରୁ ଦାୟିତ୍ବକୁ ସୁଚାରୁ ରୂପେ ପାଳନ ପାଇ ଚେଷ୍ଟା କରିବେ। ସରକାରଙ୍କ ମନୋମୁଖୀ କାର୍ଯ୍ୟକୁ ଲୋକ ଲୋଚନକୁ ଆଣିବା। ବିଜେପିର ସ୍ୱର ହୋଇ ଲଢ଼ିବି। ରାଜ୍ୟର ଲୋକଙ୍କ ସ୍ୱର ହେଇ ଲଢ଼ିବେ ବୋଲି କହିଛନ୍ତି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।