News18 Odia Digital
ସୁନ୍ଦରଗଡ଼/ସମ୍ବଲପୁର: ନିଜ ପତ୍ନୀ ଓ ଚାରି ପିଲାଙ୍କ ଉପରେ ରାତି ଅଧରେ ପୈଶାଚିକ ଆକ୍ରମଣ କରିବା ପରେ ନିଜ ତଣ୍ଟି କାଟିଥିଲା ଜଣେ ଲୋକ । ଏହି ଆକ୍ରମଣରେ ତା’ ତିନି ବର୍ଷର କୁନି ଝିଅର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଓ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେହି ବ୍ୟକ୍ତି ନିଜେ ପ୍ରାଣ ହରାଇଥିଲା ।
ଏହି ଲୋମହର୍ଷକ ଘଟଣା ଘଟିଥିଲା ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର କିନାବଗା ପଞ୍ଚାୟତର ଯୌତୁକବାହାଲ ଗାଁରେ । ଜୁନ୍ ୧୧, ୨୦୨୧ ଶୁକ୍ରବାର ରାତିରେ ପୂରା ପରିବାର ଘରେ ଶୋଇଥିବା ବେଳେ ଗୃହସ୍ୱାମୀ ଶୁଖୁ ଓରାମ ଗୋଟିଏ ଭୁଜାଲିରେ ସମସ୍ତଙ୍କ ଉପରେ ଆକ୍ରମଣ କରିଥିଲା । ଭୁଜାଲିରେ ସେ ଗୋଟି ଗୋଟି କରି ଚାରି ଛୁଆ ଓ ସ୍ତ୍ରୀଙ୍କୁ ହାଣିଥିଲା ଓ ଶେଷରେ ନିଜ ତଣ୍ଟି କାଟିଥିଲା । ବାପାର ଆକ୍ରମଣରେ ଆଖି ବୁଜିଥିଲା ତିନି ବର୍ଷର କୁନି ଝିଅଟି । ଅନ୍ୟ ତିନି ପିଲା ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…
ତା’ ପରଦିନ, ଅର୍ଥାତ ଶନିବାର ସକାଳେ ପଡ଼ୋଶୀମାନେ ଶୁଖୁ ଓରାମର ଘରକୁ ଆସି ଦେଖନ୍ତି ତ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଛଅ ପ୍ରାଣୀ ଘରେ ପଡ଼ିଥିଲେ । ସବା ସାନ ପିଲାଟିର ମୃତ୍ୟୁ ହୋଇସାରିଥିବା ସେମାନେ ଦେଖିଥିଲେ । ପଡ଼ୋଶୀମାନେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଗୋବିନ୍ଦପୁର ଥାନା ପୋଲିସ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ହସପିଟାଲରେ ଶୁଖୁ ଓରାମ । ତା’ର ମୃତ୍ୟୁ ଘଟିଛି ।
ପାଞ୍ଚ ଜଣଙ୍କ ଭିତରୁ ଶୁଖୁର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ହସପିଟାଲକୁ ପଠାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିଲା । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା । ପ୍ରତି ଦିନ ନିଶାରେ ଚୂର୍ ହୋଇ ଘରକୁ ଆସୁଥିବା ଶୁଖୁ ଓରାମ କାହିଁକି ଏମିତି ରକ୍ତମୁଖା ହେଲେ ତା’ର କାରଣ ତାଙ୍କ ସ୍ତ୍ରୀ ଓ ପଡ଼ୋଶୀମାନେ କହିପାରୁ ନ ଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପ୍ରାୟ ‘ନଗ୍ନ’ ପୋଷାକରେ ରାଖୀ ସାୱନ୍ତଙ୍କ ବ୍ୟାୟାମର VIDEO ପ୍ରଶ୍ନ ଠିଆ କଲା
ଏହା ପରେ ହସପିଟାଲରେ ଶୁଖୁ ଓରାମଙ୍କ ସ୍ତ୍ରୀ, ୧୫ ବର୍ଷର ବଡ଼ ଝିଅ, ୭ ବର୍ଷର ପୁଅ ଓ ଦୁଇ ବର୍ଷର ଶିଶୁ କନ୍ୟାଙ୍କ ଚିକିତ୍ସା ଚାଲିଥିଲା । ତାଙ୍କ ସ୍ତ୍ରୀ କହିଥିଲେ ଯେ ପିଲାମାନଙ୍କୁ ଶୁଖୁ ଭୁଜାଲିରେ ଆକ୍ରମଣ କରୁଥିବା ବେଳେ ଅଟକାଇବାରୁ ସେ ତାଙ୍କୁ ଭୁଜାଲିରେ ହାଣିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କ୍ୟାମେରା ଦେଖିବା ମାତ୍ରେ ମୁହଁ ଲୁଚାଇଲେ ଏହି ସୁନ୍ଦରୀ ଅଭିନେତ୍ରୀ; ଟିକେ ପରେ ପୋଜ୍ ଦେଲେ
‘‘ଏହି ଘଟଣାର କାରଣ ଏ ପର୍ଯ୍ୟନ୍ତ କିଛି ଜଣାପଡ଼ିନି । ତଦନ୍ତ ଚାଲିଛି । କାହିଁକି ଅଭିଯୁକ୍ତ ନିଜ ଗଳା ବି କାଟିଲା ତାହା ଜଣାପଡ଼ୁନି । ତାଙ୍କ ୱିଣ୍ଡ୍-ପାଇପରେ କ୍ଷତ ହୋଇଛି । ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଶୁଖୁ ଓରାମ ଦୁଇଟି ବିବାହ କରିଥିଲେ । ପ୍ରଥମ ସ୍ତ୍ରୀଙ୍କର ପାଞ୍ଚଟି ସନ୍ତାନ ଅନ୍ୟତ୍ର ରହୁଛନ୍ତି । ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଦ୍ବିତୀୟ ବିବାହ କରିଥିଲେ । ଦ୍ବିତୀୟ ସ୍ତ୍ରୀ ଓ ତାଙ୍କର ଚାରି ପିଲାଙ୍କ ସହ ସେ ଯୌତୁକବାହାଲ ଗାଁରେ ରହୁଥିଲେ,’’ କହିଛନ୍ତି ସମ୍ବଲପୁର ଏସ୍.ପି. ବି. ଗଙ୍ଗାଧର ।
ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି ଯେ କୌଣସି ଗଭୀର ଦୁଃଖ ସହ ଯୁଝୁଥିବା ଶୁଖୁ ଓରାମ ନିଜ ସହ ତା’ ପୂରା ପରିବାରକୁ ନିଃଶେଷ କରି ଦେବାକୁ ଏହି ଆକ୍ରମଣ ଗରିଥିଲା ।