ସମ୍ବଲପୁରରେ ଯୁବ ଓକିଲଙ୍କ ଜାଲିଆତି: କୋର୍ଟର ନକଲି ଆଦେଶ ଥାନାରେ ଦେଇ ଜେଲ୍ ଗଲେ

ଜାତୀୟ ରାଜପଥରେ ଏକ ଟ୍ରକ୍ ଓ ଏକ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହେବା ପରେ ଜବତ ହୋଇଥିବା ଟ୍ରକକୁ ଥାନାରୁ ବାହାର କରିବା ପାଇଁ ଓକିଲ ବାବୁ ଥାନାରେ SDJMଙ୍କ କୋର୍ଟର ଏକ ନକଲି ଆଦେଶ ଦେଇଥିବା ଅଭିଯୋଗ ହୋଇଥିଲା ।

ସମ୍ବଲପୁରରେ ଯୁବ ଓକିଲଙ୍କ ଜାଲିଆତି: କୋର୍ଟର ନକଲି ଆଦେଶ ଥାନାରେ ଦେଇ ଜେଲ୍ ଗଲେ
ଓକିଲ ବ୍ରଜ ମୋହନ ପ୍ରଧାନ (ଫାଇଲ୍ ଫଟୋ)
  • News18 Odia
  • Last Updated: March 5, 2021, 10:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ଏକ ଅଦାଲତର ନକଲି ଆଦେଶ ବାହାର କରି ବ୍ୟବହାର କରିବା ଜଣେ ଓକିଲଙ୍କ ପାଇଁ ମହଙ୍ଗା ପଡି଼ଛି । ନକଲି ଆଦେଶ ଥାନାରେ ଦେବା ପରେ ଓକିଲଙ୍କୁ ଗିରଫ କରାଯାଇଛି । ସମ୍ବଲପୁର ଜିଲ୍ଲାର ଯୁଜୁମୁରା ଥାନାରୁ ଜବତ ଗାଡି଼ ବାହାର କରୁଥିବା ବେଳେ ଧରା ପଡ଼ିଛନ୍ତି ଓକିଲ ବ୍ରଜ ମୋହନ ପ୍ରଧାନ ।

ସ୍ଥାନୀୟ ଏସ୍‌.ଡି.ଜେ.ଏମ୍‌. କୋର୍ଟରେ ପ୍ରାକ୍ଟିସ୍‌ କରୁଥିବା ଯୁବ ଓକିଲ ବ୍ରଜ ମୋହନ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେ ସମ୍ବଲପୁର ଏସ୍‌.ଡି.ଜେ.ଏମ୍‌. କୋର୍ଟର ଏକ ନକଲି ଆଦେଶ ଥାନାରେ ଦେଇଥିବା ଅଭିଯୋଗ ହୋଇଛି ।

ଏହା ବି ପଢ଼ନ୍ତୁ | ରାତିରେ ଜଲଦି ଶୋଇପଡ଼ୁଛନ୍ତି କି? ଯଦି ହିଁ, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ରହିଛି ବଡ଼ ବିପଦ

‘‘ଥାନାର କର୍ମଚାରୀମାନେ ଓକିଲ ଜଣକ ଦେଇଥିବା କୋର୍ଟ ଆଦେଶ ନକଲି ଥିବା ସନ୍ଦେହ କରି କୋର୍ଟ କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ । କୋର୍ଟ କର୍ମଚାରୀମାନେ ଏପରି କୌଣସି ଆଦେଶ କୋର୍ଟରୁ ଜାରି ହୋଇ ନ ଥିବା କହିବା ପରେ ସଂପୃକ୍ତ ଓକିଲଙ୍କ ବିରୋଧରେ ଏକ ଜାଲିଆତି ମାମଲା ରୁଜୁ କରାଯାଇଥିଲା । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି,’’ କହିଛନ୍ତି ସମ୍ବଲପୁର ଏସ୍‌.ପି. ବି. ଗଙ୍ଗାଧର ।

ଏହା ବି ପଢ଼ନ୍ତୁ | ଗର୍ଭପାତ ହୋଇଯିବାରୁ ଘର ଲୋକଙ୍କୁ ଜଣାଇବା ପାଇଁ ମହିଳା ଏକ ଶିଶୁକୁ ଅପହରଣ କଲେ!

ଫେବ୍ରୁଆରୀ ୧୯ ତାରିଖରେ ଯୁଜୁମୁରା ଥାନା ଅଞ୍ଚଳରେ NH ୫୩ରେ ଏକ ଟ୍ରକ ଓ ଏକ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଜବତ ହୋଇଥିବା ଟ୍ରକକୁ ଥାନାରୁ ବାହାର କରିବା ପାଇଁ ଓକିଲ ବ୍ରଜ ମୋହନ ପ୍ରଧାନ ଯୁଜୁମୁରା ଥାନାରେ ସମ୍ବଲପୁର SDJMଙ୍କ ଏକ ନକଲି ଆଦେଶ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅମିତାଭ ବଚ୍ଚନଙ୍କର ସର୍ଜରୀ ହେବ; ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଅନେକ ଫିଲ୍ମ ଉପରେ ପ୍ରଭାବ ପଡ଼ିବ

ବ୍ରଜ ମୋହନଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଦାଲତଙ୍କ ନକଲି ଆଦେଶ ତିଆରି ଅଭିଯୋଗରେ IPCର ଦଫା ୪୬୬ ଓ ୪୨୦ ଲଗାଯାଇ ବ୍ରଜ ମୋହନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।



ଓକିଲ ବ୍ରଜ ମୋହନ ପୂର୍ବରୁ ଏଭଳି ଆଉ କୌଣସି ଜାଲିଆତିରେ ସଂପୃକ୍ତ ଅଛନ୍ତି ନା ନାହିଁ ସେ ସମ୍ପର୍କରେ ପୋଲିସ ପକ୍ଷରୁ ଅନୁସନ୍ଧାନ କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
Published by: Anand Shankar Thankur Das
First published: March 5, 2021, 10:58 PM IST