ଭାରତରେ ପ୍ରଥମ: ସମ୍ବଲପୁର IIM ଆରମ୍ଭ କଲା ଅନଲାଇନ୍ ମାଧ୍ୟମରେ ଗ୍ଲୋବାଲ୍ ଏଗ୍ଜିକ୍ୟୁଟିଭ୍ MBA
ଏହି ଅନଲାଇନ୍ ପାଠ୍ୟକ୍ରମର ଅବଧି ଦୁଇ ବର୍ଷ ହେବ ଓ ଏଥି ପାଇଁ ନଅ ଲକ୍ଷ ଟଙ୍କା ଲାଗିବ । ଦେଶରେ ନୂଆ ତିଆରି ହୋଇଥିବା IIMମାନଙ୍କ ମଧ୍ୟରେ ସମ୍ବଲପୁର IIM ପ୍ରଥମ ସ୍ଥାନରେ ରହିଛି ।

ନୂଆ ପାଠ୍ୟକ୍ରମ ଆରମ୍ଭ ଉପଲକ୍ଷେ ଆୟୋଜିତ ଉତ୍ସବର ଏକ ଦୃଶ୍ୟ
- News18 Odia
- Last Updated: March 19, 2021, 11:55 PM IST
ସମ୍ବଲପୁର: ଆଇ.ଆଇ.ଏମ୍. (IIM) ସମ୍ବଲପୁର ନାଁରେ ଯୋଡି଼ ହେଲା ଆଉ ଏକ ସଫଳତାର ଫର୍ଦ୍ଦ । ଏଣିକି ଏଠାରେ ଅନଲାଇନ୍ ମାଧ୍ୟମରେ ଗ୍ଲୋବାଲ୍ ଏଗଜିକ୍ୟୁଟିଭ୍ ଏମ୍.ବି.ଏ. (MBA) ପାଠ୍ୟକ୍ରମ ପରିଚାଳିତ ହେବ । ସାରା ଭାରତରେ ପ୍ରଥମ କରି ସମ୍ବଲପୁର IIM ଏହି ଅନଲାଇନ ପାଠ୍ୟକ୍ରମ ହାତକୁ ନେଇଛି ।
ଏହା ବି ପଢ଼ନ୍ତୁ | ଅଚାନକ WhatsApp, ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ସେବା ବିଶ୍ୱ ସାରା ଡାଉନ୍ ହେଲା; ପୁଣି ଠିକ୍ ହୋଇଗଲା
ଦେଶ ତଥା ଦେଶ ବାହାରର ଛାତ୍ରଛାତ୍ରୀମାନେ ଗ୍ଲୋବାଲ୍ ଏଗଜିକ୍ୟୁଟିଭ୍ ଏମ୍.ବି.ଏ. ପାଠ୍ୟକ୍ରମର ଫାଇଦା ଘରେ କିମ୍ବା କାର୍ଯ୍ୟଳୟରେ ରହି ନେଇ ପାରିବେ । ଯେଉଁମାନେ ଏମ୍.ବି.ଏ. ପାଠ୍ୟକ୍ରମ ସମାପ୍ତ କରି ତିନି ବର୍ଷ ପର୍ଯ୍ୟନ୍ତ ଯେକୌଣସି ଚାକିରୀରେ ନିଜକୁ ନିୟୋଜିତ କରିଛନ୍ତି ସେମାନେ ଏହି ଅନଲାଇନ୍ ପାଠ୍ୟକ୍ରମରେ ନାମ ଲେଖାଇ ପଢି଼ପାରିବେ । ଏହି ଅନଲାଇନ୍ ପାଠ୍ୟକ୍ରମର ଅବଧି ଦୁଇ ବର୍ଷ ପର୍ଯ୍ୟନ୍ତ ରହିବ ଓ ଏଥି ପାଇଁ ନଅ ଲକ୍ଷ ଟଙ୍କା ଲାଗିବ ବୋଲି ଶୁକ୍ରବାର ଦିନ ସମ୍ବଲପୁର ଆଇ.ଆଇ.ଏମ୍. ତରଫରୁ ସୂଚନା ଦିଆଯାଇଛି ।
ପ୍ରଥମରୁ ସମ୍ବଲପୁର ଆଇ.ଆଇ.ଏମ୍. ଅନେକ ସଫଳତା ହାସଲ କରିଛି । ଦେଶରେ ନୂଆ ତିଆରି ହୋଇଥିବା ଆଇ.ଆଇ.ଏମ୍.ମାନଙ୍କ ମଧ୍ୟରେ ସମ୍ବଲପୁର ଆଇ.ଆଇ.ଏମ୍. ପ୍ରଥମ ସ୍ଥାନରେ ରହିଥିବା ଜଣାପଡ଼ିଛି । ଏଠି ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ ଭଲ ଆୟରେ ନିୟୋଜିତ ହୋଇଛନ୍ତି ।

ସମ୍ବଲପୁର ଆଇ.ଆଇ.ଏମ୍. ଏବେ ସମ୍ୱଲପୁର ବିଶ୍ଵବିଦ୍ୟାଳୟ ଜ୍ୟୋତିବିହାର ବୁର୍ଲା କ୍ୟାମ୍ପସ୍ ପରିସରରେ ଚାଲୁଛି ।
ବର୍ତ୍ତମାନ ସ୍ଥିତିରେ ଅଧିକାଂଶ କାର୍ଯ୍ୟକ୍ରମ ଡିଜିଟାଲ୍ ମାଧ୍ୟମରେ ହେଉଥିବା କାରଣରୁ ଓ ଡିଜିଟାଲ୍ ଇଣ୍ଡିଆକୁ ସବୁ ଆଡ଼ୁ ପ୍ରୋତ୍ସାହନ ମିଳୁଥିବାରୁ ଅନଲାଇନ୍ ମାଧ୍ୟମରେ ଗ୍ଲୋବାଲ୍ ଏଗଜିକ୍ୟୁଟିଭ୍ ଏମ୍.ବି.ଏ. ପାଠ୍ୟକ୍ରମ ଆରମ୍ଭ କରିବା ସମ୍ବଲପୁର ଆଇ.ଆଇ.ଏମ୍.ର ଏକ ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଉଛି । ଆଇ.ଆଇ.ଏମ୍. ସମ୍ବଲପୁର ଆଗକୁ ମଧ୍ୟ ଆହୁରି ଭଲ କାର୍ଯ୍ୟକ୍ରମ ହାତକୁ ନେଇ ନିଜକୁ ଓ ରାଜ୍ୟକୁ ଗୌରବାନ୍ୱିତ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସଂସ୍ଥାର ନିର୍ଦ୍ଦେଶକ ପ୍ରଫେସର୍ ମହାଦେଓ ଜୟସୱାଲ୍ ।
ଏହା ବି ପଢ଼ନ୍ତୁ | ‘ବିବାହିତ ପୁରୁଷମାନଙ୍କ ସହ ପ୍ରେମରେ ପଡ଼ନ୍ତୁ ନାହିଁ’: ମହିଳା ଫ୍ୟାନ୍ମାନଙ୍କୁ ନୀନା ଗୁପ୍ତାଙ୍କ ଉପଦେଶ
‘‘ସମ୍ବଲପୁର ଆଇ.ଆଇ.ଏମ୍.ର ସ୍ଥାୟୀ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ଜୋର୍ ସୋରରେ ଚାଲିଛି । ଗୋଶାଳା ନିକଟସ୍ଥ ବସନ୍ତ ପୁରରେ ଚାଲିଥିବା ସ୍ଥାୟୀ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ । ଆସନ୍ତା ବର୍ଷ ଆଇ.ଆଇ.ଏମ୍. ସମ୍ବଲପୁରର ନୂଆ କ୍ୟାମ୍ପସରେ ପାଠପଢ଼ା ଆରମ୍ଭ ହେବ,’’ କହିଛନ୍ତି ପ୍ରଫେସର୍ ଜୟସୱାଲ୍ ।
ଏହା ବି ପଢ଼ନ୍ତୁ | କରୋନା ଯୋଗୁଁ ପୁରୁଷମାନଙ୍କ ଯୌନ ହରମୋନ୍ କମ୍ ହେଉଛି, ଯୌନ କ୍ଷମତା ବି କମୁଛି
ସମ୍ବଲପୁର ଆଇ.ଆଇ.ଏମ୍. ଏବେ ସମ୍ୱଲପୁର ବିଶ୍ଵବିଦ୍ୟାଳୟ ଜ୍ୟୋତିବିହାର ବୁର୍ଲା କ୍ୟାମ୍ପସ୍ ପରିସରରେ ଚାଲୁଛି ।