ସମ୍ବଲପୁର: ୬୫ ବର୍ଷରେ ପାଦ ଥାପିଲା ହୀରାକୁଦ ଡ୍ୟାମ; ସୁଧୁରିନି ବିସ୍ଥାପିତଙ୍କ ସମସ୍ୟା

ଏହି ପ୍ରକଳ୍ପ ଯୋଗୁଁ ୨୪୯ ଟି ଗାଁ ସମ୍ପୁର୍ଣ୍ଣ ଜଳ ଭଣ୍ଡାର ଭିତରେ ଜଳ ମଗ୍ନ ହୋଇ ଯାଇଥିଲା । ସମୁଦାୟ ୩୧୫ ଟି ଗ୍ରାମର ୨୬ ହାଜର ୫ ଶହ ଏକ ପରିବାର ପ୍ରଭିବିତ ହୋଇଥିବା ବେଳେ ୧୯ ହାରରରୁ ଉର୍ଦ୍ଧ୍ବ ପରିବାର ଭିଟା ମାଟିରୁ ବିସ୍ଥାପିତ ହୋଇଥିଲେ ।

୬୫ ବର୍ଷରେ ପାଦ ଥାପିଲା ହୀରାକୁଦ ଡ୍ୟାମ

୬୫ ବର୍ଷରେ ପାଦ ଥାପିଲା ହୀରାକୁଦ ଡ୍ୟାମ

  • Share this:
News18 Odia Digital
ସମ୍ବଲପୁର: ବିଶ୍ବ ପ୍ରସିଦ୍ଧ ହୀରାକୁଦ ବନ୍ଧକୁ ୧୯୫୭ ମସିହା ଜାନୁୟାରୀ ୧୩ ତାରିଖରେ ତତ୍କକାଳୀନ ପ୍ରଧାନ ମନ୍ତ୍ରୀ ଜବାହାର ଲାଲ ନେହେରୁ ଜାତି ଉଦ୍ଦେଶ୍ୟରେ ଉତ୍ସଗ୍ରୀକୃତ କରିଥିଲେ । ବର୍ତ୍ତମାନ ଏହାର ୬୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଗତ ୬ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ବନ୍ଧ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିବା ପରିବାର ବର୍ତ୍ତମାନ ସୁଦ୍ଧା ନିଜର ନ୍ୟାର୍ଯ୍ୟ କ୍ଷତିପୁରଣ ପାଇ ପାରି ନାହାନ୍ତି ।

ଏହି ପ୍ରକଳ୍ପ ଯୋଗୁଁ ୨୪୯ ଟି ଗାଁ ସମ୍ପୁର୍ଣ୍ଣ ଜଳ ଭଣ୍ଡାର ଭିତରେ ଜଳ ମଗ୍ନ ହୋଇ ଯାଇଥିଲା । ସମୁଦାୟ ୩୧୫ ଟି ଗ୍ରାମ ଓ ଏଥିରେ ୨୬ ହାଜର ୫ ଶହ ଏକ ପରିବାର ପ୍ରଭିବିତ ହୋଇଥିବା ବେଳେ ୧୯ ହାରରରୁ ଉର୍ଦ୍ଧ୍ବ ପରିବାର ଭିଟା ମାଟିରୁ ବିସ୍ଥାପିତ ହୋଇଥିଲେ ।

ପ୍ରତିଷ୍ଠାର ଏତେ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏ ଯର୍ଯ୍ୟନ୍ତ ବନ୍ଧ ଯୋଗୁଁ ବିସ୍ଥାପିତ ହୋଇଥିବା ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିପାରିନି ବୋଲି ଅଭିଯୋଗ କରି ବୁଡି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ୬୫ତମ ପ୍ରତିଷ୍ଠା ଦିବସରେ ଅଭିନବ ପ୍ରତିବାଦ କରାଯାଇ ଥିଲା । ନିଜ ଶରୀରରେ ପ୍ରତିବାଦ ଚିତ୍ର ଆଙ୍କି ସମ୍ବଲପୁର ଉତ୍ତାରଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟକୁ ଆସି ଦାବୀ ପତ୍ର ଦେଇଥିଲେ । ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଏହାକୁ ନେଇ ବିସ୍ଥାପିତଙ୍କୁ ନ୍ୟାୟ ପ୍ରଦାନ ଦେବା ପାଇଁ ନିଜର ଲଢ଼େଇ ଜାରି ରଖିଛନ୍ତି । ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ବିସ୍ଥାପିତ ମାନଙ୍କୁ କ୍ଷତିପୂରଣ ଦେବା ସହ ସେମାନଙ୍କୁ ନ୍ୟାୟ ଦେବା ପାଇଁ ସୁପ୍ରିମ କୋର୍ଟରେ ମାମଲା ଦାୟର କରିବା ସହ ଜାତୀୟ ମାନବ ଅଧିକାର କମିସନଙ୍କ ଠାରେ ବି ଅଭିଯୋଗ କରିଛନ୍ତି ।

ନିଜ ଶରୀରରେ ପ୍ରତିବାଦର ଚିତ୍ର ଆଙ୍କି ୬୫ତମ ପ୍ରତିଷ୍ଠା ଦିବସରେ ଅଭିନବ ପ୍ରତିବାଦ କରାଯାଇ ଥିଲା


ସରକାର ହୀରାକୁଦ ନଦୀବନ୍ଧର ସବୁ ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ଦିଆଯାଇ ସାରିଛି ବୋଲି ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗ କରିଛି ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି । ହୀରାକୁଦ ନଦୀ ବନ୍ଧ ପ୍ରତିଷ୍ଠାର ୬୫ ବର୍ଷ ପୂର୍ତ୍ତି ହେବା ଅବସରରେ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି କହିଛି ଯେ ଜଳସେଚନ, ବିଦ୍ୟୁତ ଉତ୍ପାଦନର ମହତ ଲକ୍ଷ ନେଇ ଡ୍ୟାମ ନିର୍ମାଣ କରାଯାଇ ଥିଲା । ଡ୍ୟାମ ପାଇଁ ହଜାର ହଜାର ଗ୍ରାମର ଲୋକ ଜମିହରା ହେବା ସହ ବିସ୍ଥାପିତ ହୋଇଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ୧୦ ହଜାର ଲୋକ କ୍ଷତିପୂରଣ ପାଇ ନ ଥିବା ବେଳେ ୩୪ଟି ଗ୍ରାମ ରାଜସ୍ୱ ଗ୍ରାମର ମାନ୍ୟତା ପାଇ ନାହିଁ । ଏହା ସହ ୧୩ ହଜାର ୫ ଶହ ୪୦ ପରିବାର ବକେୟା କ୍ଷତିପୂରଣ ପାଇ ନାହାନ୍ତି ବୋଲି ସଂଗ୍ରାମ ସମିତି ଅଭିଯୋଗ କରିଛି ।

ବିସ୍ଥାପିତ ମାନଙ୍କ ପାଇଁ ଜାତୀୟ ମାନବାଧିକାର କମିସନ ଓ କୋର୍ଟରେ କେସ ଲଢୁଥିବା ଆଇନଜୀବୀ ତଥା ମାନବାଧିକାର କାର୍ଯ୍ୟକର୍ତ୍ତା ରାଧାକାନ୍ତ ତ୍ରିପାଠୀ ଅଭିନବ ପ୍ରତିବାଦ କରି ଆରଡିସିଙ୍କୁ ଦାବିପତ୍ର ଦେଇଛନ୍ତି । ସେ ନିଜ ଶରୀର ରେ ହୀରାକୁଦ ନଦୀବନ୍ଧର ନିର୍ମାଣ ପରେ ହୋଇଥିବା ବିକାଶ ସହ ବିସ୍ଥାପିତ ମାନଙ୍କ ଦୁଃଖକୁ ଚିତ୍ରଣ କରି ଅଭିନଵ ପ୍ରତିବାଦ କରିଥିଲେ । ତାଙ୍କ ସହ ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତିର କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଆରଡିସି ଙ୍କୁ ସାକ୍ଷାତ କରି ବିସ୍ଥାପିତ ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ ।

‘‘ବିସ୍ଥପିତଙ୍କ ହକ୍‌ ପାଇଁ ଦୀର୍ଘ ଦଶନ୍ଧିର ସଗ୍ରାମ ଜାରି ରହିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସୁଫଳ ମିଳି ନାହିଁ । ବିସ୍ଥାପିତଙ୍କ ହକ ମିଳବା ପର୍ଯ୍ୟନ୍ତ ସଂଗ୍ରାମ ଜାରୀ ରହିବ,’’ କହିଛନ୍ତି ହୀରାକୁଦ ବୁଡିଅଞ୍ଚଳ ସଂଗ୍ରାମ ସମିତି ସାଧାରଣ ସଂପାଦକ ଗୋପିନାଥ ମାଝୀ । ’’
Published by:Jagdish Barik
First published: