ଆମାଜନର ମଡେଲ ସାଜିବେ ସମ୍ବଲପୁର ଝିଅ ସାଇ ଅଂଶିକା ବେସନ

ଆମାଜନ ଇ କମର୍ସ ଆପର ମଡେଲ ଭାବେ ଚୟନ ହୋଇଛନ୍ତି ସମ୍ବଲପୁର ଝିଅ ସାଇ ଅଂଶିକା ବେସନ। ଏକ ବର୍ଷ ପାଇଁ ତାଙ୍କ ସହ ସାମୟିକ ଚୁକ୍ତି କରାଯାଇଛି ।

ସାଇ ଅଂଶିକା ବେସନ (ପ୍ରତୀକାତ୍ମକ ଛବି)

ସାଇ ଅଂଶିକା ବେସନ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ସମ୍ବଲପୁର: ଅନ୍ତର୍ଜାତୀୟ କମ୍ପାନୀ ଆମାଜନ ଇ କମର୍ସ ଆପର ମଡେଲ ଭାବେ ଚୟନ ହୋଇଛନ୍ତି ସମ୍ବଲପୁର ଝିଅ ସାଇ ଅଂଶିକା ବେସନ ।ଏକ ବର୍ଷ ପାଇଁ ତାଙ୍କ ସହ ସାମୟିକ ଚୁକ୍ତି କରାଯାଇଛି ।

ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ଗୋବିନ୍ଦପୁର ପଣ୍ଡରି ପଥର ଗ୍ରାମର ୮ ବର୍ଷର କୁନି ଝିଅ ସାଇ ଅଂଶିକା ବେସନ ଚୟନ ହୋଇଥିବା ଜଣା ପଡିଛି । ଗତ ଅଗଷ୍ଟ ମାସରେ କମ୍ପାନୀ ପକ୍ଷରୁ ଶିଶୁ ମଡେଲ ପରିପ୍ରେକ୍ଷୀରେ ଆବେଦନ ଆହ୍ୱାନ କରା ଯାଇଥିଲା ।

‘‘ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏବେ ମୁଁ ମଡେଲ ପାଇ ଚୟନ ହୋଇଥିବାରୁ ବହୁତ ଖୁସି ଲାଗୁଛି,"କହିଛନ୍ତି ସାଇ ଅଂଶିକା ବେସନ।

ସୂଚନା ପାଇ ସାଇ ଅଂଶିକା ଅନଲାଇନ ଆବେଦନ କରିଥିଲେ । ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ସେ ମନୋନୀତ ହୋଇ ଛତିଶଗଡ଼ ରାଜ୍ୟର ରାୟପୁରକୁ ଯାଇଥିଲେ। ସେଠାରେ ବିଭିନ୍ନ ବିଷୟରେ ସମୂହ ସାକ୍ଷାତକାର ସହିତ ଶତାଧିକ ଶିଶୁ ମାନଙ୍କୁ ନେଇ ଏକ ଫେସନ ସୋ ଆୟୋଜିତ ହୋଇଥିଲା । ଯେଉଁ ଥିରେ ସାଇ ଅଂଶିକା ନିଜର ବ୍ୟକ୍ତିତ୍ବ , କଳା ପ୍ରଦର୍ଶନ ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇ ଶିଶୁ ମଡେଲ ଭାବେ ବିବେଚିତ ହୋଇଥିଲେ ।

'ଅନଲାଇନରେ ମଡେଲିଙ୍ଗ ପାଇଁ ଅଡିସନ ଆମେ ଆବେଦନ କରିଥିଲୁ । ଏହା ପରେ ସେଡି ଅଡିସନରେ ଭାଗ ନେବା ପାଇଁ ଡାକରା ଆସିବା ପରେ ଝିଅ ସେଥିରେ ଭାଗ ନେଇଥିଲା । ପରେ ଝିଅ ଚୟନ ହୋଇଛି ବୋଲି ଜାଣିବାକୁ ପାଇଥିଲୁ,"କହିଛନ୍ତି ସାଇ ଅଂଶିକାଙ୍କ ବାପା ଅନିଲ କୁମାର ବେସନ।
Published by:Soumya Das
First published: