- News18 Odia
- Last Updated :
- Other, India
News 18 Odia Digital
ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ପୀଠରେ ମହାଳୟା ପାଇଁ ବେଶ ଭିଡ। କାରଣ ଆଜିର ଦିନରେ ମାଆ ସମଲେଶ୍ବରୀ ସବୁ ଦିନିଆ ରଙ୍ଗ ଲାଲ ପରିବର୍ତ୍ତେ ଶ୍ବେତ ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶକୁ ମାଙ୍କର ଧବଳମୁଖୀ ବେଶ ବୋଲି କୁହାଯାଇଥାଏ। ମହାଳୟା ଦିନ ପିତୃପକ୍ଷର ଅନ୍ତିମ ଦିନରେ ମାଙ୍କୁ ଏହି ବେଶରେ ଦର୍ଶନ କଲେ ପିତୃ ପୁରୁଷ ଶାନ୍ତିରେ ରହିଥାନ୍ତି ବୋଲି ବିଶ୍ବାସ ରହିଛି। ଯେଉଁମାନେ ପିତୃ ପୁରଷ ଉଦ୍ଦେଶ୍ୟରେ ପିଣ୍ଡଦାନ ଗଙ୍ଗାରେ କରିପାରିନଥାନ୍ତି ତାଙ୍କ ପାଇଁ ଆଜିର ଦିନରେ ମାଙ୍କୁ ଧବଳମୁଖୀ ବେଶରେ ଦର୍ଶନ ସେହି ପୁଣ୍ୟ ଦେଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ କରି ମାଙ୍କର ଏହି ବେଶକୁ ଗଙ୍ଗା ଦର୍ଶନ ବେଶ କୁହାଯାଇଥାଏ।
‘‘ ଦୁଇ ବର୍ଷ ହେବ କୋରୋନା କଟକଣା ପାଇଁ ମାଆ ସମଲେଶ୍ବରୀଙ୍କୁ ଦର୍ଶନ କରିପାର ନଥିଲେ । କିନ୍ତୁ ଏ ବର୍ଷ କଟକଣା ନଥିବାରୁ ମାଆଙ୍କୁ ଦେଖିବାର ସୁଯୋଗ ମିଳିଥିବାରୁ ବରଗଡରୁ ଆସିଥିବା ଶ୍ରଦ୍ଧାଳୁ ମମତା ପୁରୋହିତ କହିଛନ୍ତି । ’’ ମାଆଙ୍କର ଏହି ଧବଳମୁଖୀ ବେଶ ଦର୍ଶନ କରିବା ପାଇଁ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗିରହିଥିଲା । ଭକ୍ତମାନେ କିଭଳି ଶାନ୍ତି ଶୃଙ୍ଖଳାରେ ମାଙ୍କୁ ଦର୍ଶନ କରିବେ ସେଥି ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ସୁବିଧା କରାଯାଇଛି । ମନ୍ଦିର ପାଖରେ ବ୍ୟାରିକେଟି କରାଯିବା ସହ ଭକ୍ତମାନଙ୍କୁ ଧାଡି କରି ମାଆଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁ ଛଡାଯାଉଛି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।