• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ବର୍ଷ ଖରିଫ ଧାନ କିଣାବିକା; ବହୁ ଚାଷୀଙ୍କୁ ଏ ପର୍ଯ୍ୟନ୍ତ ମିଳିନି ଟୋକନ

ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ବର୍ଷ ଖରିଫ ଧାନ କିଣାବିକା; ବହୁ ଚାଷୀଙ୍କୁ ଏ ପର୍ଯ୍ୟନ୍ତ ମିଳିନି ଟୋକନ

ଗୁରୁବାର ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି ଖରିଫ ଧାନ କିଣା। ଖରିଫ ଧାନ କିଣିବା ପାଇଁ ଜିଲ୍ଲାର ଏ ବର୍ଷ ୪୯ଟି ମଣ୍ଡି ଖୋଲିଛି । ତେବେ ମଣ୍ଡି ଖୋଲିଥିଲେ ମଧ୍ୟ କିଛି ଚାଷୀଙ୍କର ଟୋକନ ଆସି ନଥିବା ଅଭିଯୋଗ କରିଛନ୍ତି ଚାଷୀମାନେ ।

ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ବର୍ଷ ଖରିଫ ଧାନ କିଣାବିକା

ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ବର୍ଷ ଖରିଫ ଧାନ କିଣାବିକା

  • Share this:
News18 Odia Digital

ସମ୍ବଲପୁର: ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ବର୍ଷ ଖରିପ ଧାନ କିଣାବିକା । ଜିଲ୍ଲାର ଧାନ ବିକ୍ରି ପାଇଁ ୪୯ଟି ମଣ୍ଡି ଖୋଲିଛି । ବହୁ ଚାଷୀଙ୍କୁ ଏ ପର୍ଯ୍ୟନ୍ତ ଟୋକନ ମିଳିନାହିଁ ବୋଲି ଅଭିଯୋଗ କରିଥିବା ବେଳେ ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଯୋଗାଣ ବିଭାଗ ତରଫରୁ କୁହାଯାଇଛି । ସମ୍ବଲପୁର ଜିଲ୍ଲାର ସବୁଠୁ ବଡ଼ ମାର୍କେଟ ୟାର୍ଡ଼ ହେଉଛି ବରେଇପାଲୀ ମୋର୍କେଟ ୟାର୍ଡ଼ । ଏଠାରେ ଖୋଲିଛି ଖରିଫି ଧାନ କିଣା ବିକା ପାଇଁ ମଣ୍ଡି । ଗାଡ଼ିରେ ଧାନ ବସ୍ତା ଲୋଡ ହୋଇ ଲାଇନ ଲାଗି ଥିବା ବେଳେ ୱେ ବ୍ରିଜରେ ମଧ୍ୟ ଚାଲିଛି ଓଜନ।

ଗୁରୁବାର ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି ଖରିଫ ଧାନ କିଣା। ଖରିଫ ଧାନ କିଣିବା ପାଇଁ ଜିଲ୍ଲାର ଏ ବର୍ଷ ୪୯ଟି ମଣ୍ଡି ଖୋଲିଛି । ତେବେ ମଣ୍ଡି ଖୋଲିଥିଲେ ମଧ୍ୟ କିଛି ଚାଷୀଙ୍କର ଟୋକନ ଆସି ନଥିବା ଅଭିଯୋଗ କରିଛନ୍ତି ଚାଷୀମାନେ ।

ବହୁତ ଲୋକଙ୍କର ଟୋକନ ଏ ପର୍ଯ୍ୟନ୍ତ ଆସିନାହିଁ । ଚାଷୀମାନଙ୍କ ଧାନ ଖଳାରେ ପଡ଼ିଛି , ବର୍ଷାରେ ଭିଜୁଛି । ଚାଷୀମାନେ ବହୁତ ହଇରାଣ ହେଉଛନ୍ତି ବୋଲି ଚାଷୀ ଦେବେନ୍ଦ୍ର ପ୍ରଧାନ କହିଛନ୍ତି ।

ସମ୍ବଲପୁୁରରେ ଏଯାବତ ଅନେକ ଚାଷୀଙ୍କୁ ମିଳିନି ଟୋକନ


ଗତ ବର୍ଷ ଚାଷୀମାନେ ଯେଭଳି ଟୋକନ ପାଇଁ ହଇରାଣ ହୋଇଥିଲେ ବର୍ଷ ବର୍ଷ ମଧ୍ୟ ସେହି ଅସୁବିଧା ଭୋଗୁଛନ୍ତି । ଚାଷୀମାନାଙ୍କୁ ଅସୁବିଧାକୁ ଦୃଷ୍ଟିରେ ରଖି ଏହାର ଶୀଘ୍ର ସମାଧାନ କରାଯାଉ ବୋଲି ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତିର ଆବାହକ ଅଶୋକ ପ୍ରଧାନ କହିଛନ୍ତି ।

ସେପଟେ ଯୋଗାଣ ବିଭାଗ କହିଛି ଚାଷୀମାନଙ୍କର ଯେଉଁ ଅସୁବିଧା ଗତ ବର୍ଷ ହୋଇଥିଲା ତାହା ଚଳିତ ବର୍ଷ ହେବ ନାହିଁ । ଅନେକ ଚାଷୀଙ୍କର ଟୋକନ ଆସିଛି । ଯେଉଁ ଚାଷୀମାନଙ୍କର ଟୋକନ ରହିଯାଇଛି ତାହା ସେଟଲାଇଟ ସର୍ଭେ ଯୋଗୁଁ ହୋଇଛି । ତାଙ୍କର ମଧ୍ୟ ଟୋକନ ଖୁବ୍ ଶୀଘ୍ର ଆସିଯିବ । ବିଭିନ୍ନ ଧାନ ମଣ୍ଡିକୁ ଯାଞ୍ଚ ପାଇଁ ୪ଟି ସ୍କୁାର୍ଡ଼ ଗଠନ କରାଯାଇଛି । ଏହି ସ୍କୁାର୍ଡ଼ ବିଭିନ୍ନ ମିଲକୁ ଯାଇ ଷ୍ଟକ୍ ଯାଞ୍ଚ କରୁଛନ୍ତି ବୋଲି ସମ୍ବଲପୁରର ମୁଖ୍ୟ ଯୋଗଣ ଅଧିକାରୀ ସୁବୋଧ ମଲିକ କହିଛନ୍ତି ।

ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ବର୍ଷ ଖରିଫ ଧାନ କିଣାବିକା


ସମ୍ବଲପୁର ସବ-ଡିଭିଜନରେ ଆଜି ପ୍ରଥମ ପର୍ଯ୍ୟୟରେ ମଣ୍ଡି ଖୋଲି ଧାନ କିଣା ବିକା ହେଉଥିବା ବେଳେ ରେଢ଼ାଖୋଲ, କୁଚିଣ୍ଡାରେ ମଧ୍ୟ ମଣ୍ଡି ଖୋଲି ଧାନ କିଣା ହେବ ବୋଲି ଯୋଗାଣ ବିଭା ପକ୍ଷରୁ ସୁଚନା ଦିଆଯାଇଛି।
Published by:Lipina Das
First published: