ଧୁମ୍ ଧାମରେ ପାଳନ ହେଲା ସମ୍ବଲପୁରୀ ଦିବସ

କାଲି ଧୁମ୍ ଧାମରେ ସମ୍ବଲପୁରରେ ପାଳିତ ହୋଇଛି ସମ୍ବଲପୁରୀ ଦିବସ । ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସମ୍ବଲପୁରୀ ଖାଦ୍ୟ ଖାଇ, ସମ୍ବଲପୁରୀ ନାଚ ଗୀତରେ ମସଗୁଲ ହୋଇଛନ୍ତି ସମସ୍ତେ ।

ସମ୍ବଲପୁରୀ ପୋଷକ ପିନ୍ଧି ନୃତ୍ୟ ପରିବେଶଣ କରୁଛନ୍ତି

ସମ୍ବଲପୁରୀ ପୋଷକ ପିନ୍ଧି ନୃତ୍ୟ ପରିବେଶଣ କରୁଛନ୍ତି

  • Share this:
News 18 Odia Digital

ସମ୍ବଲପୁର: ବିବିଧତା ଭିତରେ ଏକତା । ସାରା ଦେଶରେ ଅନେକ ଭାଷା ତା ଭିତରେ ସମ୍ବଲପୁରୀ ଭଷା ଅନ୍ୟତମ । କାଲି ଧୁମ୍ ଧାମରେ ସମ୍ବଲପୁରରେ ପାଳିତ ହୋଇଛି ସମ୍ବଲପୁରୀ ଦିବସ । ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସମ୍ବଲପୁରୀ ଖାଦ୍ୟ ଖାଇ, ସମ୍ବଲପୁରୀ ନାଚ ଗୀତରେ ମସଗୁଲ ହୋଇଛନ୍ତି ସମସ୍ତେ । ଅଗଷ୍ଟ ୧ ତାରିଖ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନର ପାଳିତ ହୁଏ ସମ୍ବଲପୁରୀ ଦିବସ । ଏହି ଦିନରେ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମ୍ବଲପୁରୀ ଭାଷା ,କଳା ସଂସ୍କୃତି ,ସାହିତ୍ୟ, ପରମ୍ପରାକୁ ଦେଶ ବିଦେଶରେ ଅଧିକ ପ୍ରଚାର ପ୍ରସାର କରିବା ।

ସମ୍ବଲପୁର ସହରର ଜେଲ ଛକରୁ କଚେରି ଛକ ଓ ମୁନସିପାଲଟି ଛକରୁ ଗଙ୍ଗାଧର ମଣ୍ଡପ ପର୍ଯ୍ୟନ୍ତ ଲାଗିଥିଲା ସମ୍ବଲପୁରିଆଙ୍କ ଭିଡ । ଗାଏମା ସମ୍ବଲପୁରୀ, ନାଚ୍‌ମା ସମ୍ବଲପୁରୀ, ପିନ୍ଧିମା ସମ୍ବଲପୁରୀ ,ଉଡମା ସମ୍ବଲପୁରୀ, କହେମା ସମ୍ବଲପୁରୀ, ଲେଖେମା ସମ୍ବଲପୁରୀ ନାରାରେ କମ୍ପ ଉଠିଥିଲା ସାରା ପଶ୍ଚିମ ଓଡିଶା । ସମ୍ବଲପୁରୀ ବସ୍ତ୍ର ପିନ୍ଧି ନାଚି ଗାଇ ପାଳନ କରିଛନ୍ତି ସମ୍ବଲପୁରୀ ଦିନ୍‌ ।  ସମ୍ବଲପୁରୀ ପାରମ୍ପାରିକ ଖାଦ୍ୟ ପାନୀୟ ସାଙ୍ଗକୁ ସମ୍ବଲପୁରୀ ନାଚ ଗୀତ । ସମ୍ବଲପୁରୀଙ୍କ ଖୁସି କହିଲେ ନ ସରେ । ଜିଲ୍ଲାପାଳଙ୍କ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ସମ୍ବଲପୁରୀ ବସ୍ତ୍ରୀ ପରିଧାନ କରି କାର୍ଯ୍ୟରେ ଯୋଗ ଦେଇଥିଲେ ।

ଏଥି ସହିତ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟ ବା ଭିସୁଟ ର ଇ-ଲର୍ନିଙ୍ଗ ସେଣ୍ଟର ଠାରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସମ୍ବଲପୁରୀ ଦିନ୍‌ ଭାବରେ ପାଳନ କରାଯାଇଥିଲା । ସମସ୍ତେ ସମ୍ବଲପୁରୀ ବସ୍ତ୍ର ପିନ୍ଧି ସମ୍ବଲପୁରୀ ଦିନ୍‌ ପାଳନ କରିଥିଲେ । ସମ୍ବଲପୁରରେ ସବୁଠି ପରିବେଶ ସମ୍ବଲପୁରୀମୟ ହୋଇଥିଲା ।

ବିଭିନ୍ନ ଷ୍ଟଲ ପଡିଥିଲା ସେଠାରେ ମିଳୁଥିଲା ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ । ସର୍‌ସତିଆ, ମୁଢି ଲଡୁ ଠାରୁ ଆରମ୍ଭ କରି ରାଗ ଚଣା ଓ ସମ୍ବଲପୁରିଆ ଲେଥାର ମଜା ନେଉଥିଲେ ସମସ୍ତେ । କୋଭିଡ କଟକଣା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ସମ୍ବଳପୁରୀ ଦିନକୁ ନିଡାମ୍ବର ଭାବେ ପାଳନ କରାଉଥିଲା । କିନ୍ତୁ ଏବର୍ଷ କୋଭିଡ କଟକଣା ହଟିଥିବାରୁ ଆଡମ୍ବର ସହକାରେ ସମ୍ବଲପୁରୀ ଦିନ୍‌ ପାଳନ କରାଯାଇଥିଲା ।
Published by:Sujit Swain
First published: