News 18 Odia Digital
ସମ୍ବଲପୁର: ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିବା ପରଠାରୁ ବିଭିନ୍ନ କ୍ଷେତ୍ରରେ ଦେଖା ଦେଇଛି ସମସ୍ୟା। ଯାହାଦ୍ୱାରା ଜୀବନଯାତ୍ରା ପ୍ରବାବିତ ହୋଇଛି । ଅନଲାଇନ ଟ୍ରାଜେକ୍ସନ (transaction) ତଥା upi ପେମେଣ୍ଟ ଓ ୱାର୍କ ଫର୍ମ ହୋମ (work from home) ବ୍ୟବସ୍ଥା ଠପ୍ ହୋଇ ଯାଇଛି । ଫଳରେ ବିଭିନ୍ନ ବର୍ଗର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଇଣ୍ଟରନେଟର ନଥିବାରୁ ସବୁକିଛି ଠପ୍ ହେଇଯାଇଛି। କେବଳ ବ୍ୟବସାୟୀକ ନେଣ ଦେଣ ନୁହେଁ ଅନଲାଇନ ଶିକ୍ଷା ଦାନ ମଧ୍ୟ ପ୍ରଭାବିତ ହେଉଛି । ସେହିପରି ଅନଲାଇନ ମାର୍କେଟିଂ (marketing) , ଫୁଡ୍ ଡେଲିଭରୀ (food delivery) ସହ ଜିପିଏସ ଟ୍ରାକିଂ gps trackeing ବ୍ୟବସ୍ଥା ମଧ୍ୟ ଅଟକି ଯାଇଛି।
ଅନ୍ୟପଟେ, ଧିରେ ଧିରେ ସମ୍ବଲପୁରରେ ଫେରୁଛି ଶାନ୍ତି । କର୍ଫ୍ଯୁ ସମୟରେ କୋହଳ ପରେ ଜନଜୀବନ ସ୍ବାଭାବିକ ହେଉଛି । ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଶାନ୍ତି ଫେରିବା ଉପରେ ଆଲୋଚନା ହୋଇଥିବାବେଳେ ପଡ଼ା ଗୁଡିକରେ ଉଭୟ ସମ୍ପ୍ରଦାୟଙ୍କୁ ନେଇ ପ୍ରଶାସନ ଉପସ୍ଥିତିରେ ବୈଠକ ହୋଇଛି । ସେପଟେ ସର୍ବଧର୍ମ ବୈଠକ କରିଛି ଶାନ୍ତି କମିଟି। ଏପଟେ ରାଜ୍ୟ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଅଭିମୁଖେ ଯାଉଥିବା ପ୍ରତିନିଧି ମଣ୍ଡଳକୁ ଠେଲକୋଲୋଇ ଥାନାରେ ଅଟକ ରଖିଛି ପୋଲିସ ।
ରାଜ୍ୟ ସଭାପତିଙ୍କ ଠାରୁ ଆରମ୍ଭ କରି ଦଳୀୟ ସାଂସଦ, ବିଧାୟକଙ୍କ ସହ ଅନ୍ୟ ବରିଷ୍ଠ ନେତାଙ୍କୁ ଅଟାକାଉଛି ପୋଲିସ । ସମ୍ବଲପୁର ଅଭିମୁଖେ ଯାଉଥିବା ବିଜେପିର ଏକ ଟିମ୍କୁ ଝାରସୁଗୁଡ଼ା ସୀମା ଶ୍ରୀପୁରା ନିକଟରେ ଏହି ଟିମ୍କୁ ଅଟକାଇ ଠେଲକୋଲୋଇ ଥାନା ନେଇଯାଇଥିଲା ପୋଲିସ l ଟିମ୍ର ନେତୃତ୍ବ ନେଉଥିବା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବରିଷ୍ଠ ନେତୃବୃନ୍ଦକୁ ଅଟକ ରଖିଛି ପୋଲିସ l ଗତ ୧୨ ତାରିଖରେ ହନୁମାନ ଜୟନ୍ତୀ ପାଳନ ଅବସରରେ ଆକ୍ରମଣର ଶିକାର ହୋଇଥିବା ଲୋକ ତଥା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜେପି କର୍ମୀଙ୍କୁ ସାକ୍ଷାତ କରିବା ପାଇଁ ଯାଉଥିବା କହିଥିଲେ ବିଜେପିର ଏହି ପ୍ରତିନିଧି ଦଳ । ୧୪୪ ଧାରା କୋହଳ ଥିବାରୁ ଯିବାକୁ ଚାହୁଁଥିଲେ । ହେଲେ ପୋଲିସ ଜୋର ଜବରଦସ୍ତ ଅଟକାଇବା ବେଆଇନ୍ ଏବଂ ନିନ୍ଦନୀୟ ଏମାନେ କହିଛନ୍ତି l ସେପଟେ ପୋଲିସ କହିଛି କି ସହରରେ କର୍ଫ୍ୟୁ ଲାଗିଛି । ୧୪୪ ଧାରାକୁ ନମାନିବାରୁ ବିଜେପି ନେତୃମଣ୍ଡଳୀକୁ ଠେଲକୋଲୋଇ ଥାନାରେ ଅଟକ ରଖାଯାଇଛି । ଏହାରି ଭିତରେ ବିଜେପି ପ୍ରତିନିଧି ମଣ୍ଡଳର ଗସ୍ତକୁ ନେଇ ଶାସକ ବିଜେଡି କହିଛି କି ଏହି ଆଇନ ଶୃଙ୍ଖଳା ବଜାୟ ରଖିବାରେ ସମସ୍ତେ ସହଯୋଗ କରିବା ଦରକାର ।
ସେହିପରି ଧିରେ ଧିରେ ସହରରେ ଶାନ୍ତି ଫେରୁଛି । କର୍ଫ୍ୟ ଜାରି ହୋଇଥିବାବେଳେ କୋହଳ ସମୟ ସାଢ଼େ ୮ ଘଣ୍ଟାକୁ ବୃଦ୍ଧି କରାଯାଇଛି । ଫଳରେ ଲୋକଙ୍କ ଜୀବନ ଯାତ୍ର ମଧ୍ୟ ସ୍ବାଭାବିକ ସ୍ଥିତି ଫେରୁଛି । ଏହାସହ ଆହୁରି ୨୪ ଘଣ୍ଟା ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଛି ଶାନ୍ତି କମିଟି ବୈଠକ । ସେହିପରି ସ୍ଥାନୀୟ ସାମ୍ବାଦିକ ଭବନରେ ବି ସର୍ବଧର୍ମ ସଭା ଶାନ୍ତି କମିଟି ବୈଠକ । ବିଭିନ୍ନ ପଡ଼ାରେ ବି ପ୍ରଶାସନ ବୈଠକ କରିଛି । ବୈଠକରେ ଶାନ୍ତି ଫେରାଇ ଆଣିବା ଉପରେ ଆଲୋଚନା ହୋଇଥିବାବେଳେ ସବୁଠି ହିଂସାକୁ ନିନ୍ଦା କରାଯାଇଛି । ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛି ପ୍ରଶାସନ ।
ଏହି ଖବର ପଢ଼ନ୍ତୁ -
ମୃତ ଶରୀରକୁ ଜୀବିତ କରିବାକୁ ୧ଘଣ୍ଟା ଲୁଣରେ ପୋତି ଦେଲେ; ତାପରେ...Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।