ସମ୍ବଲପୁରରେ ଦିବ୍ୟାଙ୍ଗ ନାବାଳିକା ସହ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଉଛି ପୋଲିସ?

ଦୁର୍ଷ୍କମକାରୀ ଜଣେ ପୋଲିସ ଅଧିକାରୀଙ୍କ ସମ୍ପକୀୟ ହୋଇଥିବାରୁ ତାକୁ ଗିରଫ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଆଗାମୀ ସାତ ଦିନ ଭିତରେ ଗିରଫ କରାଯିବ ବୋଲି ଏସ.ପି. ପ୍ରତିଶୃତି ଦେଇଥିବା କହିଛନ୍ତି ପୀଡିତାଙ୍କ ବାପା ।

ସମ୍ବଲପୁରରେ ଦିବ୍ୟାଙ୍ଗ ନାବାଳିକା ସହ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଉଛି ପୋଲିସ?
ଏସ୍.ପି.ଙ୍କୁ ଅଭିଯୋଗ ଦେବା ପରେ ପୀଡ଼ିତାଙ୍କ ସହ ତାଙ୍କ ବାପା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ଜିଲ୍ଲାର ନାକଟିଦେଉଳ ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିବା ପରେ ସ୍ଥାନୀୟ ପୋଲିସ ଜାଣିଶୁଣି ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ବୋଲି ସମ୍ବଲପୁର ଏସ.ପି.ଙ୍କୁ ଭେଟି ଅଭିଯୋଗ କରିଛନ୍ତି ପୀଡିତା ଓ ତାଙ୍କ ପରିବାର ଲୋକ ।

ପୀଡିତା ନାବିଳକା ଜଣକ ମୂକ ଓ ବଧିର । ତାଙ୍କ ଘରେ କେହି ନ ଥିବା ବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ପୀଡିତାଙ୍କ ପରିବାର ପକ୍ଷରୁ ବିଦ୍ଧିବଦ୍ଧ ଭାବେ ନାକଟିଦେଉଳ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ । ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଆଜି ପୀଡିତା ଓ ତାଙ୍କ ପରିବାର ଲୋକୋ ସମ୍ବଲପୁର ଏସପି କୱଁର ବିଶାଲ ସିଂଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ବାବୁଲି ମାଝି ନାମକ ଜଣେ ଯୁବକ ଉକ୍ତ ଯୁବତୀଙ୍କୁ ଏକା ଦେଖି ଏକ କୋଠରୀରେ ବନ୍ଦ କରି ଦୁର୍ଷ୍କମ କରିଥିବା ଅଭିଯୋଗ କରିଥିଲେ ନାବାଳିକାଙ୍କ ପରିବାର । ନାବାଳିକ ଜଣକ ମୂକ ଓ ବଧିର ହୋଇଥିବାରୁ ସେହି ସମୟରେ ଚିତ୍କାର କରିପାରି ନ ଥିଲେ ଓ ଏହାର ଫାଇଦା ନେଇଥିଲା ଅଭିଯୁକ୍ତ ବାବୁଲି । ଏହି ଘଟଣା ପରେ ଗାଁର ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ନିଜ ଘରେ ରଖିଥିଲେ ।

ସମ୍ବଲପୁର ଏସପି କୱଁର ବିଶାଲ ସିଂ


ଏହି ଘଟଣାଟି ମେ ୮ ତାରିଖରେ ଘଟିଥିଲା । ମେ ୯ ତାରିଖ ଦିନ ନାକଟିଦେଉଲ ଥାନାରେ ଏ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପାଖାପାଖି ମାସେ ବିତିବା ପରେ ବି ପୋଲିସ ଦୁର୍ଷ୍କମକାରୀ ଯୁବକଙ୍କୁ ଗିରଫ କରିନାହିଁ । ତେଣୁ ପୀଡିତାଙ୍କ ପରିବାର ଏସପିଙ୍କ ଦ୍ଵାରସ୍ତ ହୋଇ ଥାନା ଅଧିକାରୀ ଓ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଦୁର୍ଷ୍କମକାରୀ ଯୁବକ ଜଣେ ପୋଲିସ ଅଧିକାରୀଙ୍କ ସମ୍ପକୀୟ ଲୋକ ହୋଇଥିବାରୁ ତାକୁ ଗିରଫ କରାଯାଉନାହିଁ ବୋଲି ପୀଡିତାଙ୍କ ବାପା ଅଭିଯୋଗ କରିଛନ୍ତି । ପୀଡିତାଙ୍କ ପରିବାର ଲୋକେ ବାରମ୍ଵାର ଥାନାକୁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ବୋଲି କହିଛନ୍ତି ସେମାନେ । ପୋଲିସ କେବଳ ଲୋକ ଦେଖାଣିଆ ଭାବେ ଯୁବକଙ୍କ ଘରକୁ ଯାଇ ଫେରି ଆସୁଥିଲା ବୋଲି କହିଛନ୍ତି ସେମାନେ ।

‘‘ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଯୁବକ ଜଣକ ଥାନାର ଜଣେ ପୋଲିସ କର୍ମଚାରୀଙ୍କ ସମ୍ପର୍କୀୟ । ତେଣୁ ନାକଟିଦେଉଳ ପୋଲିସ ଅଭିଯୁକ୍ତ ଗାଁରେ ବୁଲୁଥିଲେ ମଧ୍ୟ ତାକୁ ଗିରଫ କରୁନାହିଁ,’’ ଏସ.ପି.ଙ୍କୁ ଦେଇଥିବା ନିଜ ଅଭିଯୋଗରେ କହିଛନ୍ତି ପୀଡ଼ିତାଙ୍କ ବାପା ।

ସମ୍ବଲପୁର ଏସ.ପି. କୱଁର ବିଶାଲ ସିଂ ଅଭିଯୋଗ ଶୁଣିବା ପରେ ଆଗାମୀ ସାତ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଥିବା କହିଛନ୍ତି ପୀଡିତାଙ୍କ ବାପା ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 5, 2020, 9:19 PM IST
corona virus btn
corona virus btn
Loading