ଉତ୍ସବମୁଖର ସମ୍ବଲପୁର; ଶୀତଳଷଷ୍ଠୀ ପାଇଁ ବାହାରିଲା ୧୦୮ ଭରି ସୁନା ନାଗ

ସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଏବେ ଉତ୍ସବମୁଖର ସମ୍ବଲପୁର ସହର । ଶିବପାର୍ବତୀଙ୍କ ବିବାହ ପାଇଁ ଆସନ୍ତା ୨୪ ତାରିଖ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ନନ୍ଦପଡାର ବଂବରାଡ ବାଲୁଙ୍କେଶ୍ବର ବାବାଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ କାର୍ଯ୍ୟ ସଂପନ୍ନ କରିଛନ୍ତି ନୃସିଂହ ଭଗବାନ ।

ଉତ୍ସବମୁଖର ସମ୍ବଲପୁର; ଶୀତଳଷଷ୍ଠୀ ପାଇଁ ବାହାରିଲା ୧୦୮ ଭରି ସୁନା ନାଗ

ଉତ୍ସବମୁଖର ସମ୍ବଲପୁର; ଶୀତଳଷଷ୍ଠୀ ପାଇଁ ବାହାରିଲା ୧୦୮ ଭରି ସୁନା ନାଗ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଓଡ଼ିଶା: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଏବେ ଉତ୍ସବମୁଖର ସମ୍ବଲପୁର ସହର । ଶିବପାର୍ବତୀଙ୍କ ବିବାହ ପାଇଁ ଆସନ୍ତା ୨୪ ତାରିଖ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ନନ୍ଦପଡାର ବଂବରାଡ ବାଲୁଙ୍କେଶ୍ବର ବାବାଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ କାର୍ଯ୍ୟ ସଂପନ୍ନ କରିଛନ୍ତି ନୃସିଂହ ଭଗବାନ । ରବିବାର ରାତି ୯ଟା ସମୟରେ ଭଗବାନ ନୃସିଂହଙ୍କୁ ବେଶ କରାଯାଇ ରଥାରୁଢ କରାଯାଇଥିଲା । ତାପରେ ନୃସିଂହ ଭଗବାନ ବାଜାଧ୍ବଜା ସହ ଏକ ଶୋଭାଯାତ୍ରାରେ ବାହାରି ସହରର ବିଭିନ୍ନ ମନ୍ଦିରକୁ ଯାଇ ଦେବାଦେବୀଙ୍କୁ ଶୁଭ ବିବାହରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରିଥିଲେ ।

ସମ୍ବଲପୁରରେ ଶିବ-ପାର୍ବତୀ ଦେବଦମ୍ପତ୍ତିଙ୍କ ଅନନ୍ୟ ପରମ୍ପରାର ପର୍ବ ‘ଶୀତଳ ଷଷ୍ଠୀ’ ପାଇଁ ଆଜି ଦେବୋତ୍ତର ବିଭାଗ ପକ୍ଷରୁ ଜିଲ୍ଲା କୋଷାଗାରର ଷ୍ଟ୍ରଙ୍ଗ ରୁମରୁ ସୁବର୍ଣ୍ଣ ଓ ରୂପାର ଆୟ ଅଳଙ୍କାର ସହ ଯାତ୍ରାରେ ବ୍ୟବହୃତ ଅନ୍ୟାନ୍ୟ ଆଭରଣ ବାହାର କରାଯାଇଛି ।

ରାଜ ରାଜୁଡା ଅମଳରୁ ଯାତ୍ରା ପାଇଁ ସଂରକ୍ଷିତ ଥିବା ୧୦୮ ଭରି ଓଜନର ସ୍ଵର୍ଣ୍ଣ ନାଗ, ୨ଟି ସୁନା ମୁକୁଟ, ସୁନାର କଁଠିମାଳ ସହ ମହଣ ମହଣ ଓଜନର ରୂପାରେ ର୍ନିମିତ ବୃହତ ଛତି-ଛତ୍ର, ପ୍ରଭା ଓ ବିମାନ ସବୁ ଯାତ୍ରା କମିଟିକୁ ହସ୍ତାନ୍ତର କରାଯାଇଛି। ସଶସ୍ତ୍ର ପୋଲିସର ହେପାଯତରେ ଏସବୁ ଆୟ ଅଳଙ୍କାର ସବୁ ଶୀତଳ ଷଷ୍ଠୀ ଯାତ୍ରାରେ ବ୍ୟବହୃତ ହେବାକୁ ଥିବାବେଳେ ବର୍ଷକୁ ଥରେ ଏହାକୁ ଶ୍ରଦ୍ଧାଳୁ ଦେଖିବାର ସୁଯୋଗ ପାଇଥାନ୍ତି । ଆସନ୍ତା ୨୪ ତାରିଖରେ ଶିବ ବିବାହର ବରଯାତ୍ରୀ ଶୋଭାଯାତ୍ରା ଏବଂ ଦେବ ଦମ୍ପତ୍ତିଙ୍କ ଫେରନ୍ତା ଯାତ୍ରାରେ ଏସବୁ ବିରଳ ଆଭରଣ ସବୁ ସାଧାରଣ ଲୋକେ ଦେଖିବାର ସୌଭାଗ୍ୟ ପାଇ ନିଜକୁ ଭାଗ୍ୟବାନ ବୋଲି ଅନୁଭବ କରିଥାନ୍ତି ।

ପରମ୍ପରା ଅନୁଯାୟୀ ନନ୍ଦପଡା ବଂବରାଡ ବାଲୁଙ୍କେଶ୍ବର ବାବାଙ୍କର ବିବାହ କାର୍ଯ୍ୟରେ ମହାପ୍ରଭୁ ନୃସିଂହ ଦେବ ନିମନ୍ତ୍ରଣ କରିବାର ବିଧି ରହିଛି । ଅନ୍ୟ ପଡାମାନଙ୍କରେ ହନୁମାନ ଦେବ ନିମନ୍ତ୍ରଣ କରୁଥିବା ବେଳେ ନନ୍ଦପଡାରେ ନୃସିଂହ ଭଗବାନ ନିମନ୍ତ୍ରଣ ଦେଇଥାନ୍ତି । ଏହାକୁ ନୃସିଂହ ନିଉତା ବୋଲି କୁହାଯାଇଥାଏ । ଆସନ୍ତା ୨୪ ତାରିଖରେ ଦେବଦେବ ମହାଦେବଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବାକୁ ଥିବାବେଳେ ୨୫ ତାରିଖ ମଧ୍ୟ ରାତ୍ରରେ ବାହାରିବ ଯୁଗଳ ଦର୍ଶନ ଶୋଭାଯାତ୍ରା । ନବ ବିବାହିତ ଦେବଦମ୍ପତି ୧୮ ଘଣ୍ଟା ଧରି ସମ୍ବଲପୁର ସହର ପରିକ୍ରମା କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଏହାପରେ ୨୬ ତାରିଖ ସଂନ୍ଧ୍ୟାରେ ମନ୍ଦିର ପ୍ରବେଶ କରିବେ ।

ପଢନ୍ତୁ ଏହି ଖବର:   ଅଗ୍ନିଶମ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ IPS ସୁଧାଂଶୁ ଷଡ଼ଙ୍ଗୀ



ପଢନ୍ତୁ ଏହି ଖବର:  କ୍ଲିନ୍ ନୋଟ ନିୟମ ଅନୁସାରେ ବନ୍ଦ ହୋଇଛି ୨୦୦୦ ଟଙ୍କା : RBI ଗଭର୍ଣ୍ଣର
Published by:Sujit Swain
First published: