News18 Odia Digital
ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ମହାପ୍ରଭୁଙ୍କ ରଥ ନିର୍ମାଣ ଲାଗି ଫାଶି କାଠ ଦାନ କରିଥିବା ଦାତା ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଗତପତି ମହାରାଜ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ନୀଳାଦ୍ରି ଭକ୍ତ ନିବାସ ଠାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଦାତାମାନଙ୍କୁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆପାଟ ସହ ମାନପତ୍ର ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି।

ମହାପ୍ରଭୁଙ୍କ ରଥ ନିର୍ମାଣ ଲାଗି ଫାଶି କାଠ ଦାନ କରିଥିବା ଦାତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା
ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଫାଶି କାଠ ଦାନ କରିଥିବା ସମସ୍ତ ଦାତାମାନଙ୍କୁ ଗଜପତି ମହାରାଜ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ସମସ୍ତ ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏ ଗୋଟିଏ ଗଛ ଲଗାଇଲେ ଆଗାମୀ ଦିନରେ ମହାପ୍ରଭୁଙ୍କ ରଥ ନିର୍ମାଣ ଲାଗି କାଠର କୌଣସି ଅଭାବ ଦେଖା ଦେବନାହିଁ ବୋଲି କହିଥିଲେl
ତେବେ ମହାପ୍ରଭୁଙ୍କ ଏହି ମହାନ କାର୍ଯ୍ୟରେ ଫାଶି କାଠ ଦାନ କରି ନିଜକୁ ଧନ୍ୟ ମନେ କରିଛନ୍ତି ଦାତାମାନେ। ଆଗାମୀ ଦିନରେ ମଧ୍ୟ ଏହି ମହାନ କାର୍ଯ୍ୟ ଲାଗି ପ୍ରତେକ ଜଗନ୍ନାଥ ପ୍ରେମୀ ନିଜ ନିଜ ବାଡ଼ିରେ ଫାଶି କାଠ ଲଗାଇ ରଥ ନିର୍ମାଣ କାର୍ଯ୍ୟରେ ସାମିଲ ହେବା ଲାଗି ମତ ରଖିଛନ୍ତି ଫାଶି କାଠ ଦାନ କରିଥିବା ଦାତାମାନେl
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।