ସେଲସମ୍ୟାନଙ୍କ ପେଟରେ ଗରିବଙ୍କ ପିଡିଏସ ଚାଉଳ; ମୃତବ୍ୟକ୍ତିଙ୍କ ନାମରେ ବି ଚାଉଳ ହଡପ

ଦେଶରେ ଜଣେ ବି କେହି ଭୋକିଲା ରହିବେ ନାହିଁ ବୋଲି କେନ୍ଦ୍ର ସରକାର ଲୋକଙ୍କୁ ସବସିଡିରେ ରାସନ ଦେଉଛନ୍ତି । ହେଲେ ସେହି ଗରିବଙ୍କ ଚାଉଳକୁ ବାଟମାରଣା କରି ଖାଇବା ସହ ମାଲେମାଲ ହେଉଛନ୍ତି ଯୋଗାଣ ବିଭାଗର କର୍ମଚାରୀ ।

ସେଲସମ୍ୟାନଙ୍କ ପେଟରେ ଗରିବଙ୍କ ପିଡିଏସ ଚାଉଳ; ମୃତବ୍ୟକ୍ତିଙ୍କ ନାମରେ ବି ଚାଉଳ ହଡପ

ସେଲସମ୍ୟାନଙ୍କ ପେଟରେ ଗରିବଙ୍କ ପିଡିଏସ ଚାଉଳ; ମୃତବ୍ୟକ୍ତିଙ୍କ ନାମରେ ବି ଚାଉଳ ହଡପ

  • News18 Odia
  • Last Updated :
  • Subarnapur, India
  • Share this:
News 18 Odia Digital

ସୁବର୍ଣ୍ଣପୁର; ପିଡିଏସ ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା ଅଭିଯୋଗ । ଗରିବଙ୍କ ଚାଉଳକୁ ହଡପ କରୁଛନ୍ତି ସେଲ୍ସମ୍ୟାନ । ଏପରି ଘଟଣାର ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକର କମିରା ଗ୍ରାମ ପଂଚାୟତରୁ । କାର୍ଡ ନଂ ୨୯୦୨୧୧୧୨୦୧୦ ନାମ ସାଗିରୀ ବାରିକ । ତାଙ୍କର ଅନ୍ନପୁର୍ଣ୍ଣା ଯୋଜନାରେ କାର୍ଡ ଅଛି । ମାସକୁ ୩୫ କେଜି ଚାଉଳ ଉଠାଉଥିଲେ । ହେଲେ କୋଭିଡ ମହାମାରୀ ସମୟରେ ତୁମର ଆଙ୍ଗୁଠି ଆସୁ ନାହିଁ କହି ଚାଉଳ ଦେଲେ ନାହିଁ କମିରା ପଞ୍ଚାୟତର ସେଲ୍ସମ୍ୟାନ ବିନୋଦ ପଧାନ । ଦାବି କରିବା ପରେ ଗତ ମାର୍ଚ୍ଚ ମାସରୁ ସେ ଚାଉଳ ପାଉଛନ୍ତି । ତେବେ ଦେଢ ବର୍ଷ ପର୍ଯ୍ୟନ୍ତ ତାଙ୍କ ଚାଉଳକୁ ଅଫଲାଇନରେ ଉଠାଇ ହଡପ କରିନେଇଥିବା ଅଭିଯୋଗ ହୋଇଛି । ସେଲ୍ସମ୍ୟାନ ନିଜେ ଚାଉଳକୁ ହଡପ କରିଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

ଦେଶରେ ଜଣେ ବି କେହି ଭୋକିଲା ରହିବେ ନାହିଁ ବୋଲି କେନ୍ଦ୍ର ସରକାର ଲୋକଙ୍କୁ ସବସିଡିରେ ରାସନ ଦେଉଛନ୍ତି । ହେଲେ ସେହି ଗରିବଙ୍କ ଚାଉଳକୁ ବାଟମାରଣା କରି ଖାଇବା ସହ ମାଲେମାଲ ହେଉଛନ୍ତି ଯୋଗାଣ ବିଭାଗର କର୍ମଚାରୀ । ଜଣେ କି ଦୁଇ ଜଣଙ୍କ ନୁହେଁ ଅନେକ ହିତାଧିକାରୀଙ୍କ ଚାଉଳକୁ ଚଞ୍ଚକତା କରି ହଡପ କରିଛନ୍ତି ସେଲ୍ସମ୍ୟାନ । କେବଳ ସେତିକି ନୁହେଁ ଆମସରଭଟା ଗାଁର ଅଶୋକ ମଲ୍ଲିକଙ୍କ ପରିବାରରେ ୬ଜଣ ସଦସ୍ୟ ରହିଛନ୍ତି, ତେଣୁ ସେ ମାସକୁ ୩୦ କେଜି ଚାଉଳ ପାଇବା କଥା ହେଲେ ୫ ଜଣଙ୍କ ଚାଉଳ ଦେଉଥିଲେ ସେଲ୍ସମ୍ୟାନ । ଏନେଇ ଅଶୋକ ବ୍ଲକ ପ୍ରଶାସନର ଦ୍ୱାରସ୍ତ ହୋଇଥିବାବେଳେ ତୁମର କାର୍ଡ ଠିକ୍ ଅଛି ତୁମେ ୩୦ କେଜି ଉଠାଉଛ ବୋଲି କହିଥିଲେ ଉପରିସ୍ଥ ଅଧିକାରୀ । କିନ୍ତୁ ଆଧାର ଲିଙ୍କ ବାହାନା ଦେଖାଇ ମାସକୁ ଜଣଙ୍କ ଚାଉଳକୁ ହଡପ କରିଛନ୍ତି ସେଲ୍ସମ୍ୟାନ । ନୂଆ ସରପଞ୍ଚ ଦାୟିତ୍ୱ ନେବା ପରେ ଉପଯୁକ୍ତ ଚାଉଳ ପାଇଲେ ଉପଭୋକ୍ତା । ଏହାସହ ମୃତ୍ୟୁବରଣ କରିଥିବା ଲୋକଙ୍କ କାର୍ଡରେ ବର୍ଷ ବର୍ଷ ଧରି ଚାଉଳ ଉଠାଇ ଖାଇଛନ୍ତି ସଂପୃକ୍ତ ସେଲ୍ସମ୍ୟାନ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଜଣେ ସେଲ୍ସମ୍ୟାନକୁ ଏତେ କ୍ଷମତା ଦେଲା କିଏ ? କାହା ବଳରେ ସେ ଏତେ ପାୱାରଫୁଲ ଥିଲେ? ଏହାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି ବିରୋଧୀ । ତେବେ ଏ ସବୁ ଅଭିଯୋଗକୁ ସେଲ୍ସମ୍ୟାନ ଖଣ୍ଡନ କରିଥିବାବେଳେ ଅପରପକ୍ଷରେ ଘଟଣାର ତଦନ୍ତ ହେଲା ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବୀରମହାରାଜପୁର ବିଡିଓ ।
Published by:Soubhagya Mishra
First published: