PM ଓ ଯୋଗୀଙ୍କ ବିରୋଧରେ ସୋସିଆଲ୍ ମିଡ଼ିଆ ପୋଷ୍ଟ କରି ଗିରଫ ହେଲେ ସାଲେପୁରର ଯୁବକ

MBA ଡିଗ୍ରୀ ହାସଲ କରିଥିବା ହସନ୍ କହିଛନ୍ତି ଯେ ତାଙ୍କର କୌଣସି ପୋଷ୍ଟ ଆପତ୍ତିଜନକ ଓ ଧମକପୂର୍ଣ୍ଣ ନ ଥିଲା । ‘‘ୟୁପି ପୋଲିସର କ୍ରେଡିବିଲିଟି ସମସ୍ତେ ଜାଣନ୍ତି… ମୁଁ କାହାକୁ ଧମକ ଦେଇ ନାହିଁ,’’ ସେ କହିଛନ୍ତି ।

PM ଓ ଯୋଗୀଙ୍କ ବିରୋଧରେ ସୋସିଆଲ୍ ମିଡ଼ିଆ ପୋଷ୍ଟ କରି ଗିରଫ ହେଲେ ସାଲେପୁରର ଯୁବକ
ୟୁପି ପୋଲିସ ଗିରଫରେ ସୟଦ ଅହମଦ ହସନ
  • News18 Odia
  • Last Updated: September 4, 2020, 6:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ଆପତ୍ତିଜନକ ମନ୍ତବ୍ୟ ଦେବା ଓ ଧମକ ଦେବା ଅଭିଯୋଗରେ ଗତ କାଲି ଗିରଫ ହୋଇଥିବା କଟକ ଜିଲ୍ଲା ସାଲେପୁର ବ୍ୟକ୍ତି ସୟଦ ଅହମଦ ହସନ୍‌ଙ୍କୁ ଚାରି ଦିନିଆ ରିମାଣ୍ଡରେ ନେଇଛି ୟୁପି ପୋଲିସ ।

ସୟଦ ଅହମଦ୍‌ ହସନଙ୍କ ନାଁରେ ଦେଶଦ୍ରୋହର ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ୟୁପିର ସିଂହବାଲି ପୋଲିସ ସାଲେପୁରର କୁଶମ୍ବୀ ଗାଁରୁ ତାଙ୍କୁ ଗିରଫ କରିଥିଲା । ତାଙ୍କୁ ଆଜି ସାଲେପୁର କୋର୍ଟରେ ହାଜର କରାଇବା ପରେ ୟୁପି ପୋଲିସ ତାଙ୍କୁ ୪ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନିଜ ସାଥିରେ ନେଇଯାଇଛି ।

ତାଙ୍କର କୌଣସି ସୋସିଆଲ୍‌ ମିଡ଼ିଆ ପୋଷ୍ଟ ଆପତ୍ତିଜନକ ଓ ଧମକପୂର୍ଣ୍ଣ ନ  ଥିଲା ବୋଲି କହିଛନ୍ତି ହସନ । ‘‘ୟୁପି ପୋଲିସ ଯେତେ ଅଭିଯୋଗ ଲଗେଇଛି… ୟୁପି ପୋଲିସର କ୍ରେଡିବିଲିଟି ସମସ୍ତେ ଜାଣନ୍ତି… ମୁଁ କାହାକୁ ଧମକ ଦେଇ ନାହିଁ,’’ ହାତରେ ହାତକଡ଼ି ପିନ୍ଧି ପୋଲିସ ଗାଡ଼ିରେ ବସୁ ବସୁ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ହସନ ।

ଥାନା ହାଜତରେ ହସନ


ଏମ.ବି.ଏ. ଡିଗ୍ରୀ ହାସଲ କରିଥିବା ହସନ ଗତ କିଛି ବର୍ଷ ଧରି ଗଲ୍ଫ ଦେଶଗୁଡ଼ିକୁ ଶ୍ରମିକ ପଠାଇବା କାର୍ଯ୍ୟ କରୁଥିଲେ । ସେଥିରେ କଟକଣା ଲାଗିବାରୁ ଗତ ଦୁଇ ବର୍ଷ ଧରି ସେ ସାଲେପୁରରେ ଗୋଟିଏ ଛୋଟ ଇଲେକ୍ଟିକାଲ ଦୋକାନ କରିଥିଲେ । ସେ ସୋସିଆଲ ମିଡ଼ିଆରେ ବେଶ୍‌ ଆକ୍ଟିଭ ରହୁଥିଲେ ।

କିନ୍ତୁ ଗତ ସପ୍ତାହରେ ସେ ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ନାଁରେ କଥିତ ରୂପେ ଆପତ୍ତିଜନକ ପୋଷ୍ଟ କରିଥିଲେ । କିଛି ପୋଷ୍ଟରେ ସେ ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟ ମନ୍ତ୍ରୀଙ୍କୁ ଧମକ ଦେଇଥିବା ଅଭିଯୋଗ ବି ଥିଲା । ଏହି ଧମକକୁ ସେ ହ୍ବାଟ୍ସଆପରେ ଭାଇରାଲ ବି କରିଥିଲେ । ଉତ୍ତର ପ୍ରଦେଶର ଏକ ହିନ୍ଦୁ ସଙ୍ଗଠନର ନେତାଙ୍କ ସହିତ ହ୍ବାଟ୍ସଆପରେ ବାର୍ତ୍ତାଳପରେ ମଧ୍ୟ ସେ ସେହି ବ୍ୟକ୍ତିଙ୍କୁ ଧମକ ଦେଇଥିବା ଅଭିଯୋଗ ରହିଛି ।

ହସନଙ୍କର ସୋସିଆଲ୍‌ ମିଡ଼ିଆ ପୋଷ୍ଟଗୁଡ଼ିକ ଭାଇରାଲ ହେବା ପରେ ୟୁପିର ବାଗପତ୍‌ ଜିଲ୍ଲାର ସିଂହବାଲି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ସେହି ଅଭିଯୋଗକୁ ଭିତ୍ତି କରି ତାଙ୍କ ବିରୁଦ୍ଧରେ ଆଇପିସିର ଧାରା ୫୦୭, ୫୦୪, ୩୫୩ (କ) ଓ ୧୨୪ (କ) ଦଫାରେ ମାମଲା ରୁଜୁ କରିଥିଲା ୟୁପି ପୋଲିସ ।

ଏହା ବି ପଢ଼ନ୍ତୁ ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା

ଏହା ବି ପଢ଼ନ୍ତୁ କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ

‘‘ୟୁପି ପୋଲିସ ପାଞ୍ଚ ଦିନର ଟ୍ରାଞ୍ଜିଟ ରିମାଣ୍ଡର ଆବେଦନ କରିଥିଲେ, କିନ୍ତୁ କୋର୍ଟ ପୋଲିସକୁ ଚାରିଦିନିଆ ଟ୍ରାଞ୍ଜିଟ ରିମାଣ୍ଡର ଅନୁମତି ଦେଇଛନ୍ତି,’’ କହିଛନ୍ତି ସରକାରୀ ଓକିଲ ଲୋପାମୁଦ୍ରା ବରାଳ ।



ହସନଙ୍କ ବାପା ସୟଦ ରସିଦ୍‌ ଅହମ୍ମଦ ତାଙ୍କ ପୁଅ ବିରୋଧରେ ଆସିଥିବା ଅଭିଯୋଗ ବିଷୟରେ ଜାଣି ସ୍ତବ୍ଧ ହୋଇଯାଇଥିଲେ । ‘‘ଦେଶର ପ୍ରଧାନ ମନ୍ତ୍ରୀଙ୍କୁ ସମସ୍ତେ ସମ୍ମାନ ଦେବା ଉଚିତ । ମୋ’ ପୁଅ ଯଦି ଆଇନ ଅନୁସାରେ କୌଣସି ଭୁଲ୍‌ କରିଛି ତେବେ ତାକୁ ଉଚିତ ଦଣ୍ଡ ମିଳିବା ଉଚିତ,’’ ସେ କହିଛନ୍ତି ।
Published by: Anand Shankar Thankur Das
First published: September 4, 2020, 6:00 PM IST
corona virus btn
corona virus btn
Loading