• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଅବହେଳିତ ଅବସ୍ଥାରେ ବୀର ବାଜି ରାଉତଙ୍କ ଗାଁ; ପୋଲ ନିର୍ମାଣ ପାଇଁ ଶୁଣିଲେନି ସରକାର, ନିଜସ୍ଵ ଉଦ୍ୟମରେ ବାଉଁଶ ପୋଲ କଲେ ଲୋକେ

ଅବହେଳିତ ଅବସ୍ଥାରେ ବୀର ବାଜି ରାଉତଙ୍କ ଗାଁ; ପୋଲ ନିର୍ମାଣ ପାଇଁ ଶୁଣିଲେନି ସରକାର, ନିଜସ୍ଵ ଉଦ୍ୟମରେ ବାଉଁଶ ପୋଲ କଲେ ଲୋକେ

ସହିଦ ବୀର ବାଜିରାଉତଙ୍କ ଗାଁ ନିଳକଣ୍ଠପୁରରେ ଚାଷୀଙ୍କ ଦୁର୍ଦ୍ଦଶା କହିଲେ ନସରେ । ଗାଁର ଚାଷ ଜମିକୁ ଯିବା ପାଇଁ ପ୍ରତିବନ୍ଧକ ସାଜିଥିଲା ରଙ୍ଗମାଟିଆ ନାଳ । ସେତୁ ଖଣ୍ଡେ ପାଇଁ ବାରମ୍ବାର ଦାବି ପରେ ବି ଶୁଣିଲେନି ପ୍ରଶାସନ । ରଙ୍ଗମାଟିଆ ନାଳ ଉପରେ ନିଜସ୍ୱ ଉଦ୍ୟମରେ ତିଆରି କଲେ ଅସ୍ଥାୟୀ ବାଉଁଶ ପୋଲ ।

ଅବହେଳିତ ଅବସ୍ଥାରେ ବୀର ବାଜି ରାଉତଙ୍କ ଗାଁ; ପୋଲ ନିର୍ମାଣ ପାଇଁ ଶୁଣିଲେନି ସରକାର, ନିଜସ୍ଵ ଉଦ୍ୟମରେ ବାଉଁଶ ପୋଲ ନିର୍ମାଣ କଲେ ଗାଁ ଲୋକେ

ଅବହେଳିତ ଅବସ୍ଥାରେ ବୀର ବାଜି ରାଉତଙ୍କ ଗାଁ; ପୋଲ ନିର୍ମାଣ ପାଇଁ ଶୁଣିଲେନି ସରକାର, ନିଜସ୍ଵ ଉଦ୍ୟମରେ ବାଉଁଶ ପୋଲ ନିର୍ମାଣ କଲେ ଗାଁ ଲୋକେ

  • News18 Odia
  • Last Updated :
  • Dhenkanal, India
  • Share this:
News 18 Odia Digital

ଢେଙ୍କାନାଳ; ଗତ ମାସରେ ପାଳନ ହୋଇଥିଲା ବୀର ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ । କିନ୍ତୁ ଏବେବି ଅନେକ ଅସୁବିଧାରେ ଅଛନ୍ତି ବାଜି ରାଉତଙ୍କ ଗାଁ ଲୋକେ । ନିତିଦିନ ଯାତାୟାତ ପାଇଁ ନାଳ ଉପରେ ପୋଲଟିଏ ନିହାତି ଦରକାର । ଏନେଇ ସରକାରଙ୍କୁ କହି କହି ଥକିଗଲେଣି ଗାଁ ଲୋକେ ।

ଗାଁର ଭାତହାଣ୍ଡିକୁ ନାହିଁ ରାସ୍ତା । ଭୁବନ ସହିଦ ବୀର ବାଜିରାଉତଙ୍କ ଗାଁ ନିଳକଣ୍ଠପୁରରେ ଚାଷୀଙ୍କ ଦୁର୍ଦ୍ଦଶା କହିଲେ ନସରେ । ଗାଁର ଚାଷ ଜମିକୁ ଯିବା ପାଇଁ ପ୍ରତିବନ୍ଧକ ସାଜିଥିଲା ରଙ୍ଗମାଟିଆ ନାଳ । ସେତୁ ଖଣ୍ଡେ ପାଇଁ ବାରମ୍ବାର ଦାବି ପରେ ବି ଶୁଣିଲେନି ପ୍ରଶାସନ । ରଙ୍ଗମାଟିଆ ନାଳ ଉପରେ ନିଜସ୍ୱ ଉଦ୍ୟମରେ ତିଆରି କଲେ ଅସ୍ଥାୟୀ ବାଉଁଶ ପୋଲ ।

ନାଁ ତାର ସର୍ବ କନିଷ୍ଠ ସହିଦ ବୀର ବାଜିରାଉତ ମାଟି ନିଳକଣ୍ଠପୁର ଗ୍ରାମ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଏହି ବୀର ମାଟି କିନ୍ତୁ ସତେ ଯେମିତି କେବଳ ନାମରେ ସିମିତ ହୋଇ ରହିଯାଇଛି ।ଏକଥା ଆମେ ଏଥିପାଇଁ କହୁଛୁ ନିଳକଣ୍ଠପୁର ଗ୍ରାମବାସୀଙ୍କ ଭାତହାଣ୍ଡି କହିଲେ ରଙ୍ଗମାଟିଆ ନାଳର ଆରପଟେ ଥିବା ଶହଶହ ଏକର ଚାଷଜମିକୁ ବୁଝାଇଥାଏ । ଆଉ ବର୍ଷ ତମାମ ଏହି ଚାଷଜମିକୁ ଯିବାକୁ ହେଲେ ଏହି ନାଳ ପାର ହୋଇ ଯାଇଥାନ୍ତି ନିଳକଣ୍ଠପୁରର ଚାଷୀ । ଯାହା ନିଜ ଜୀବନକୁ ବାଜିରେ ଲଗାଇବା ସଙ୍ଗେ ସମାନ । ଏନେଇ ବର୍ଷ ବର୍ଷ ଧରି ବାରମ୍ବାର ଦାବୀ ପରେ ବି ରଙ୍ଗମାଟିଆ ନାଳ ଉପରେ ସାମାନ୍ୟ ସେତୁ ଖଣ୍ଡିଏ ତିଆରି କରି ପାରିଲାନି ଜିଲ୍ଲା ପ୍ରଶାସନ । ଶେଷରେ ପରିବାର ପ୍ରତିପୋଷଣ ପାଇଁ ନିଳକଣ୍ଠପୁର ଗ୍ରାମବାସୀ ଏକତ୍ର ହୋଇ ରଙ୍ଗମାଟିଆ ନାଳ ଉପରେ ନିଜସ୍ୱ ପ୍ରଚେଷ୍ଟାରେ ଏହି ବାଉଁଶ ପୋଲ ନିର୍ମାଣ କରିଛନ୍ତି । ଯାହା ଏବେ ସମଗ୍ର ଭୁବନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଭୁବନ ନିଳକଣ୍ଠପୁର ଗାଁର ପ୍ରାୟ ଶତାଧିକ ଚାଷୀ କେବଳ ଚାଷ ଉପରେ ନିର୍ଭର କରି ନିଜର ଜିବିକା ନିର୍ବାହ କରିଥାନ୍ତି । କିନ୍ତୁ ସେମାନଙ୍କ ଜିବନ ଜିବିକା ଆଗରେ ବଇରୀ ସାଜିଥିଲା ଏହି ରଙ୍ଗମାଟିଆ ନାଳ । ଆଉ ବର୍ଷା ଦିନ ଆସିଲେ ତ ଏମାନଙ୍କ ଦୁର୍ଦ୍ଦଶା ନକହିବା ହିଁ ଭଲ । ନା ପାଣି ଭିତରେ ଏମାନେ ଯାତାୟାତ କରିପାରନ୍ତି ନା ଚାଷ ଜମିରେ ସୁନାର ଫସଲ କରିପାରନ୍ତି । ଖାସ ସେଥିପାଇଁ ଏହି ଗ୍ରାମର ଅନେକ ଚାଷୀ ବିଗତ ଦିନରେ ଚାଷ କାମରୁ ମୁହଁ ମଧ୍ୟ ଫେରାଇ ନେଇ ସାରିଛନ୍ତି । ଆଉ ଯେଉଁ କିଛି ଚାଷୀ ଏଠାରେ ଅନ୍ୟ କୌଣସି ବାଟ ନପାଇ ଧାନ ଚାଷ କରୁଛନ୍ତି ସେମାନେ ବାଧ୍ୟ ହୋଇ ଏହି ରଙ୍ଗମାଟିଆ ନାଳ ଉପରେ ନିଜସ୍ୱ ଉଦ୍ୟମରେ ଏହି ବାଉଁଶ ପୋଲ ଛିଡା କରାଇଛନ୍ତି । ଘର ପିଛା ଦୁଇଟି ଲେଖାଏଁ ବାଉଁଶ ଯୋଗାଡ କରି ଦୁଇଶହ ମିଟରର ଲମ୍ବ ପୋଲ ତିଆରି କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ନିଳକଣ୍ଠପୁରର ଚାଷୀ ।

ଏନେଇ ବିଡିଓଙ୍କୁ ପଚାରା ଯିବାରୁ ସେଠାରେ ଏକ ବ୍ରିଜର ଆବଶ୍ୟକତା ଥିବା ନିଜେ ସ୍ୱୀକାର କରିଛନ୍ତି ବିଡିଓ । ଖୁବଶୀଘ୍ର ଜଳସମ୍ପଦ ବିଭାଗ କିମ୍ବା ଅନ୍ୟ କୌଣସି ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ସେଠାରେ ବିଜୁ ସେତୁ କିମ୍ବା ଅନ୍ୟ ଯେକୌଣସି ଯୋଜନାରେ ଏକ ସେତୁ ନିର୍ମାଣ ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।

ଓଡ଼ିଶାର ବୀର ସ୍ଵାଧୀନତା ସଂଗ୍ରାମୀ ତଥା ଦେଶର ସର୍ବକନିଷ୍ଠ ସହିଦ ହେଉଛନ୍ତି ବାଜି ରାଉତ । ମାତ୍ର ୧୨ ବର୍ଷ ବୟସରେ ଦେଶ ପାଇଁ ଜୀବନ ଦେଇଥିବା ଏହି ଅମର ବୀରଙ୍କର ଗାଁ ଆଜି ବି ଅବହେଳିତ ଅବସ୍ଥାରେ ଅଛି । ତେବେ ଦେଶର ସର୍ବ କନିଷ୍ଠ ବୀର ବାଜିରାଉତ ମାଟିର ଚାଷୀଙ୍କ ଦୁଃଖ କେବେ ଶୁଣିବ ପ୍ରଶାସନ। ଆଉ ରଙ୍ଗମାଟିଆ ନାଳ ଉପରେ କେବେ ନିର୍ମାଣ ହେବ ସ୍ଥାୟୀ ବ୍ରିଜ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
Published by:Soubhagya Mishra
First published: