ବନ୍ୟା କ୍ଷୟକ୍ଷତି ତାଲିକାରେ ସଦର ବ୍ଲକ ବାଦ; ପ୍ରଶାସନ ଉପରେ ବର୍ଷିଲା ବିଜେପି

ବନ୍ୟା କ୍ଷୟକ୍ଷତି ତାଲିକାରେ ସଦର ବ୍ଲକ ବାଦ ଦେବାକୁ ନେଇ ପ୍ରଶାସନ ଉପରେ ବର୍ଷିଛି ବିଜେପି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତି ପୂରଣ ପ୍ରଦାନ ନକଲେ ରାଜରାସ୍ତାକୁ ଓହ୍ଲାଇବ ବିଜେପି ।

ପ୍ରଶାସନ ଉପରେ ବର୍ଷିଲା ବିଜେପି

ପ୍ରଶାସନ ଉପରେ ବର୍ଷିଲା ବିଜେପି

  • News18 Odia
  • Last Updated :
  • Share this:
News18 Odia Digital

ବାଲେଶ୍ଵର: ବନ୍ୟା କ୍ଷୟକ୍ଷତି ତାଲିକାରେ ସଦର ବ୍ଲକ ବାଦ ଦେବାକୁ ନେଇ ପ୍ରଶାସନ ଉପରେ ବର୍ଷିଛି ବିଜେପି।  ସଦର ବିଜେପି କାର୍ଯ୍ୟାଳୟରେ ସଦର ନିର୍ବାଚନ ମଣ୍ଡଳୀର ନେତା ତଥା ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବନ୍ୟା ପରିଚାଳନାର ଅବ୍ୟବସ୍ଥାକୁ ନେଇ ଶ୍ରୀ ଦତ୍ତ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଉପକୂଳ ଉତ୍ତର ଓଡିଶାରେ ୪/୫ ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ବୁଢାବଳଙ୍ଗ, ସୋନ, ଗଙ୍ଗାହାର, ଜଳକା ତଥା ସୁବର୍ଣ୍ଣରେଖା ନଦୀରେ ପ୍ରଳୟଙ୍କାରୀ ବନ୍ୟା ଆସିଥିଲା ଫଳରେ ଧାନ ଓ ପରିବା ଚାଷ ପ୍ରଭୃତ କ୍ଷତି ହୋଇଥିଲା । ବାଲେଶ୍ୱର ଜିଲ୍ଲା ସଦର ବ୍ଲକର ଶ୍ରୀରାମପୁର, ରସଲପୁର, କୁରାଢିହା, କସିପଦା, ଆଙ୍କ, ହଳଦୀପଦା, ସାର୍ଥା, ପାପଡା, ନଗ୍ରମ, ଓଲନ୍ଦା ସାରଗାଁ, ବୁଆଁଳ, ଓଡଙ୍ଗୀ, ସିନ୍ଧିଆ, ବଇଁଚା, ଛାନୁଆ ଆଦି ପାୟତରେ ଜଳକା, ବୁଢାବଳଙ୍ଗ ନଦୀର ବନ୍ୟା ସାଙ୍ଗକୁ ସୋନ ନଦୀର ଉପରମୁଣ୍ଡରେ ଥିବା ସୁନେଇ ଓ କାଳଡ୍ୟାମ ପାଣି ଛାଡିବା ଯୋଗୁଁ ଚାଷ ଜମିରେ ୭ ରୁ ୮ ଦିନ ଧରି ପାଣି ବୁଡିରହିବା ଫଳରେ ରୁଆ କାର୍ଯ୍ୟ ଚାଲିଥିବା ଓ ଅଳ୍ପ ଦିନ ଆଗରୁ ରୁଆ ସରିଥିବା ଧାନ ଗଛ ପଚି ନଷ୍ଟ ହୋଇଯାଇ ହଜାର ହଜାର ହେକ୍ଟର ଜମିରେ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିଲା ।

ଝାଡଖଣ୍ଡ ସରକାର ଗାଲୁଡିହ ବନ୍ଧ ଖୋଲିବା ହେତୁ ସୁବର୍ଣ୍ଣରେଖା ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ କୃଷି ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ତଦନ୍ତ ରିପୋର୍ଟ ହସ୍ତଗତ ହେଲାପରେ, ଓଡିଶା ସରକାର ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ୱର ବ୍ଲକରେ ପାଖାପାଖି ୮ ହଜାର ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଥିବାର ଘୋଷଣା କରିଥିବା ବେଳେ ସଦର ବ୍ଲକକୁ ଏଥିରେ ସାମିଲ ନକରିବା ଏଠାକାର କ୍ଷତିଗ୍ରସ୍ତ ଚାଷୀକୂଳକୁ ନିରାଶ କରିଛି । ନଷ୍ଟ ହୋଇଥିବା ଚାଷଜମିରେ ଭାଦ୍ରବ ମାସରେ ଆଉ ଧାନ ରୁଇବାର ସମୟ ନାହିଁ କି ଚାଷୀ ପାଖରେ ଧାନତଳି ତଥା ସମ୍ବଳ ମଧ୍ୟ ନାହିଁ । ଏଣୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷୀ ରୁଇଥିବା ଧାନ ବନ୍ୟା ଯୋଗୁଁ ନଷ୍ଟ ହୋଇଯିବା ଫଳରେ ଗୋଟେ ଜନମଙ୍ଗଳ ସରକାରଙ୍କ ଦାୟିତ୍ୱ ପୁଣି ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା। ଅନେକ ଚାଷୀ କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ  ନିଧି ଯୋଜନାରୁ ବଞ୍ଚିତ ହୋଇଛନ୍ତି," କହିଛନ୍ତି ମାନସ ଦତ୍ତ।

ଏଣୁ ଭାରତୀୟ ଜନତା ପାର୍ଟି ଚାଷୀକୂଳର ଏ ବନ୍ୟା ସମୟରେ ବର୍ଷା ଓ ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ସଦର ବ୍ଲକରେ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଧାନଚାଷର କ୍ଷୟକ୍ଷତି ରାଜ୍ୟ ସରକାର ସଠିକ ଭାବେ ଆକଳନ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବାର ଘୋଷଣା ନକଲେ ଆଗାମୀ ଦିନରେ ଚାଷୀର ହକ୍ ପାଇଁ ବିଜେପି ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟହେବ ବୋଲି ସଦର ବିଜେପି କହିଛି ।
Published by:Soumya Das
First published: