ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଅନ୍‌ଲାଇନ୍‌ରେ ମିଳୁଛି ସାବିତ୍ରୀ ସଜ; ହ୍ୱାଟ୍ସଆପ୍‌ରେ ଅର୍ଡ଼ର କଲେ ଘରେ ପହଞ୍ଚୁଛି ଫଳ, ଚୁଡ଼ି ଓ ସିନ୍ଦୂର

ଅନ୍‌ଲାଇନ୍‌ରେ ମିଳୁଛି ସାବିତ୍ରୀ ସଜ; ହ୍ୱାଟ୍ସଆପ୍‌ରେ ଅର୍ଡ଼ର କଲେ ଘରେ ପହଞ୍ଚୁଛି ଫଳ, ଚୁଡ଼ି ଓ ସିନ୍ଦୂର

ସାବିତ୍ରୀ ପୁଟୁଳିରେ ଆମ୍ବ, ସପୁରୀ, ଖଜୁରୀ, ସେଓ, କମଳା, ଅଙ୍ଗୁର, ନଡ଼ିଆ ଓ କଦଳୀ ଭଳି ଆଠ ପ୍ରକାର ଫଳ ରହୁଛି । ତା’ ସାଙ୍ଗକୁ ଚୁଡ଼ି, ସିନ୍ଦୂର, ଅଳତା, କଳା ମାକି, ବ୍ରତ ଓ ପୂଜା ସାମଗ୍ରୀ ବି ରହୁଛି ।

ଅନ୍‌ଲାଇନ୍‌ରେ ମିଳୁଛି ସାବିତ୍ରୀ ସଜ; ହ୍ୱାଟ୍ସଆପ୍‌ରେ ଅର୍ଡ଼ର କଲେ ଘରେ ପହଞ୍ଚୁଛି ଫଳ, ଚୁଡ଼ି ଓ ସିନ୍ଦୂର
ଭୁବନେଶ୍ୱର ଓ କଟକରେ ଏହି ସୁବିଧା ମିଳୁଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏବେ ରାଜ୍ୟରେ ଲକଡାଉନ୍‌ ଜାରିଥିବାରୁ ଦୋକାନ ବଜାର ବନ୍ଦ ରହିଛି ଓ ଲୋକଙ୍କ ବାହାରକୁ ଯିବା ଉପରେ ବି କଟକଣା ଅଛି । ସେଇଥି ପାଇଁ ସାବିତ୍ରୀ ବ୍ରତକୁ ନେଇ କିଣାବିକା ହୋଇପାରୁ ନାହିଁ । ହେଲେ ଏବେ ଅନଲାଇନରେ ସାବିତ୍ରୀ ବ୍ରତ ସଜ ମିଳିବା ଆରମ୍ଭ ହୋଇଛି । ବିଭିନ୍ନ ଫଳ ସାଙ୍ଗକୁ ଚୁଡ଼ି, ସିନ୍ଦୂର, ଅଳତା ଓ ସାବିତ୍ରୀ ବ୍ରତ ବହି ସବୁ ମିଳୁଛି ଅନଲାଇନରେ ।

ଲକଡାଉନ୍‌ ସମୟରେ ଟ୍ଵିନ ସିଟି ଭୁବନେଶ୍ୱର ଓ କଟକରେ ରହୁଥିବା ଗୃହିଣୀମାନଙ୍କ ପାଇଁ ଏହି ସୁବିଧା ଆଣିଛି ‘ମୋ ଭାଇ ଡଟ୍‌ କମ୍’ (mobhai.com) । ୱେବସାଇଟରେ‌ କିମ୍ବା ହ୍ଵାଟ୍ସଆପ୍‌ ଜରିଆରେ ଅର୍ଡ଼ର କଲେ ମିଳୁଛି ସାବିତ୍ରୀ ପୂଜା ପାଇଁ ସବୁ ଆବଶ୍ୟକ ସାମଗ୍ରୀ । ୫୦୦ ଟଙ୍କା ଓ ୧,୦୦୦ ଟଙ୍କା ପାକେଟ୍‌ ଅର୍ଡ଼ର କଲେ ଘରେ ଆସି ପହଞ୍ଚୁଛି ଜିନିଷ ।

ଏହା ବି ପଢ଼ନ୍ତୁ | SBIଆଲର୍ଟ! ଏବେ ATMରୁ ଟଙ୍କା ଉଠାଇବା ମହଙ୍ଗା ହେବ, ଚେକ୍ ବୁକ୍ ନିୟମ ବି ବଦଳିବ

ଲକଡାଉନ୍‌ ସମୟରେ ବ୍ୟବସାୟ କରିବାର ଏହି ଆଇଡ଼ିଆ ମୋ ଭାଇ ଡଟ କମ ଫାଉଣ୍ଡର ତଥା ବ୍ୟବସାୟୀ ଜ୍ୟୋତି ରଞ୍ଜନ ସାହୁଙ୍କୁ ଗତ ବର୍ଷ ଆସିଥିଲା । ହେଲେ ଗତ ବର୍ଷ ମାତ୍ର ୨୦୦ ପାକେଟ୍‌ ଡେଲିଭରି କରିପାରିଥିଲେ ସେ । କିନ୍ତୁ ଏ ଥର ପ୍ରାୟ ୮,୦୦୦ ଅର୍ଡ଼ର ଆସି ପହଞ୍ଚିଛି ଓ ତାଙ୍କ କର୍ମଚାରୀମାନେ ଆଗ୍ରହରେ ସବୁ ଅର୍ଡ଼ର ବିତରଣ କରୁଛନ୍ତି ବୋଲି ସେ କହିଛନ୍ତି ।

ଅନଲାଇନ୍ ସଂସ୍ଥାରୁ ଜଣେ ବ୍ୟକ୍ତି ଡେଲିଭରି ପାଇଁ ବାହାରୁଛନ୍ତି ।


ଏହା ବି ପଢ଼ନ୍ତୁ | ଫୁଟବଲରେ ଆଗକୁ ବଢ଼ିଲା ଭାରତ, ହରାଇଲା ବାଂଲାଦେଶକୁ; ସୁନୀଲ୍ ଛେତ୍ରୀ ୨ଟି ଗୋଲ୍ କଲେ

‘‘ଲକଡାଉନରେ କ’ଣ କେମିତି ଗୋଟେ ବ୍ୟବସାୟ କରିବି ଭାବି ଭାବି ଏହି ଉପାୟ ପାଇଛି । ଯେହେତୁ ଏହି ପର୍ବ ବନ୍ଦ ହେବ ନାହିଁ କି ଲୋକେ ବାହାରକୁ ଯାଇପାରିବେ ନାହିଁ, ତେଣୁ ବେପାର ମନ୍ଦ ହେବ ନାହିଁ ବୋଲି ଆଶା ଥିଲା । ତା’ ଛଡ଼ା ଆମକୁ ଜଣା ଅଛି ସାବିତ୍ରୀ ବ୍ରତରେ ଲୋକଙ୍କୁ କ’ଣ ସବୁ ଦରକାର । ତେଣୁ ଆମେ ସହଜରେ ସଫଳ ହେଲୁ। ଆମ ପାଖକୁ ବର୍ତ୍ତମାନ ୮,୦୦୦ ଅର୍ଡ଼ର ଆସିଛି ଓ ଆହୁରି ଆସିଚାଲିଛି । ଦିନରାତି ଆମ ପିଲାମାନେ ଡେଲିଭର କରୁଛନ୍ତି । କାଲି ସୁଦ୍ଧା ସବୁ ଶେଷ କରିବୁ ବୋଲି ଆଶା କରୁଛୁ,’’ କହିଛନ୍ତି ସାହୁ ।

ଏହା ବି ପଢ଼ନ୍ତୁ | ପୁଣେରେ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୧୫ ଜଣ କର୍ମଚାରୀ ଜଳି ମଲେ; ୧୭ ଜଣ ନିଖୋଜ

ମୋଭାଇଡଟ.କମର ସାବିତ୍ରୀ ପୁଟୁଳିରେ ଆମ୍ବ, ସପୁରୀ, ଖଜୁରୀ, ସେଓ, କମଳା, ଅଙ୍ଗୁର, ନଡ଼ିଆ ଓ କଦଳୀ ଭଳି ଆଠ ପ୍ରକାର ଫଳ ରହୁଛି । ତା’ ସାଙ୍ଗକୁ ଚୁଡ଼ି, ସିନ୍ଦୂର, ଅଳତା, କଳା ମାକି, ବ୍ରତ ଓ ପୂଜା ସାମଗ୍ରୀ ବି ରହୁଛି । ଖାଲି ସେତିକି ନୁହେଁ, ବ୍ରତଧାରୀଙ୍କ ପାଇଁ ସାଗୁ ଓ ମିଶ୍ରି ବି ରହୁଛି ଏଥିରେ । ଗୋଟିଏ ପ୍ୟାକେଟର ଦାମ ୫୦୦ ଟଙ୍କା ଓ ଆଉ ଗୋଟିକର ୧,୦୦୦ ଟଙ୍କା ରହିଛି । ଲକଡାଉନରେ ଘରୁ ବାହାରି ପାରୁ ନ ଥିବା ସ୍ତ୍ରୀମାନଙ୍କ ପାଇଁ ଏହି ବ୍ୟବସ୍ଥା ବେଶ୍‌ ସୁବିଧା କରିଛି ।

ଏହା ବି ପଢ଼ନ୍ତୁ | ଜୁନ୍ ୨୧ରୁ ଦେଶର ସବୁ ନାଗରିକଙ୍କୁ ମାଗଣା ଟିକା, ଦୀପାବଳୀ ଯାଏଁ ଗରିବଙ୍କୁ ମାଗଣା ଚାଉଳ: କହିଲେ PM ମୋଦି

‘‘ମୁଁ ସକାଳେ ତାଙ୍କ ହ୍ଵାଟସଆପ୍‌ ନମ୍ବର ୯୧୭୮୪ ୫୪୪୪୪ରେ ସାବିତ୍ରୀ ଜିନିଷ ଅର୍ଡ଼ର କରିଥିଲି । ସେମାନେ ଆଣି ଦେଇଯାଇଛନ୍ତି । ବହୁତ ଭଲ ହୋଇଛି ସବୁ ଜିନିଷ । ଖୁବ୍‌ ସୁନ୍ଦର ଭାବେ ସଜ କରି ଡେଲିଭରି ଦେଉଛନ୍ତି । ଏହି ଲକଡାଉନରେ ପୂଜା ଯେମିତି ବନ୍ଦ ନ ହେବ ତାହା ହିଁ ଆମ ଉଦ୍ଦେଶ୍ୟ । ଖୁବ ଖୁସି ଲାଗୁଛି,’’ କହିଛନ୍ତି ରାଜଧାନିବାସୀ ଗୃହିଣୀ ମୋନାଲିସା ମହାପାତ୍ର ।

ଏହା ବି ପଢ଼ନ୍ତୁ | ‘‘ଅଙ୍କଲ୍ ପୂରା ପରିବାର ଗାଁ ରାଜ ଭବନକୁ ନେଇଆସିଛନ୍ତି,’’ ବେଙ୍ଗଲ୍ ରାଜ୍ୟପାଳଙ୍କୁ ପ୍ରମାଣ ସହ କହିଲେ TMC MP ମହୁଆ ମୋଇତ୍ରା

mobhai.com ସଦସ୍ୟ ସୂର୍ଯ୍ୟମଣି ସାହୁ କହିଛନ୍ତି, ‘‘ଭାଇଟିଏ ଭଉଣୀ ପାଇଁ ସାବିତ୍ରୀ ଭାର ନେଇ ଯାଇଥାଏ । ହେଲେ ଏ ବର୍ଷ ଲକଡାଉନ ଯୋଗୁଁ ଭାଇମାନେ ଭଉଣୀ ଘରକୁ ଜିନିଷ ନେଇ ଯାଇପାରୁନାହାନ୍ତି । ସେଇଥି ପାଇଁ ଆମେ ଆମ ସଂସ୍ଥାର ନାମ ମୋ ଭାଇ ଡଟ କମ୍‌ ରଖିଛୁ । ଯେତେବେଳେ ଆମେ ଜିନିଷ ପହଞ୍ଚାଇଦେଉ ଗ୍ରାହକଙ୍କ ମୁହଁରେ ହସ ଦେଖି ଖୁସି ଲାଗେ ଓ ଆମ ବ୍ୟବସାୟ ସଫଳ ବୋଲି ଆମେ ଭାବୁ ।’’



ସାବିତ୍ରୀ ବ୍ରତ ପରେ ରଜ ପାଇଁ ବି ସଜବାଜ ହେଉଛି ଏହି ସଂସ୍ଥା । ଟ୍ଵିନ୍‌ ସିଟିର ଲୋକଙ୍କ ପାଇଁ ଘରେ ବସି ପିଠା ଓ ମିଠା ଅନଲାଇନ୍‌ ଅର୍ଡର କରିବା ଓ ନିଜ ପ୍ରିୟଜନଙ୍କୁ ଉପହାର ଦେବା ବ୍ୟବସ୍ଥା ଖୁବ୍‌ ଶୀଘ୍ର ଆସିବ ।
Published by: Anand ST Das
First published: June 8, 2021, 10:21 PM IST