ଋଷିୟ ପର୍ଯ୍ୟଟକ ମୃତ୍ୟୁ ଘଟଣା; ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଦ୍ଵନ୍ଦ
- News18 Odia
- Last Updated :
- Rayagada, India
News 18 Odia Digital
ରାୟଗଡା; ଦୁଇ ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ସସପେନ୍ସ ଉପରୁ ହଟୁନି ପରଦା । ଆଜି ଦ୍ୱିତୀୟ ଦିନରେ ରାୟଗଡାରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ହୋଟେଲ ସାଇ ଇଣ୍ଟରନ୍ୟାସନାଲକୁ ଯାଇ ତଦନ୍ତ କରିବା ସହ ରାୟଗଡ଼ାର ସିରିଗୁଡା ଶବଦାହ ସ୍ଥାନକୁ ଯାଇ ଦୁଇ ଋଷିୟ ପର୍ଯ୍ୟଟକଙ୍କ ପାଉଁଶ ଭିତରୁ ପ୍ରମାଣ ଖୋଜିଛି ତଦନ୍ତକାରୀ ଦଳ । ଫରେନସିକ ଟିମ ଜରିଆରେ ପାଉଁଶ ମଧ୍ୟରୁ କିଛି ହାଡ଼କୁ ଜବତ କରିଛି ଟିମ ।
ରାୟଗଡା ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ଦୁଇ ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । ଦୁଇ ପର୍ଯ୍ୟଟକ ଆଣ୍ଟଭ ପାଭେଲ ଓ ଭଲ୍ଦିମୀରଙ୍କ ଶବ ବ୍ୟବଛେଦ ରିପୋର୍ଟକୁ ନେଇ ତଦନ୍ତ କରୁଛି ତଦନ୍ତକାରୀ ଟିମ । ଭଲ୍ଦିମୀରଙ୍କ ମୃତ୍ୟୁ ହୃଦଘାତ ଜନିତ ବୋଲି ଶବ ବ୍ୟବଛେଦ ରିପୋର୍ଟରେ ଉଲେଖ ରହିଛି । ହେଲେ ଆଣ୍ଟଭଙ୍କ ମୃତ୍ୟୁ ରିପୋର୍ଟକୁ ନେଇ ସନ୍ଧେହ ବଢିଛି । ଫୁସଫୁସ ଓ ଯକୃତ କ୍ଷତି ଗ୍ରସ୍ତ ହେବା ଯୋଗୁଁ ପାୱେଲଙ୍କ ମୃତ୍ୟୁ ହୋଇଛି । ଅତ୍ୟଧିକ ରକ୍ତଶ୍ରାବ ମଧ୍ୟ ମୃତ୍ୟୁର କାରଣ। ଏପରିକି ମୃତ୍ୟୁ ପୂର୍ବରୁ ଶରୀରରେ ଏକାଧିକ ସ୍ଥାନରେ ଇଣ୍ଟରନାଲ ଇଞ୍ଜୁରି ରହିଛି। ତେବେ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ଶବ ବ୍ୟବଛେଦ ରିପୋର୍ଟରେ ମତ ଦେଇଛନ୍ତି ଡାକ୍ତର । ତେବେ ପ୍ରଶ୍ନ ଉଠୁଛି ଡାକ୍ତର ଟିମ କେମିତି ଜାଣିଲେ ଆଣ୍ଟଭଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ? ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।