News18 Odia Digital
ବ୍ରହ୍ମପୁର: ରାୟଗଡ଼ାରେ ଏକ ହୋଟେଲରେ ଦୁଇ ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ କଣ ପଦକ୍ଷେପ ନେଇଛି ରାୟଗଡ଼ା ପୋଲିସ ଏନେଇ ରାୟଗଡ଼ା ଏସପିଙ୍କୁ ରିପୋର୍ଟ ମାଗିଲା ଜାତୀୟ ମାନବଧିକାର କମିଶନ।
ରାୟଗଡ଼ାର ଏକ ହୋଟେଲରେ ଦୁଇ ଜଣ ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହାର ତଦନ୍ତ ଜାରି ରହିଛି। ଏହି ସମୟରେ ବ୍ରହ୍ମପୁର ସହରର ମାନବଧିକାରୀ କର୍ମୀ ରବିନ୍ଦ୍ର ମିଶ୍ର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ଗତ ୨୫ ତାରିଖରେ ଏକ ପିଟିସନ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଦାଖଲ କରିଥିଲେ।
ରବିନ୍ଦ୍ରଙ୍କ ପିଟିସନ ପାଇବା ପରେ ଜାତୀୟ ମାନବଧିକାର କମିଶନ ରାୟଗଡ଼ା ଏସପିଙ୍କୁ ଘଟଣାରେ କଣ ଆକ୍ସନ ନିଆଯାଇଛି ସେ ନେଇ ଏକ ରିପୋର୍ଟ ଚାରି ସପ୍ତାହ ମଧ୍ୟରେ ପ୍ରଦାନ କରିବା ନେଇ ନୋଟିସ ଜାରି କରିଛନ୍ତି।
ଯେହେତୁ ଓଡ଼ିଶାକୁ ଆସି ଦୁଇ ଜଣ ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ଦୁଃଖର ବିଷୟ। ମୃତ୍ୟୁର କାରଣ ଯଦି ଖୁବ୍ ଶୀଘ୍ର ସ୍ପଷ୍ଟ ନ ହେବ ତେବେ ବାହାର ଦେଶରୁ ଆସୁଥିବ ପର୍ଯ୍ୟଟକମାନେ ଓଡ଼ିଶାକୁ ଆସିବା ନିମନ୍ତେ ଭୟ କରିବା ସହିତ ପର୍ଯ୍ୟଟକଙ୍କ ସଂଖ୍ୟା କମିଯିବାର ସମ୍ଭାବନା ରହିଛି। ଯଦି ପର୍ଯ୍ୟଟକ ଓଡ଼ିଶାକୁ ଆସିବେ ନାହିଁ ତେବେ ଓଡ଼ିଶାର ଆର୍ଥିକ କ୍ଷେତ୍ରରେ ଉନ୍ନତି ଆସିପାରିବ ନାହିଁ। ତେଣୁ ଏହି କ୍ଷେତ୍ରକୁ ଅନୁଧ୍ୟାନ କରି ଏଭଳି ପିଟିସନ ଦାଖଲ କରିଥିବା କହିଛନ୍ତି ମାନବଧିକାର କର୍ମୀ ରବିନ୍ଦ୍ର।
ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଜାତୀୟ ମାନବଧିକାର କମିଶନରଙ୍କ ରିପୋର୍ଟ ତଲବ ପରେ ତଦନ୍ତ ଆହୁରି ଆଗେଇବ ଏବଂ ଖୁବ୍ ଶୀଘ୍ର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଆଶାବାଦି ଥିବା କହିଛନ୍ତି ରବିନ୍ଦ୍ର ମିଶ୍ର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।