କୃଷ୍ଣ ଭକ୍ତି ଏହି ଦମ୍ପତିଙ୍କୁ ଟାଣି ଆଣିଲା ଋଷିଆରୁ ଓଡ଼ିଶା; ବାଲେଶ୍ୱରରେ ସବୁ ଦିନ ରହିବାକୁ ଚାହାଁନ୍ତି

ଋଷିଆର ଏହି ଦମ୍ପତି ଆଉ ନିଜ ଦେଶକୁ ଫେରିବାକୁ ଚାହୁଁନାହାନ୍ତି । ଶ୍ରୀକୃଷ୍ଣ ଭଜନ କୀର୍ତ୍ତନ ବିନା ଉଭୟ ରହିପାରିବେ ନାହିଁ ବୋଲି କହିଛନ୍ତି । ରେମୁଣାରେ ଥିବା ଏକ ମଠରେ ରହି କ୍ଷୀରଚୋରା ଗୋପୀନାଥଙ୍କ ସେବା କରିବାକୁ ଚାହୁଁଛନ୍ତି ।

କୃଷ୍ଣ ଭକ୍ତି ଏହି ଦମ୍ପତିଙ୍କୁ ଟାଣି ଆଣିଲା ଋଷିଆରୁ ଓଡ଼ିଶା; ବାଲେଶ୍ୱରରେ ସବୁ ଦିନ ରହିବାକୁ ଚାହାଁନ୍ତି
ଋଷିଆର ଦମ୍ପତି ଭୋରନଭ ସେଗେରାଇ ଓ ଆଣ୍ଡ୍ରିନୋଭା ତାତିଆନା
  • News18 Odia
  • Last Updated: September 19, 2020, 12:00 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଅତୀତରେ ଅନେକ ଭକ୍ତଙ୍କ ଭକ୍ତିଭାବର ବିଶାଳତା ସାରା ସମାଜ ପାଇଁ ସର୍ବଦା ଉଦାହରଣ ହୋଇରହିଛି । ଏବେ ଏଭଳି ଏକ କୃଷ୍ଣ ଭକ୍ତ ବିଦେଶୀ ଦମ୍ପତ୍ତି ବାଲେଶ୍ୱର ଜିଲ୍ଲାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି ।

ଋଷିଆର ଭୋରନଭ ସେଗେରାଇ ଓ ଆଣ୍ଡ୍ରିନୋଭା ତାତିଆନା ପେଶାରେ ଇଞ୍ଜିନିଅର । ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିବା ପରେ ସେମାନେ ସେଥି ପ୍ରତି ଆକୃଷ୍ଟ ହୋଇଥିଲେ ଓ ଓଡ଼ିଶା ଆସିଥିଲେ । ପୁରୀରେ ପହଞ୍ଚି ସନାତନ ଧର୍ମ ମଧ୍ୟ ଗ୍ରହଣ କରିଥିଲେ ଦୁହେଁ । ପୁରୀରେ କିଛି ଦିନ ରହିବା ପରେ ବାଲେଶ୍ୱର ଉପକଣ୍ଠରେ ଥିବା ରେମୁଣାର କ୍ଷୀରଚୋରା ଗୋପୀନାଥଙ୍କ ବିଷୟରେ ବିଷୟରେ ଜାଣିବାକୁ ପାଇଲେ ଉଭୟ ।

ଜଗନ୍ନାଥ ସଂସ୍କୃତିର ପ୍ରଖ୍ୟାତ ଠାକୁର କ୍ଷୀରଚୋରା ଗୋପୀନାଥଙ୍କ ବିଷୟରେ ଜାଣିବା ପରେ ସେମାନେ ଏଠାରେ ରହି ଅବଶିଷ୍ଟ ଜୀବନ ତାଙ୍କ ସେବା କରି କଟାଇବାକୁ ଚାହିଁଥିଲେ । ଦୁଇ ତିନି ଥର କ୍ଷୀରଚୋରା ଯିବା ଆସିବା କରିବା ପରେ ସେଠାକାର ପରିବେଶରେ ଆତ୍ମହରା ହୋଇପଡ଼ିଥିଲେ ଉଭୟ । ଫେବୃଆରୀ ମାସରୁ କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ପ୍ରାଙ୍ଗଣ ଆଶ୍ରମରେ ରହିଆସୁଛନ୍ତି ସେ ଦୁହେଁ । ହରେକୃଷ୍ଣ ହରେରାମ ଭଜନ କୀର୍ତ୍ତନରେ ଦମ୍ପତ୍ତିଙ୍କ ଦିନ କଟୁଛି ।

ମାଧବେନ୍ଦ୍ର ପୁରୀ ମଠରେ ଭଜନ କୀର୍ତ୍ତନରେ ଲୀନ ଭୋରନଭ ସେଗେରାଇ ଓ ଆଣ୍ଡ୍ରିନୋଭା ତାତିଆନା


ଗତ ଫେବୃଆରୀ ମାସରେ ବାଲେଶ୍ୱର ଆସିଥିଲେ ଏହି ଦମ୍ପତ୍ତି । ଲକଡାଉନ ପାଇଁ ସେମାନଙ୍କ ଭିସା ଏବେ ଅକାମୀ ହୋଇଯାଇଛି । ଏପ୍ରିଲରୁ ଭିସା ସରିଲାଣି । ହେଲେ ଭିସା ସରିବା ପରେ ବି ସେମାନେ ନିଜ ଦେଶକୁ ଫେରିବାକୁ ଚାହୁଁନାହାନ୍ତି । ସେମାନେ ଏଠାରେ ରହିବାକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଖରେ କୌଣସି ଉପଯୁକ୍ତ ଡକ୍ୟୁମେଣ୍ଟ ନ ଥିବାରୁ କେହି ତାଙ୍କୁ ଭଡ଼ାରେ ବି ରଖୁ ନାହାଁନ୍ତି । ଏହି ଦମ୍ପତ୍ତି ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଯେ ସେମାନଙ୍କୁ ଭାରତୀୟ ପରିଚୟ ପତ୍ର ପ୍ରଦାନ କରି ବାଲେଶ୍ୱରର ସ୍ଥାୟୀ ବାସିନ୍ଦା ଭାବରେ ରଖିବାକୁ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଆଜି ଆସିଥିବା ଏହି ଦୁଇ ବିଦେଶୀ ଭକ୍ତଙ୍କ ଠାରୁ ସମସ୍ତ କଥା ବୁଝିବା ପରେ ଜଣାପଡିଥିଲା ଯେ ସେମାନେ ଆଉ ନିଜ ଦେଶ ଋଷିଆ ଫେରିବାକୁ ଚାହୁଁନାହାନ୍ତି । ରେମୁଣାରେ ଥିବା ମାଧବେନ୍ଦ୍ର ପୁରୀ ମଠରେ ରହି କ୍ଷୀରଚୋରା ଗୋପୀନାଥଙ୍କ ସେବା କରିବାକୁ ଚାହୁଁଛନ୍ତି ସେମାନେ ।

ଦମ୍ପତିଙ୍କ ନୂଆ ନାମ ଏବେ ଶକ୍ତିତତ୍ୱ ଦାସ ଓ ତେଜସ୍ୱିନୀ ଦେବଦାସୀ


ଏହି ଦମ୍ପତିଙ୍କ ଦାବି ହେଉଛି ଯେ ଶ୍ରୀକୃଷ୍ଣଙ୍କ ଭଜନ କୀର୍ତ୍ତନ ବିନା ସେମାନେ ରହିପାରିବେ ନାହିଁ, ଆଉ ରୁଷିଆ ଫେରିଗଲେ ସେଠାରେ ତାଙ୍କୁ ହିନ୍ଦୁ ଧର୍ମର ଭଜନ କୀର୍ତ୍ତନ କରିବାକୁ ଅନୁମତି ମିଳିବ ନାହିଁ । ତେଣୁ ଉଭୟଙ୍କ ଗୁହାରି ଯେ ବାଲେଶ୍ୱରରେ ସେମାନଙ୍କୁ ରହିବାକୁ ସରକାର ଅନୁମତି ଦିଅନ୍ତୁ ।

ଏହା ବି ପଢ଼ନ୍ତୁ | Gold Silver Price: ୨ ଦିନ ପରେ ପୁଣି ବଢ଼ିଲା ସୁନାର ଦାମ୍; ରୂପା ବି ମହଙ୍ଗା ହେଲା; ଜାଣନ୍ତୁ ଦାମ୍

ଏହା ବି ପଢ଼ନ୍ତୁ | ଚିଟ୍ ଫଣ୍ଡ୍ ସ୍କାମ୍: ଖୋଲିଲା ସି-ସୋର ଫାଇଲ; BJD MLA ଦେବୀ ପ୍ରସାଦ ମିଶ୍ରଙ୍କ ଘରେ CBI ରେଡ଼ କଲା

‘‘ଆମେ ଶ୍ରୀକୃଷ୍ଣ ଧର୍ମ ଗ୍ରହଣ କରିସାରିଛୁ । ଆମେ ବର୍ଷେ ହେବ ଭାରତରେ ରହିଲୁଣି । ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଫେବୃଆରୀ ମାସରୁ ରହି ଆସୁଛୁ । ଆମେ ଦୁଇ ଜଣ ଇସ୍କନ ଭକ୍ତ ହୋଇଥିବାରୁ ଆମର ଏଠାରେ ନାମକରଣ କରାଯାଇଛି । ମୋ’ ସ୍ୱାମୀଙ୍କ ନାମ ହୋଇଛି ଶକ୍ତିତତ୍ୱ ଦାସ ଓ ମୋ’ ନାମ ତେଜସ୍ୱିନୀ ଦେବଦାସୀ । ଏମିତିରେ ଆମେ ଦୁଇ ଜଣ ଏହିଠାରେ ରହି ଭଗବାନ ଶ୍ରୀକୃଷ୍ଣଙ୍କ ସେବା କରିବାକୁ ଚାହୁଁଛୁ,’’ କହିଛନ୍ତି ଆଣ୍ଡ୍ରିନୋଭା ତାତିଆନା ।



ଶିକ୍ଷାଗତ ଯୋଗ୍ୟତାରେ ଏହି ବିଦେଶୀ ଦମ୍ପତି ଇଞ୍ଜିନିୟର, ହେଲେ ଶ୍ରାକୃଷ୍ଣଙ୍କ ପ୍ରେମରେ ଦୁହେଁ ଆତ୍ମହରା ହୋଇ ସବୁ ଦିନ ଭାରତରେ ରହିବାକୁ ଇଚ୍ଛା କରୁଛନ୍ତି । ସେମାନଙ୍କ ଏହି ଅନୁରୋଧ ଉପରେ ପ୍ରଶାସନ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନ ଥିବା ଜଣାଯାଇଛି ।
Published by: Anand Shankar Thankur Das
First published: September 19, 2020, 12:00 AM IST
corona virus btn
corona virus btn
Loading