News18 Odia Digital
ରାୟଗଡା: ରାୟଗଡା ଜିଲ୍ଲାର ଏକ ହୋଟେଲର ତୃତୀୟ ମହଲାରୁ ଖସି ଜଣେ ୠଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଦୁଇ ଦିନ ପୂର୍ବେ ତାଙ୍କ ବନ୍ଧୁଙ୍କ ମୃତଦେହ ମିଳିଥିଲା। ରବିବାର ପୋଲିସ ଏହି ସୂଚନା ଦେଇଛି। ସେ କହିଛନ୍ତି ଯେ ଶନିବାର ଦିନ ହୋଟେଲ ବାହାରେ ୬୫ ବର୍ଷିୟ ପାଭେଲ ଆନ୍ଥୋମ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ମିଳିଥିଲା।
୨୨ ଡିସେମ୍ବରରେ ପାଭେଲଙ୍କ ସହ-ଭ୍ରମଣକାରୀ ଭ୍ଲାଦିମିର ବିଡେନୋଭଙ୍କ ମୃତଦେହ ହୋଟେଲରୁ ମିଳିଥିଲା। ହୋଟେଲର ପ୍ରଥମ ମହଲାରେ ଥିବା ତାଙ୍କ କୋଠରୀରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ ଓ ତାଙ୍କ ନିକଟରେ କିଛି ଖାଲି ମଦ ବୋତଲ ଦେଖିବାକୁ ମିଳିଥିଲା । ଜିଲ୍ଲା ଡାକ୍ତରଖାନା ନିଆଯିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପାଭେଲଙ୍କ ମୃତ୍ୟୁରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଏହା ଆତ୍ମହତ୍ୟା ମାମଲା ପରି ମନେହୁଏ। ସେ କହିଛନ୍ତି, "ତାଙ୍କ ବନ୍ଧୁଙ୍କ ମୃତ୍ୟୁ କାରଣରୁ ପାଭେଲ ଚାପରେ ଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଭ୍ଲାଦିମିର ଓ ପାଭେଲ ଋଷରୁ ଭାରତ ପରିଦର୍ଶନ କରିବାକୁ ଆସିଥିଲେ। ସେମାନଙ୍କର ୪ ଜଣଙ୍କର ଏକ ଗୋଷ୍ଠୀ ଥିଲା। ପୁରା ଗୋଷ୍ଠୀ ଏକ ଗାଇଡ୍ ନିଯୁକ୍ତ କରିଥିଲେ। ଭଲ ଯାତ୍ରା କରିବା ପାଇଁ ମଧ୍ୟ ତାଙ୍କ ସହିତ ନେଇଥିଲେ। ଗାଇଡଙ୍କ ନାମ ଜିତେନ୍ଦ୍ର ସିଂ। ଜିତେନ୍ଦ୍ରଙ୍କ ସହ ସମସ୍ତେ ବୁଧବାର ଦିନ ରାଇଗଡ ହୋଟେଲରେ ଚେକ୍ କରିଥିଲେ। ପାଭେଲ ତାଙ୍କ ବନ୍ଧୁଙ୍କ ଦେହାନ୍ତରେ ଅତ୍ୟନ୍ତ ଦୁଃଖିତ ହୋଇ ଉଦାସୀନତା ଭିତରକୁ ଯାଇଥିଲେ।
ଓଡିଶା ପୋଲିସର ସୂଚନାନୁସାରେ ସେମାନେ ମୃତ୍ୟୁକୁ ସବୁ ଦିଗରୁ ଯାଞ୍ଚ କରୁଛନ୍ତି। ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ପାଭେଲଙ୍କର ହଠାତ୍ ଗୋଡ଼ ଖସିଯାଇଥିବ। ଗୋଟିଏ ପରେ ଗୋଟିଏ ଦୁଇ ଋଷିୟ ନାଗରିକଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ପ୍ରଶାସନ ଉତ୍ତେଜିତ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।