ଚେଲା କୁମାର ବଦଳିଲେ ନବୀନ ପଟ୍ଟନାୟକ, ପିସିସି ବଦଳିଲେ ନବୀନ ପଟ୍ଟନାୟକ: ସୁର ରାଉତରାୟ

ପିସିସି ସଭାପତିଙ୍କ ସହ ପ୍ରଭାରୀ ବଦଳିବେ ବୋଲି ଚର୍ଚ୍ଚା ପ୍ରଶ୍ନରେ ଉତ୍ତରରେ ସୁର ରାଉତରାୟ କହିଛନ୍ତି,"ସବୁ ନବୀନ ପଟ୍ଟନାୟକ କରିଦେବେ। ଚେଲା କୁମାର ବଦଳିଲେ ନବୀନ ପଟ୍ଟନାୟକ, ପିସିସି ବଦଳିଲେ ନବୀନ ପଟ୍ଟନାୟକ। ଏବେ ଖାଲି ଗୋଟିଏ ନବୀନ"।

ସୁର ରାଉତରାୟଙ୍କ ବୟାନକୁ ନେଇ ଚର୍ଚ୍ଚା  ଜୋର ଧରିଛି (ପ୍ରତୀକାତ୍ମକ ଛବି)

ସୁର ରାଉତରାୟଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କଂଗ୍ରେସର ରାଜ୍ୟ ମୁଖିଆ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ପ୍ରଭାରୀ ମଧ୍ୟ ଖୁବ ଶୀଘ୍ର ଓଡ଼ିଶା ଆସିବେ ବୋଲି ଚର୍ଚ୍ଚା ହେଉଛି। ବିଶେଷ କରି ପଞ୍ଚାୟତ ଓ ପୋୖର ନିର୍ବାଚନ ବିପର୍ଯ୍ୟୟ ପରେ ପିସିସି ହଟାଅ ଦାବି ବି ଜୋର ଧରିଛି। ଅନେକ ଆଶାୟୀଙ୍କ ନା ସାମ୍ନାକୁ ଆସିଥିବା ବେଳେ ଦଳୀୟ ସ୍ତରରେ ବି ଭିନ୍ନ ମତ ପ୍ରକାଶ ପାଉଛି।

ପିସିସି ସଭାପତି ନେଇ ନିଜ ନିଜ ସ୍ତରରେ ବି ଦିଲ୍ଲୀରେ ନେତା ଲବି କରୁଛନ୍ତି। ସାଧାରଣ ନିର୍ବାଚନ ଦୁଇ ବର୍ଷରୁ କମ ସମୟ ଥିବାରୁ ନୂଆ ମୁଖିଆଙ୍କୁ ଦାୟିତ୍ୱ ଦେଇ ସଂଗଠନ ସଜାଡ଼ିବାକୁ ବିଭିନ୍ନ ଆଡୁ ଦାବି ଉଠୁଛି। ତେବେ ଦଳ କାହାକୁ ପରବର୍ତ୍ତୀ ପିସିସି ସଭପତି କରିବ ତାହା ନେଇ ବିଚାର ବିମର୍ଷ ଜାରି ରହିଛି। ୫ ଜଣ ନେତାଙ୍କ ନାଁ କୁ ନେଇ ବେଶ ଚର୍ଚ୍ଚା ଜାରି ରହିଛି। ଶରତ ରାଉତ, ଶରତ ପଟ୍ଟନାୟକ, ଭକ୍ତ ଦାସ, ମହମ୍ମଦ ମୋକିମଙ୍କ ପରି ନାମକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହାରି ଭିତରେ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପିସିସି ସଭାପତି ପରିବର୍ତ୍ତନ ଓ ପ୍ରଭାରୀ ପରିବର୍ତ୍ତନ ପ୍ରସଙ୍ଗରେ ସୁର ରାଉତରାୟଙ୍କ ବୟାନ ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସେ କହିଛନ୍ତି,"ସଂଗଠନ ସ୍ତରରେ ପରିବର୍ତ୍ତନ ନେଇ ହାଇକମାଣ୍ଡ ନିଷ୍ପତ୍ତି ନେବେ। ଖୁବ ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ହେବ । ୨୬ ତାରିଖରେ ପ୍ରଭାରୀ ଓଡ଼ିଶା ଆସିବେ"। ପିସିସି ସଭାପତିଙ୍କ ସହ ପ୍ରଭାରୀ ବଦଳିବେ ବୋଲି ଚର୍ଚ୍ଚା ପ୍ରଶ୍ନରେ ଉତ୍ତରରେ ସୁର ରାଉତରାୟ କହିଛନ୍ତି,"ସବୁ ନବୀନ ପଟ୍ଟନାୟକ କରିଦେବେ। ଚେଲା କୁମାର ବଦଳିଲେ ନବୀନ ପଟ୍ଟନାୟକ, ପିସିସି ବଦଳିଲେ ନବୀନ ପଟ୍ଟନାୟକ। ଏବେ ଖାଲି ଗୋଟିଏ ନବୀନ"। ସୁର ରାଉତରାୟ କାହିଁକି ଏପରି କହିଲେ ତାକୁ ନେଇ ବେଶ ଚର୍ଚ୍ଚା।

ସୁର ରାଉତରାୟଙ୍କ ମନ୍ତବ୍ୟକୁ ନେଇ ବିଜେଡି ନେତା ଦେବାଶିଷ ସାମନ୍ତରାୟ କହିଛନ୍ତି," କଂଗ୍ରେସ ଜାତୀୟ ଦଳ,ଆମେ ଆଞ୍ଚଳିକ ଦଳ,ନବୀନଙ୍କ ଫୋକସ ଓଡ଼ିଶା ଓ ବିଜେଡି। ଅନ୍ୟ ଦଳର କଣ ହେଉଛି ଆଗ୍ରହ ନାହିଁ। ଆମେ କିପରି ଏକାଠି ହୋଇପାରିବୁ। ନିର୍ବାଚନ ପରେ ଲୋକେ ଅନେକ କଥା କୁହନ୍ତି। ବିଜେଡି ସଂଗଠନକୁ ଆହୁରି ସୁଦୃଢ଼ କରିବୁ ସେଥିପାଇଁ ଫୋକସ କରିବୁ"।
Published by:Soumya Das
First published: