ପିପିଲି Bypoll ପାଇଁ BJD ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଘୋଷଣା କଲା

BJDର ଟିକେଟ୍ ଆଶାୟୀଙ୍କ ଲମ୍ବା ତାଲିକାରେ ରୁଦ୍ର ପ୍ରତାପ ମହାରଥୀଙ୍କ ବ୍ୟତୀତ ତାଙ୍କ ମା’ ଡକ୍ଟର ପ୍ରତିଭା ମହାରଥୀ, ବିଜେଡି ନେତା ତଥା ମୁମ୍ଵାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ସନ୍ଧ୍ୟାବତୀ ପ୍ରଧାନଙ୍କ ସମେତ ସଞ୍ଜୟ ଦାସ ବର୍ମା ମଧ୍ୟ ଥିଲେ ।

ପିପିଲି Bypoll ପାଇଁ BJD ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଘୋଷଣା କଲା
ରୁଦ୍ର ପ୍ରତାପ ମହାରଥୀ (ଫାଇଲ୍ ଫଟୋ)
  • News18 Odia
  • Last Updated: March 26, 2021, 5:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପିପିଲି: ସବୁ କଳ୍ପନାଜଳ୍ପନାର ଅନ୍ତ କରି ରାଜ୍ୟର ଶାସକ ଦଳ ବିଜେଡି ଦିବଙ୍ଗତ ପିପିଲି ବିଧାୟକ ତଥା ଦଳର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପିପିଲି ବିଧାନ ସଭା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ରୂପେ ଘୋଷଣା କରିଛି ।

ପିପିଲି ଉପନିର୍ବାଚନ ପାଇଁ ଦିନକ ପୂର୍ବରୁ ମୁଖ୍ୟ ବିରୋଧୀ ଦଳ ବିଜେପି ଏହାର ପୂର୍ବ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଆଶ୍ରିତ ଶୁକ୍ରବାର ଦିନ ନାମାଙ୍କନର ପ୍ରଥମ ଦିନରେ ହିଁ ନାମାଙ୍କନ କରିଛନ୍ତି । ତାଙ୍କ ନାମାଙ୍କନର ଅଳ୍ପ କିଛି ଘଣ୍ଟା ପରେ ବିଜେଡି ନିଜ ପ୍ରାର୍ଥୀ ଘୋଷଣା କରିଛି ।

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗ ଆସାମ ନିର୍ବାଚନ ପାଇଁ ସରିଲା ପ୍ରଚାର; ଅନେକ ଆସନରେ ସିଧାସଳଖ ଲଢ଼େଇ ହେବ

ଗତ ଅକ୍ଟୋବରରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପର ଠାରୁ ପିପିଲି ଆସନ ଖାଲିପଡ଼ିଛି । ପିପିଲି ଉପନିର୍ବାଚନ ପାଇଁ ଶାସକ ଦଳ ବିଜେଡିରେ ଟିକେଟ ପାଇଁ ଏକ ରକମ ପ୍ରତିଯୋଗିତା ଚାଲିଥିଲା । ହେଲେ ପାର୍ଟିର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକମାନଙ୍କ ପରାମର୍ଶ କ୍ରମେ ବିଜେଡି ସଭାପତି ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ନାମ ଉପରେ ମୋହର ଲଗାଇଛନ୍ତି । ଏହା ରୁଦ୍ର ପ୍ରତାପଙ୍କ ପ୍ରଥମ ନିର୍ବାଚନୀ ଲଢ଼େଇ ହେବାକୁ ଯାଉଛି ।

ଏହା ବି ପଢ଼ନ୍ତୁ | EY Awards: ମୁକେଶ ଅମ୍ବାନୀ କହିଲେ ଭାରତୀୟ ଶିଳ୍ପଦ୍ୟୋଗୀଙ୍କ ପାଇଁ ସୁଯୋଗର ସୁନାମି ଆସୁଛି

‘‘ମୋ’ର ନିର୍ବାଚନୀ ରାଜନୀତିରେ ଯଦିଓ ଅଭିଜ୍ଞତା ନାହିଁ, ହେଲେ ମୋତେ ପିପିଲି-ଡେଲାଙ୍ଗର ସାଧାରଣ ଜନତାଙ୍କର ଯେମିତି ଭଲପାଇବା ମିଳିଛି ତା’ ଉପରେ ମୋ’ର ଭରସା ଅଛି । ମୁଁ ବାପାଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ ବଦ୍ଧ ପରିକର । ମୋତେ ପ୍ରାର୍ଥୀ କରିଥିବାରୁ ମୁଁ ମୁଖ୍ୟ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତାମାନଙ୍କୁ ଧନ୍ୟବାଦ ଜଣାଉଛି,’’ ନିଜ ନାମ ବିଜେଡି ପ୍ରାର୍ଥୀ ଭାବେ ଘୋଷିଚ ହେବା ପରେ କହିଛନ୍ତି ରୁଦ୍ର ପ୍ରତାପ ମହାରଥୀ ।

ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ; (ଡାହାଣ) ପତ୍ନୀ ଡକ୍ଟର ପ୍ରତିଭା ମହାରଥୀଙ୍କ ସହ ପ୍ରଦୀପ


ପିପିଲିରୁ ବିଜେଡିର ଟିକେଟ୍‌ ଆଶାୟୀଙ୍କ ଲମ୍ବା ତାଲିକାରେ ରୁଦ୍ର ପ୍ରତାପ ମହାରଥୀଙ୍କ ବ୍ୟତୀତ ତାଙ୍କ ମା’ ଡକ୍ଟର ପ୍ରତିଭା ମହାରଥୀ, ବିଜେଡି ନେତା ତଥା ମୁମ୍ଵାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ସମେତ ରାଜ୍ୟ ଯୋଜନା ବୋର୍ଡ଼ର ଉପାଧକ୍ଷ ତଥା ବିଜେଡିର ଆଗ ଧାଡ଼ିର ନେତା ସଞ୍ଜୟ ଦାସ ବର୍ମା ମଧ୍ୟ ଥିଲେ । କିନ୍ତୁ ସବୁ ବେଳେ ଚକମା ଦେଖାଇ ଆସୁଥିବା ବିଜେଡି ସୁପ୍ରିମୋ ତଥା ରାଜ୍ୟର ମୁଖ୍ୟ ମନ୍ତ୍ରୀ ଶେଷରେ ରୁଦ୍ର ପ୍ରତାପଙ୍କୁ ସେଠାରୁ ପ୍ରାର୍ଥୀ କଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଟାଇଗର୍ ଶ୍ରଫ୍ଙ୍କୁ କାନ୍ଧରେ ଉଠାଇ ପୋଜ୍ ଦେଉଥିଲେ କୃଷ୍ଣା ଶ୍ରଫ୍, ବ୍ୟାଲେନ୍ସ ବିଗିଡ଼ିଲା… VIDEO

ମହାରଥୀଙ୍କ ପରିବାରରୁ କାହାରିକୁ ଦଳୀୟ ପ୍ରାର୍ଥୀ କରାଯିବା ଉପରେ ଚର୍ଚ୍ଚା ଚାଲିଥିବା ବେଳେ ପ୍ରାର୍ଥୀତ୍ଵକୁ ନେଇ ବିବାଦ ବଢ଼ିଥିଲା । ସୂତ୍ରଙ୍କ ଅନୁସାରେ ବିଜେଡିର ଯୁବ ଗୋଷ୍ଠୀ ମହାରଥୀଙ୍କ ପୁଅ ରୁଦ୍ରଙ୍କ ସପକ୍ଷରେ ଥିବାରୁ ମୁଖ୍ୟ ମନ୍ତ୍ରୀ ରୁଦ୍ର ପ୍ରତାପଙ୍କୁ ପ୍ରାର୍ଥୀ କଲେ ବୋଲି କୁହାଯାଉଛି । ହେଲେ ଦଳର ବରିଷ୍ଠମାନଙ୍କ ସମେତ ପିପିଲି-ଡେଲାଙ୍ଗ ବ୍ଲକ୍‌ ବିଜେଡି ସଭାପତି ଓ ବ୍ଲକ୍‌ ଅଧକ୍ଷ ପ୍ରତିଭାଙ୍କୁ ଟିକେଟ ମିଳୁ ବୋଲି ଦାବି କରିଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | West Bengal ବିଜେପି ସଭାପତି ମର୍ଯ୍ୟାଦା ଭୁଲିଗଲେ, ମମତାଙ୍କୁ ବରମୁଣ୍ଡା ପିନ୍ଧିବାକୁ କହିଦେଲେ

ରୁଦ୍ରଙ୍କ ପ୍ରାର୍ଥୀତ୍ୱ ପରେ ବିଜେଡି ଟିକେଟ ଲବିରେ ଦୀର୍ଘ ବର୍ଷ ଧରି ଥିବା ଆଶାୟୀ ପ୍ରାର୍ଥୀ ତଥା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି । ଗତ କିଛି ସପ୍ତାହ ଧରି ସନ୍ଧ୍ୟାବତୀଙ୍କୁ ପିପିଲିର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା ।

ଏହା ବି ପଢ଼ନ୍ତୁ | ୨୪ କ୍ୟାରେଟ୍ ସୁନା କିଣିବାକୁ ଚାହୁଁଛନ୍ତି? ଗୋଲ୍ଡ ବଣ୍ଡରେ ନିବେଶ କରନ୍ତୁ; ଏହାର ଚାହିଦା ବଢ଼ୁଛି

ବିଜେଡି ନେତା ଅରୂପ ପଟ୍ଟନାୟକ ଓ ରାଜ୍ୟ ଯୋଜନା ବୋର୍ଡ଼ ଉପାଧକ୍ଷ ସଞ୍ଜୟ ଦାସ ବର୍ମାଙ୍କୁ ପିପିଲିରୁ ଟିକେଟ ଦେଇ ବିଜେଡି ସୁପ୍ରିମୋ ପାରିବାରିକ ରାଜନୀତିରେ ପୂର୍ଣ୍ଣଚ୍ଛେଦ ପକାଇବେ ବୋଲି ବି ଚର୍ଚ୍ଚା ଜୋର ଧରିଛି । ବିଜେଡିର ଗଡ଼ ଭାବରେ ପରିଚିତ ପିପିଲିରେ କିନ୍ତୁ ଆସନ୍ତା ଉପନିର୍ବାଚନରେ ବିଦ୍ରୋହୀ ନେତାମାନେ ଶାସକ ଦଳର ମୁଣ୍ଡ ବିନ୍ଧାର କାରଣ ପାଲଟିବେ ବୋଲି ଦଳର ଆଗ ଧାଡ଼ିର ନେତାମାନେ ଅନୁମାନ କରୁଥିବା ଜଣାପଡ଼ିଛି ।



ଗତ ନିର୍ବାଚନରେ  ମାତ୍ର ୧୦,୦୦୦ ଭୋଟ ବ୍ୟବଧାନରେ ବିଜେଡିର ପ୍ରଦୀପ ମହାରଥୀ ଏଠାରେ ଜୟଲାଭ କରିଥିବା ବେଳେ ତୃତୀୟ ସ୍ଥାନରୁ ଉଠି ବିରୋଧୀ ଭୂମିକା ତୁଲାଇଥିଲା ବିଜେପି । ଏହାର ମୁଖ୍ୟ କାରଣ ଥିଲା ବିଜେଡିର କିଛି ଗୋଷ୍ଠୀଙ୍କ ଦ୍ୱାରା ବିଜେପି ନେତା ଆଶ୍ରିତଙ୍କୁ କରିଥିବା ଖୋଲା ସହଯୋଗ । ଆସନ୍ତା ଉପନିର୍ବାଚନରେ ମଧ୍ୟ ଏହି ନେତାମାନେ ପୁଣି ଥରେ ଆଶ୍ରିତଙ୍କୁ ସହଯୋଗ କରିପାରନ୍ତି ବୋଲି ବିଜେଡିର ଅନେକ ନେତା ଆଶଙ୍କା କରୁଛନ୍ତି ।
Published by: Anand Shankar Thankur Das
First published: March 26, 2021, 5:23 PM IST