ପିପିଲି Bypoll: ‘‘ମହାରଥୀ ପରିବାରରେ ବିବାଦ ନାହିଁ; ଏଥର ବି ପିପିଲିରେ ଜିତିବ BJD’’

ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ପୂରା ମହାରଥୀ ପରିବାର ପ୍ରସ୍ତୁତ ହେଉଛି । ରୁଦ୍ର, ତାଙ୍କ ମା’ ଓ ଭଉଣୀ ସମସ୍ତେ ଦୃଢ଼ୋକ୍ତି କରିଛନ୍ତି ଯେ ପରିବାରରେ ସବୁ କିଛି ଠିକ୍ ଠାକ୍ ଅଛି ଓ ଫାଟ କଥା କେବଳ ବିରୋଧୀଙ୍କ ଏକ ଚାଲ୍ ।

ପିପିଲି Bypoll: ‘‘ମହାରଥୀ ପରିବାରରେ ବିବାଦ ନାହିଁ; ଏଥର ବି ପିପିଲିରେ ଜିତିବ BJD’’
ନିଜ ମା’ଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି ରୁଦ୍ର ପ୍ରତାପ ମହାରଥୀ ।
  • News18 Odia
  • Last Updated: March 29, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ‘‘ବାପା ଥିଲା ପୁଅ ସଭାରେ ହାରେନି; ମା’ ଥିଲା ପୁଅ ଦୁନିଆ ଡରେନି ।’’ ପିପିଲି ଉପନିର୍ବାଚନ ପାଇଁ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ଶାସକ ଦଳ ବିଜେଡିର ଟିକେଟ୍‌ ହାସଲ କରିବା ପରେ ତାଙ୍କ ଉଦ୍ଦେଶ୍ୟରେ ଏମିତି କହିଥିଲେ ତାଙ୍କ ମା’ ପ୍ରତିଭା ମହାରଥୀ । ବିଜେଡି ପ୍ରାର୍ଥୀ ଭାବେ ରୁଦ୍ରଙ୍କ ନାଁ ଘୋଷଣା ହେବା ପରେ ମା’ ଓ ପୁଅଙ୍କ ମଧ୍ୟରେ ସବୁ କିଛି ଠିକ୍‌ ଠାକ୍‌ ନାହିଁ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହି ବାକ୍ୟ ଦ୍ୱାରା ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଥିଲେ ପ୍ରତିଭା ।

ରୁଦ୍ର ପ୍ରତାପ ନିଜ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଧେନ୍ଦୁଙ୍କ ସହ ରବିବାର ଦିନ ନବୀନ ନିବାସରେ ପହଞ୍ଚି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଓ ତାଙ୍କ ଠାରୁ ଦଳୀୟ ଟିକେଟ୍‌ ଆଣିଥିଲେ । ତାଙ୍କ ସାଙ୍ଗରେ ଥିଲେ ବିଜେଡି ଉପସଭାପତି ଦେବୀ ମିଶ୍ର ଓ ବିଧାୟକ ପ୍ରଣବ ବଲବନ୍ତରାୟ । ଟିକେଟ ନେଇ ଫେରିବା ପରେ ରୁଦ୍ର ଭୁବନେଶ୍ୱରରେ ମହାରଥୀଙ୍କ ବାସଭବନର ପହଞ୍ଚି ମା’ ପ୍ରତିଭା ମହାରଥୀଙ୍କଙ୍କ ଆଶୀର୍ବାଦ ନେବା ସହ ପୂରା ପରିବାରକୁ ଏକାଠି କରାଇ ଦେଖାଇଥିଲେ ।

ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ କ୍ଷୀର, ବିଜୁଳି, TV, AC, କାର୍ ବିମାନ ଯାତ୍ରା ମହଙ୍ଗା ହେବାକୁ ଯାଉଛି; ଜାଣନ୍ତୁ କେତେ

ରୁଦ୍ର ନିଜ ମା’ଙ୍କ ଆଶୀର୍ବାଦ ନେବା ସମୟରେ ଉଭୟ ସେ ଓ ମା’ ଭାବ ବିହ୍ଵଳ ହୋଇପଡ଼ିଥିଲେ। ସେମାନଙ୍କ ଆଖି ଛଳଛଳ ହୋଇଯାଇଥିଲା । କିନ୍ତୁ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା – ପରିବାରରେ ସବୁ କିଛି ଠିକ୍‌ ଠାକ୍‌ ଅଛି ଓ ଫାଟ କଥା କେବଳ ବିରୋଧୀଙ୍କ ଏକ ଚାଲ୍‌ । ଏବେ ରୁଦ୍ରଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ମହାରଥୀ ପରିବାର ପ୍ରସ୍ତୁତ ହେଉଛି । ମଙ୍ଗଳବାର ନାମାଙ୍କନ ଦିନ ଏହାର ଏକ ଝଲକ ଦେଖିବାକୁ ମିଳିବ ବୋଲି କହିଥିଲେ ରୁଦ୍ରଙ୍କ ସମର୍ଥକମାନେ ।

ବିଜେଡି ଟିକେଟ୍ ପାଇବା ପରେ ମୁଖ୍ୟ ମନ୍ତ୍ରୀଙ୍କ ସହ ରୁଦ୍ର ଓ ଭଉଣୀ ପଲ୍ଲବୀ


‘‘ମୋ’ର ରୁଦ୍ର ପ୍ରତି ସବୁ ବେଳେ ଆଶୀର୍ବାଦ ରହିଛି । ପରିବାରରେ ଫାଟ ବିଷୟରେ ଯେଉଁ ଚର୍ଚ୍ଚା ଚାଲିଛି ତାହା ଖାଲି ଅପପ୍ରଚାର । ରୁଦ୍ରଙ୍କ ସହ ପୂରା ପରିବାର ରହିଛି । ଏହି ନିର୍ବାଚନରେ ନିଶ୍ଚୟ ବିଜୟ ହାସଲ କରିବ ରୁଦ୍ର,’’ କହିଥିଲେ ପ୍ରତିଭା ମହାରଥୀ ।

ଏହା ବି ପଢ଼ନ୍ତୁ | Ind Vs Eng: ଭାରତ ଶେଷ ବଲ୍ରେ ଜିତିଲା ତୃତୀୟ ODI; ଇଂଲଣ୍ଡ ଲଗାତର ୬ଷ୍ଠ ODI ସିରିଜ୍ ହାରିଲା

ରୁଦ୍ର ପ୍ରତାପ ମହାରଥୀ ବି ପରିବାର ଭିତରେ ଫାଟ ନେଇ ଚାଲିଥିବା ଚର୍ଚ୍ଚାକୁ ‘‘ତୁଚ୍ଛା ଅପପ୍ରଚାର’’ ବୋଲି କହିଥିଲେ । ‘‘ମୁଁ ଦଳର ଟିକେଟ୍‌ ନେବା ସହ ମୁଖ୍ୟ ମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛି । ବାପାଙ୍କର ଯେଉଁ ସ୍ୱପ୍ନ ଥିଲା ତାକୁ ପୂରଣ କରିବି । ପିପିଲିବାସୀ ପୁନର୍ବାର ଆସ୍ଥା ପ୍ରକଟ କରିବେ,’’ କହିଥିଲେ ରୁଦ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଗର୍ଭବତୀ ଲିସା ହେଡେନ୍ 'ବିକିନି ଫଟୋଶୁଟ୍' କରାଇଲେ; ଫିଟ୍ନେସ୍ ଦେଖି ଫ୍ୟାନ୍ମାନେ ଚକିତ ହେଲେ

‘‘ଆମ ପରିବାର ଭିତରେ କେବେ କୌଣସି ବିବାଦ ନ ଥିଲା । ସମସ୍ତେ ଏକାଠି ଅଛନ୍ତି । ଗୋଟେ ପୁଅର ଭଲ ପାଇଁ ମା’ ସଦାବେଳେ ଚାହିଁଥାଏ, ତା’ ଖୁସିରେ ସେ ଖୁସି ହୋଇଥାଏ । ଏ ଯେଉଁ ଚର୍ଚ୍ଚା ଚାଲିଛି ସେଥିରେ କିଛି ବାସ୍ତବତା ନାହିଁ,’’ କହିଥିଲେ ରୁଦ୍ରଙ୍କ ଭଉଣୀ ପଲ୍ଲବୀ ।

ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମରେ ଜିତିବା ପାଇଁ BJP ନେତାଙ୍କ ସାହାଯ୍ୟ ଲୋଡ଼ିଥିଲେ ମମତା? BJP କଲ୍ ରେକର୍ଡ଼ିଂ ଶୁଣାଇଲା

ବିଜେଡି ଉପସଭାପତି ଦେବୀ ମିଶ୍ର କହିଥିଲେ, ‘‘ମହାରଥୀ ପରିବାରକୁ ନେଇ ଯେଉଁ ଗୁଜବ ଥିଲା ତାହା ଦୂର ହୋଇଛି । ସରକାରଙ୍କ ଲୋକାଭିମୁଖୀ ଯୋଜନା ହିଁ ହେବ ବିଜୟର ମୁଖ୍ୟ ଆଧାର । ନବୀନ ଓ ମହାରଥୀଙ୍କ ପ୍ରତି ପିପିଲିବାସୀଙ୍କ ଆସ୍ଥା ପୁନଃ ପ୍ରମାଣିତ ହେବା । ପୁନର୍ବାର ବିଜେଡି ପିପିଲି ଦଖଲ କରିବ ।’’



ମୁଖ୍ୟ ବିରୋଧୀ ଦଳ ବିଜେପି ବି ନିଜ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଉପରେ ଭରସା କରି ପିପିଲି ଗଡ଼ ଦଖଲ ପାଇଁ ପୂରା ବଳ ଲଗାଇଲାଣି । ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟା, ପଞ୍ଚାୟତ ନିର୍ବାଚନରେ ବିଜେପିର ବିଜୟ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଆଦିକୁ ଉପନିର୍ବାଚନରେ ମୁଖ୍ୟ ଅସ୍ତ୍ର କରିବ ବିଜେପି । କଂଗ୍ରେସ ବି ନିଜ ପୂର୍ବ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କୁ ମୈଦାନକୁ ଆଣି ନିର୍ବାଚନୀ ପ୍ରତିଦ୍ୱନ୍ଦିତାକୁ ତ୍ରିକୋଣୀୟ କରିବାକୁ ପ୍ରୟାସ ଆରମ୍ଭ କରିଛି ।
Published by: Anand ST Das
First published: March 29, 2021, 11:59 PM IST