News18 Odia Digital
ଭୁବନେଶ୍ୱର: ରାଜଧାନୀ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ଉପରୁ ହଟୁନି ସସପେନ୍ସ । ହଷ୍ଟେଲର ଛାତ୍ରୀଙ୍କ ସମେତ ହଷ୍ଟେଲ ଓ କଲେଜ କତ୍ତୃପକ୍ଷଙ୍କ ମଧ୍ୟ ପଚରାଉଚରା କରାଯାଇଛି । ତଥାପି କାହିଁକି ରୁଚିକା ମହାନ୍ତି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହେଉନି । ଏବେ ସୁଧା ତଦନ୍ତରେ ହଷ୍ଟେଲରେ ରାଗିଂ କଥା ସାମ୍ନା ଆସି ନଥିବା ବେଳେ ଏବେ ତାଙ୍କ ମୋବାଇଲ ଫୋନକୁ ନେଇ ତଦନ୍ତ କରୁଛି ପୋଲିସ । ଲକ ଥିବା ମୋବାଇଲ ଖୋଲିବା ପାଇଁ ସିଙ୍ଗାପୁର ପଠାଇଥିବା ବେଳେ ରୁଚିକା ସମ୍ପର୍କିତ ତଥ୍ୟ ପାଇଁ ଏକ ନମ୍ବର ଜାରି କରିଛି ତଦନ୍ତକାରୀ ଟିମ।
ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ କହିଛନ୍ତି, "ଘଟଣା ପରଠୁ ପୋଲିସ ୩ଟି ଟିମ ଗଠନ କରି ତଦନ୍ତ କରିଥିଲା । ଏବେ ସୁଦ୍ଧା ହଷ୍ଟେଲର ୧୯୮ ଛାତ୍ରୀଙ୍କୁ ପଚରାଉଚରା କରାଯାଇଛି । ରୁଚିକାଙ୍କ ସାଙ୍ଗ ଗାଁ ସାଙ୍ଗ ମାନଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସାଇଣ୍ଟିଫିକ ଦ୍ଵାରା ତଦନ୍ତ କରାଯାଇଛି । ସାଇବର ଏକ୍ସପର୍ଟ, ଟେକନିକାଲ ଏକ୍ସପର୍ଟ ସହଯୋଗ ନିଆଯାଇଛି । ଏବେ ରୁଚିକା ମୋବାଇଲ ଫୋନରୁ ଡାଟା ରିଟ୍ରେଟ କରାଯାଉଛି । ମୋବାଇଲକୁ ଖୋଲିବା ପାଇଁ ସିଙ୍ଗାପୁର ପଠାଯାଇଛି। ମୋବାଇଲ ଖୋଲିବା ପରେ ଅଧିକ ତଥ୍ୟ ପାଇବାର ଆଶା ରଖିଛି ପୋଲିସ। ସେହିଭଳି ଏବେସୁଧା ତଦନ୍ତରେ ରାଗିଂ ସମ୍ପର୍କିତ କୌଣସି ତଥ୍ୟ ମିଳିପାରି ନାହିଁ। ତେଣୁ ରୁଚିକା ସମ୍ପର୍କିତ କୌଣସି ତଥ୍ୟ ଥିଲେ ନମ୍ୱର ରେ ଯୋଗାଯୋଗ କରିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ଅନୁରୋଧ କରାଯାଉଛି "।
ପୋଲିସ ଜାରି କରିଥିବା ନମ୍ବର ହେଲା ୭୦୭୭୭୯୮୧୧୧ । ଯଦି କେହି ରୁଚିକା ସମ୍ପର୍କରେ ତଥ୍ୟ ଦେବାକୁ ଚାହିଁବେ ତେବେ ପୋଲିସ ସେମାନଙ୍କ ନାମ ଗୋପନ ରଖି ତଦନ୍ତ କରିବ । ସେପଟେ କଲେଜ କତ୍ତୃପକ୍ଷ ଓ ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ପରେ କଲେଜ ଗେଟ ଖୋଲିବା ସହ ରୁଚିକାଙ୍କ ମା ଓ ଆନ୍ଦୋଳନକାରୀଙ୍କୁ ଉଠାଇ ନିଆଯାଇଥିଲା। ସେପଟେ ରୁଚିକାଙ୍କ ସିଡ଼ିଆର ନେଇ ଯାଞ୍ଚ ଚାଲିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ।
ପ୍ରଶ୍ନ ଉଠୁଛି ଯଦି ରାଗିଂ କଥା ସାମ୍ନାକୁ ଆସୁନି ତେବେ କାହିଁକି ସୁଇସାଇଡ଼ ନୋଟରେ ରାଗିଂ କଥା ଲେଖିଛନ୍ତି ରୁଚିକା ? ପୋଲିସ କହିବା ଅନୁସାରେ ଯଦି ରାଗିଂ ତେବେ କାହିଁକି ଆତ୍ମହତ୍ୟା କଲେ ରୁଚିକା ? ଆତ୍ମହତ୍ୟା ପଛର ପ୍ରକୃତ କାରଣ ଚାପିବାକୁ ଉଦ୍ୟମ କରୁଛି କି ପୋଲିସ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।