ହେଲମେଟ ନ ପିନ୍ଧିଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ; ଆକ୍ସନ ପାଇଁ ପ୍ରସ୍ତୁତ RTO ଓ ପୋଲିସ

ଏ ପର୍ଯ୍ୟନ୍ତ ବାଇକ୍ ଚଳାଇବା ବେଳେ ହେଲମେଟ ପିନ୍ଧୁ ନ ଥିବା ଲୋକଙ୍କ ଠାରୁ କେବଳ ଫାଇନ୍ ନେଇ ସେମାନଙ୍କୁ ଛାଡ଼ି ଦିଆଯାଉଥିଲା । ହେଲେ ଏବେ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବି ତିନି ମାସ ପାଇଁ ବାତିଲ୍ କରାଯିବ ।

ହେଲମେଟ ନ ପିନ୍ଧିଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ; ଆକ୍ସନ ପାଇଁ ପ୍ରସ୍ତୁତ RTO ଓ ପୋଲିସ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 20, 2020, 11:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ହେଲମେଟ ନ ପିନ୍ଧି ବାଇକ୍‌ ଚଳାଉଥିଲେ ସାବଧାନ । ଆଗକୁ ନିସ୍ତାର ନାହିଁ। ବାତିଲ ହେବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ । ଏଭଳି କଠୋର ଆଭିମୁଖ୍ୟ ପୋଷଣ କରିଛି ରାଜ୍ୟ ପରିବହନ ବିଭାଗ । ଏଣିକି ହେଲମେଟ ନ ପିନ୍ଧିଲେ ତିନି ମାସ ପାଇଁ କ୍ୟାନସଲ ହେବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ । ଖାଲି ସେତିକି ନୁହେଁ, ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ବି ପଡ଼ିବ ତଣ୍ଡ ।

ଦିନକୁ ଦିନ ରାଜ୍ୟରେ ସଡ଼କ ଦୁର୍ଘଟଣା ହାର ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ବି ଅନେକ ବୃଦ୍ଧି ପାଇଛି । ସଡ଼କ ସୁରକ୍ଷା କମିଟିର ତଥ୍ୟ ଅନୁଯାୟୀ ୨୦୨୦-୨୧ ମାର୍ଚ୍ଚ ସୁଦ୍ଧା ୨୦ ପ୍ରତିଶତ ଦୁର୍ଘଟଣା କମାଇବା ପାଇଁ ସରକାର ପଦକ୍ଷେପ ନେବା ଦରକାର । ମାତ୍ର କମିବା ତ ଦୂରର କଥା, ୭ରୁ ୮ ପ୍ରତିଶତ ଦୁର୍ଘଟଣା ହାର ବୃଦ୍ଧି ପାଇଛି । ଅଧିକ ଚିନ୍ତାଜନକ କଥା ହେଲା ୫୦ ପ୍ରତିଶତ ଲୋକ ବାଇକ ଜନିତ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି। ଏହାକୁ ଆଖି ଆଗରେ ରଖି ଆଗକୁ ଯାଞ୍ଚ ଜୋରଦାର ହେବା ନେଇ ସୂଚନା ଦେଇଛନ୍ତି ଆରଟିଓ ।

ଏହା ବି ପଢ଼ନ୍ତୁ | ପଞ୍ଜାବରେ କାର୍ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ପରେ କାର୍ ଭିତରେ ଜଳି ମଲେ ଜଣ ଲୋକ

‘‘ଏ ପର୍ଯ୍ୟନ୍ତ ବାଇକ୍‌ ଚଳାଇବା ବେଳେ ହେଲମେଟ ପିନ୍ଧୁ ନ ଥିବା ଲୋକଙ୍କ ଠାରୁ କେବଳ ଫାଇନ୍‌ ନେଇ ସେମାନଙ୍କୁ ଛାଡ଼ି ଦିଆଯାଉଥିଲା । ହେଲେ ଏବେ ନିୟମ କଡ଼ାକଡ଼ି ପାଳନ ହେବ ଓ ହେଲମେଟ ପିନ୍ଧି ନ ଥିବା ବାଇକ ଚାଳକମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବି ତିନି ମାସ ପାଇଁ ବାତିଲ୍‌ କରାଯିବ,’’ କହିଛନ୍ତି ଆରଟିଓ-୧ ପ୍ରଦୀପ ମହାନ୍ତି।

ହେଲମେଟ ପିନ୍ଧିବାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟରେ ବହୁତ ପ୍ରକାର ପଦକ୍ଷେପ ନିଆଯାଇଛି। ‘‘ବାରମ୍ବାର ଲୋକଙ୍କୁ ସଚେତନ କରାଯାଇଛି । ପଥପ୍ରାନ୍ତ ନାଟକ ଓ ମୋବାଇଲ ଭ୍ୟାନ ଜରିଆରେ ବି ଲୋକଙ୍କୁ ସଚେତନ କରାଯାଇଛି । ୧,୦୦୦ ଟଙ୍କା ଲେଖାଏଁ ଜୋରିମାନା ବି ଆଦାୟ କରାଯାଉଛି। ତଥାପି ଲୋକେ ମାନୁନାହାନ୍ତି । ତେଣୁ ଏବେ ଲାଇସେନ୍ସ ବାତିଲ କରିବାକୁ କଠୋର ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର,’’ କହିଛନ୍ତି ମହାନ୍ତି।

ଏହା ବି ପଢ଼ନ୍ତୁ | Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ

ଗତ ୯ ତାରିଖରେ ସୁପ୍ରିମ କୋର୍ଟର ଏକ କମିଟି ପକ୍ଷରୁ ହୋଇଥିବା ଆଲୋଚନାରେ ଏହାର ସମାଧାନ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ସରକାରୀ ତଥ୍ୟ ଅନୁସାରେ ୨୦୧୯ରେ ରାଜ୍ୟରେ ୧୧,୦୬୪ଟି ସଡ଼କ ଦୁର୍ଘଟଣା ହୋଇଥିଲା ଓ ସେଥିରୁ ୪,୬୮୮ଟି ବାଇକଜନିତ ଦୁର୍ଘଟଣା ମାମଲା ଥିଲା । ୨୦୧୯ରେ ୫,୩୩୩ ଜଣ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା, ଆଉ ସେଥିରୁ ୨,୩୯୮ ଜଣ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ସେମାନଙ୍କ ମଧ୍ୟରୁ ବିନା ହେଲମେଟରେ ବାଇକ୍‌ ଚଳାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ଥିଲା ୨,୧୫୬ । ୨୦୧୯ରେ ବିନା ହେଲମେଟରେ ବାଇକ୍‌ ଚଳାଉଥିବା ବେଳେ ସାଢ଼େ ୮ ଲକ୍ଷ ଲୋକ ପୋଲିସ ଓ ଆରଟିଓ ହାତରେ ଧରା ପଡ଼ିଛନ୍ତି।

‘‘ସରକାର ଖାଲି ନିୟମ କରୁଛନ୍ତି। କିନ୍ତୁ ତାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ମାନବ ସମ୍ବଳ ନାହିଁ। ପ୍ରଥମେ ବିଭିନ୍ନ ବିଭାଗକୁ ଆବଶ୍ୟକୀୟ ମାନବ ସମ୍ବଳ ଦିଅନ୍ତୁ । ତା’ ପରେ ନୂଆ ନିୟମ କରିବେ,’’ କହିଛନ୍ତି ସଡ଼କ ସୁରକ୍ଷା ସମିତିର ସଦସ୍ୟ ସୁବ୍ରତ ନନ୍ଦ । ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବା ନେଇ ପ୍ରଥମେ ଲୋକଙ୍କୁ ସଚେତନ କରାଯିବା ଦରକାର ବୋଲି ସେ କହିଛନ୍ତି ।



ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଭୁବନେଶ୍ୱର ବାସିନ୍ଦାମାନେ । ‘‘ଆମ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଆମେ ଯଦି ନ ମାନିବା କେମିତି ହେବ? ସରକାର ଭଲ ପଦକ୍ଷେପ ନେଇଛନ୍ତି । ଏହା ଦ୍ୱାରା ଅମାନିଆମାନେ ସାବାଡ଼ ହେବେ,’’ କହିଛନ୍ତି ନୟାପଲ୍ଲୀ ବାସିନ୍ଦା ହରିହର ପାତ୍ର ।
Published by: Anand Shankar Thankur Das
First published: November 20, 2020, 11:55 PM IST
corona virus btn
corona virus btn
Loading