ଭୁବନେଶ୍ବର ରାସ୍ତା ଉପରେ Murder: ୫୦,୦୦୦ ଟଙ୍କାର ସୁପାରି ମିଳିଥିଲା; ୨ ହତ୍ୟାକାରୀ ଗିରଫ ହେଲେ

୫୦,୦୦୦ ଟଙ୍କାର ସୁପାରି ରାଶିରୁ ଅଗ୍ରୀମ ଆକାରରେ ୧୦ ହଜାର ଟଙ୍କା ପାଇବା ପରେ ମିଠା ବ୍ୟବସାୟୀଙ୍କୁ ଅକ୍ଟୋବର ୪ ତାରିଖ ଦିନ ଦି’ପହରରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଫାର୍ସାରେ ହାଣି ହତ୍ୟା କରିଥିଲେ ସୁପାରି କିଲର୍ ଆଶୁତୋଷ ମହାନ୍ତି ଓ ଶ୍ରୀତିକ ବିଶ୍ବାଳ ।

ଭୁବନେଶ୍ବର ରାସ୍ତା ଉପରେ Murder: ୫୦,୦୦୦ ଟଙ୍କାର ସୁପାରି ମିଳିଥିଲା; ୨ ହତ୍ୟାକାରୀ ଗିରଫ ହେଲେ
ଦୁଇ ସୁପାରି କିଲର୍; ହତ୍ୟା ସମୟର CCTV ଫୁଟେଜ; ପତ୍ନୀଙ୍କ କୋଳରେ ରାସ୍ତାରେ ପ୍ରାଣ ତ୍ୟାଗିଥିଲେ ଶମ୍ଭୁ
  • News18 Odia
  • Last Updated: October 12, 2020, 5:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀର ସାମନ୍ତରାପୁରରେ ଏକ ରାସ୍ତା ଉପରେ ଅକ୍ଟୋବର ୪ ତାରିଖ ଦିନ ମିଠା ବ୍ୟବସାୟୀ ଶମ୍ଭୁ ସାହୁଙ୍କୁ ଗୋଡ଼େଇ ଗୋଡ଼େଇ ଏକ ଫାର୍ସାରେ ହାଣି ହତ୍ୟା କରାଯାଇଥିଲା । ଏହି ହତ୍ୟା ପାଇଁ ୫୦ ହଜାର ଟଙ୍କାର ସୁପାରି ଦିଆଯାଇଥିଲା ବୋଲି ପୋଲିସର ତଦନ୍ତରୁ ଜଣାପଡ଼ିଛି ।

୫୦,୦୦୦ ଟଙ୍କାର ସୁପାରି ରାଶିରୁ ଅଗ୍ରୀମ ଆକାରରେ ୧୦ ହଜାର ଟଙ୍କା ଦିଆଯାଇଥିଲା ସୁପାରି କିଲରଙ୍କୁ । ମାତ୍ର ୧୦ ହଜାର ଟଙ୍କା ନେଇ ଶମ୍ଭୁଙ୍କୁ ଦିନ ଦିପହରରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ ଦୁଇ ସୁପାରି କିଲର – ଆଶୁତୋଷ ମହାନ୍ତି ଓ ଶ୍ରୀତିକ ବିଶ୍ବାଳ । ଏହି ଦୁଇ ଜଣଙ୍କୁ ଗିରଫ କରିବା ସହ ଏହି ଚାଞ୍ଚଲ୍ୟକର ତଥ୍ୟର ଖୁଲାସା କରିଛି କମିଶନରେଟ୍ ପୋଲିସ ।

ସୁପାରି କିଲର ଆଶୁତୋଷ ମହାନ୍ତି ଓ ଶ୍ରୀତିକ ବିଶ୍ବାଳଙ୍କୁ କନ୍ଧମାଳର ତୁମୁଡ଼ିବନ୍ଧରୁ ଗିରଫ କରାଯାଇଥିଲା ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ । ଏହି ଦୁଇ ସୁପାରି କିଲରଙ୍କୁ ସହଯୋଗ କରିଥିବା ଅଭିଯୋଗରେ ଆଉ ଜଣଙ୍କୁ ମଧ୍ୟ ସେହି ତୁମୁଡ଼ିବନ୍ଧରୁ ଗିରଫ କରିଛି ପୋଲିସ ।

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।


‘‘ବ୍ୟାବସାୟିକ ଶତ୍ରୁତାରୁ ଶମ୍ଭୁଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲେ ରାଜା ବେହେରା । ଗିରଫ ଦୁଇ ଜଣ ସୁପାରି କିଲର ଆଶୁତୋଷ ମହାନ୍ତି ଓ ଶ୍ରୀତିକ ବିଶ୍ବାଳଙ୍କ ସହ ଡିଲ୍ ହୋଇଥିଲା ୫୦ ହଜାର ଟଙ୍କାର । ଏଥି ପାଇଁ ଅଗ୍ରୀମ ଦିଆଯାଇଥିଲା ୧୦ ହଜାର ଟଙ୍କା । ହତ୍ୟା ପରେ ବାକି ୪୦ ହଜାର ଟଙ୍କା ଓ ଓକିଲ ଖର୍ଚ୍ଚ ଦିଆଯିବ ବୋଲି ଡିଲ୍ ହୋଇଥିଲା । ସୁପାରି ପାଇବା ପରେ ମର୍ଡର ପ୍ଲାନ ପ୍ରସ୍ତୁତ କରିଥିଲେ ଆଶୁତୋଷ ଓ ଶ୍ରୀତିକ । ଘଟଣା ଦିନ ଆଶୁତୋଷ ବାଇକ୍ ଚଳାଉଥିବା ବେଳେ ପଛରେ ବସିଥିଲା ଶ୍ରୀତିକ । ଶମ୍ଭୁଙ୍କୁ ହାଣିବା ପରେ ଶ୍ରୀତିକକୁ ବାଇକରେ ବସାଇ ପଳାଇଥିଲା ଆଶୁତୋଷ,’’ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଏହା ବି ପଢ଼ନ୍ତୁ | ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା

ଏହା ବି ପଢ଼ନ୍ତୁ | ସରକାରୀ କର୍ମଚାରୀଙ୍କୁ ଦୀପାବଳି ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ଉପହାର! ବର୍ତ୍ତମାନ ବୁଲିବା ପାଇଁ ମିଳିବ ସ୍ୱତନ୍ତ୍ର Vouchers

ଏହି ଦୁଇ ସୁପାରି କିଲରଙ୍କୁ ଆତ୍ମଗୋପନ କରିବା ପାଇଁ ସୁଯୋଗ ଦେଇଥିବା ଅଭିଜିତ ସାହୁଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ରାଜା ବେହେରା ଭୁବନେଶ୍ଵର ଏସଡିଜେଏମଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲା ।



ତା’ ପରେ ଏହି ମାମଲାରେ ଦିଲ୍ଲିପ ବେହେରା, ସସ୍ମିତା ବେହେରା, ଦିଲ୍ଲିପଙ୍କ ବାପା ବଳରାମ ବେହେରା, ବିଶ୍ଵଜିତ ବାରିକ ଓ ରଶ୍ମିରଞ୍ଜନ ବାରିକଙ୍କୁ ମଧ୍ଯ ଗିରଫ କରାଯାଇଥିଲା l ଆଜିର ଏହି ତିନି ଜଣଙ୍କୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ଆଠ ଜଣ ଗିରଫ ହୋଇସାରିଲେଣି ।

ସେହି ଦୁଃସାହସିକ ଓ ଜଘନ୍ୟ ହତ୍ୟାକାଣ୍ଡ ବିଷୟରେ ଏଇଠି କ୍ଲିକ୍‌ କରି ପଢ଼ନ୍ତୁ । ଦିନ ଦ୍ୱିପହରେ ଘଟିଥିବା ସେହି ହତ୍ୟାକାଣ୍ଡ ରାଜଧାନୀ ଭୁବନେଶ୍ୱରର ବାସିନ୍ଦାମାନଙ୍କ ହୃଦୟକୁ ଦୋହଲାଇ ଦେଇଥିଲା ।
Published by: Anand Shankar Thankur Das
First published: October 12, 2020, 5:18 PM IST
corona virus btn
corona virus btn
Loading