News18 Odia Digital
ଭୁବନେଶ୍ୱର: ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ । ରାଜଧାନୀ ଉପକଣ୍ଠ ତମାଣ୍ଡୋରୁ ଗଞ୍ଜେଇ ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଜବତ ଗଞ୍ଜେଇ ପରିମାଣ ୫୦ଲକ୍ଷ ହେବ । ବ୍ରହ୍ମପୁରରୁ ବିହାର ହେଉଥିଲା ଗଞ୍ଜେଇ ଚୋରା ଚାଲାଣ।
ଏସଟିଏଫ ସୂଚନାଯୋଗ୍ୟ ଅନୁସାରେ, ପୁଷ୍ପା ଫିଲ୍ମ ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ। ପୋଲିସକୁ ଚକମା ଦେବାକୁ ଟ୍ରକ ଭିତରେ ସିକ୍ରେଟ ଚାମ୍ବର କରି ମାଫିଆ କରୁଥିଲେ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ। ରେଡ଼ ପରେ ଗାଡି ଭିତରୁ ଜବତ ହେଲା ୧୦ କୁଇଣ୍ଟାଲ ଗଞ୍ଜେଇ। ମାଫିଆମାନେ ହାଇୱା ଗାଡ଼ିରେ ବାହାରେ ପିଚୁ ବୋଳି ଟ୍ରକ ଭିତରେ ସିକ୍ରେଟ ଚାମ୍ବର କରିଥିଲେ । ଯାହା ପୁରା ପୁଷ୍ପା ସିନେମାଠୁ କୋଉ ଗୁଣରେ କମ ନଥିଲା।

ଟ୍ରକ ଭିତରେ ସିକ୍ରେଟ ଚାମ୍ବର
"ବ୍ରହ୍ମପୁରରୁ ବିହାରକୁ ଚୋରା ଚାଲାଣ ହେଉଥିଲା ଜବତ ଗଞ୍ଜେଇ। ବିହାରର ଟ୍ରକ ଡ୍ରାଇଭର ରାଜେଶ ସିଂ କରୁଥିଲା ଚାଲାଣ। ପୋଲିସକୁ ଚକମା ଦେବାକୁ ଗାଡ଼ି ଡାଲା ଭିତରେ ହୋଇଥିଲା ସିକ୍ରେଟ ଚାମ୍ବର। ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇବା ପରେ ଆମେ ତମାଣ୍ଡୋ ନିକଟରେ ଆମେ ସମ୍ପୃକ୍ତ ଗାଡ଼ିକୁ ଯାଞ୍ଚ କରିବା ପରେ ଗଞ୍ଜେଇ ଜବତ କରିଛୁ। ପରେ ଦେଖିଲୁ ଗାଡିର ନମ୍ବର ପ୍ଲେଟ ମାଧ୍ୟ ନକଲ କାରାଯାଇଛି ତେବେ ଏତେ ଗଞ୍ଜେଇ କାହାପାଖକୁ ଯାଉଥିଲା ସେନେଇ ଆମେ ତଦନ୍ତ କରୁଛୁ," କହିଛନ୍ତି ଏସଟିଏଫ ଏସପି ବିଳାସିନୀ ନାୟକ।
ସୂଚନାଯୋଗ୍ୟ, ୨୦୨୦ ରୁ ନିଶା କାରବାର ରୋକିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଅପରେସନର ଅଢେଇ ବର୍ଷ ମଧ୍ୟରେ ରାଜ୍ୟରୁ ଜବତ ହୋଇଛି ୫୨ କିଲୋ ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ୍ ଓ ୨୦୨ ଗ୍ରାମ କୋକେନ୍ । ପ୍ରଶ୍ନ ଉଠୁଛି ବାରମ୍ବାର ରେଡ଼ ସତ୍ତ୍ୱେ ଏତେ ପରିମାଣର ନିଶା କାରାବର ହେଉଛି କେମିତି ? ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ କିଏ ?
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।