PM Kisan: କେନ୍ଦ୍ର ସରକାର ଏହି ମାସ କୃଷକମାନଙ୍କ ଆକାଉଣ୍ଟକୁ ୪,୦୦୦ ଟଙ୍କା ଟ୍ରାନ୍ସଫର୍ କରିପାରନ୍ତି

Farmers likely to get Rs 4,000 under PM KISAN this month | କୃଷକମାନଙ୍କୁ ପ୍ରଧାନ ମନ୍ତ୍ରୀ କିଷାନ ଯୋଜନାର ଦୁଇ ଗୁଣ ଲାଭ ମିଳିବାକୁ ଯାଉଛି । ହେଲେ ଅନେକ କୃଷକ ଏ ପର୍ଯ୍ୟନ୍ତ ଜାଣି ନାହାନ୍ତି କେମିତି ଏହି ଯୋଜନା ପାଇଁ ନିଜକୁ ପଞ୍ଜୀକୃତ କରିବାକୁ ହୁଏ ।

PM Kisan: କେନ୍ଦ୍ର ସରକାର ଏହି ମାସ କୃଷକମାନଙ୍କ ଆକାଉଣ୍ଟକୁ ୪,୦୦୦ ଟଙ୍କା ଟ୍ରାନ୍ସଫର୍ କରିପାରନ୍ତି
ଏହି ଯୋଜନା ପାଇଁ ପଞ୍ଜୀକୃତ ହେବା ମାତ୍ରେ କୃଷକମାନେ ୪,୦୦୦ ଟଙ୍କା ପାଇବେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶର କୃଷକମାନଙ୍କ ବ୍ୟାଙ୍କ ଏକାଉଣ୍ଟକୁ କେନ୍ଦ୍ର ସରକାର (Central Government) ଚଳିତ ମାସ ୪,୦୦୦ ଟଙ୍କା ଟ୍ରାନ୍ସଫର୍‌ କରିପାରନ୍ତି । ପ୍ରଧାନ ମନ୍ତ୍ର କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଅଧୀନରେ କୃଷକମାନେ ଖୁବ୍‌ ଶୀଘ୍ର ୪,୦୦୦ ଟଙ୍କା ପାଇବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି ।

କିଛି ଦିନ ତଳେ କେନ୍ଦ୍ର ସରକାର କୃଷକମାନଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କାର ଅଷ୍ଟମ କିସ୍ତି ଜମା କରିଥିଲେ । ଯଦି ଆପଣ ବି ଏହି ଟଙ୍କା ପାଇବାକୁ ଚାହୁଁଛନ୍ତି, ତେବେ ତୁରନ୍ତ ନିଜକୁ ପଞ୍ଜୀକରଣ କରାନ୍ତୁ । କିସାନ୍ ସମ୍ମାନ୍ ନିଧି ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ ନଅ କୋଟିରୁ ଅଧିକ ଚାଷୀ ପଞ୍ଜୀକୃତ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

ଅନେକ କୃଷକ ଏ ପର୍ଯ୍ୟନ୍ତ ଜାଣି ନାହାନ୍ତି କେମିତି ଏହି ଯୋଜନା ପାଇଁ ନିଜକୁ ପଞ୍ଜୀକୃତ କରିବାକୁ ହୁଏ । ଏଥି ପାଇଁ ପ୍ରଥମେ ଆପଣଙ୍କୁ ଏହି ଯୋଜନାର ଅଧିକୃତ ୱେବସାଇଟ୍‌ pmkisan.gov.in ପରିଦର୍ଶନ କରିବାକୁ ପଡ଼ିବ । ସେଇଠି ଆପଣ ଏକ ଫର୍ମ ଦେଖିବା ଓ ତାକୁ ପୂରଣ କରିବେ । ପଞ୍ଜୀକରଣ ପରେ ଏହି ଟଙ୍କା କେନ୍ଦ୍ର ସରକାର ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ ।

ଏହା ବି ପଢ଼ନ୍ତୁ | କୁକୁଡ଼ାମାନେ ଅଣ୍ଡା ଦେବା ବନ୍ଦ କରିଦେଲେ ବୋଲି ଥାନାକୁ ଯାଇ ଅଭିଯୋଗ କଲେ ଏହି ବ୍ୟକ୍ତି

୪,୦୦୦ ଟଙ୍କାର ଲାଭ କେମିତି ପାଇବେ?
ଏମିତି ବି ଅନେକ କୃଷକ ଥିବା ଜଣାପଡ଼ିଛି ଯେଉଁମାନେ ଏହି ଯୋଜନାରେ ପଞ୍ଜୀକୃତ ହୋଇ ନ ଥିବାରୁ ୨,୦୦୦ ଟଙ୍କାର ଗତ ରାଶି ବି ପାଇ ନାହାଁନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ କୃଷକମାନଙ୍କ ପାଖରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ପଞ୍ଜୀକୃତ ହୋଇପାରିବାର ସୁଯୋଗ ଅଛି । ଯଦି ଏହା ଅନୁମୋଦିତ ହୁଏ, ତେବେ ଏପ୍ରିଲ୍-ଜୁଲାଇର କିସ୍ତି ଜୁଲାଇ ମାସରେ ମିଳିବ ଓ ଅଗଷ୍ଟ ମାସର ନୂଆ କିସ୍ତି ମଧ୍ୟ ଆପଣଙ୍କ ଆକାଉଣ୍ଟରେ ଆସିବ । ଅର୍ଥାତ ଆପଣ ଦୁଇଟି ଯାକ କିସ୍ତିର ଲାଭ ଏକା ସାଙ୍ଗରେ ପାଇପାରିବେ ।

 ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଭାଉଜ ପଞ୍ଚମ ଥର ମା’ ହୋଇପାରିଲେନି ବୋଲି ଭଉଣୀ ଗର୍ଭବତୀ ହେଲେ, ଭାଇର ପିଲାକୁ ଜନ୍ମ ଦେଲେ

କିପରି ପଞ୍ଜିକରଣ କରିବେ:

  1. ଆପଣଙ୍କୁ ପ୍ରଥମେ pmkisan.gov.in ୱେବସାଇଟକୁ ଯିବାକୁ ପଡି଼ବ ।

  2. ସେଠାରେ ଫାର୍ମର୍ସ କର୍ଣ୍ଣର (Farmers Corner) ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ହେବ ।

  3. ଏବେ ଆପଣଙ୍କୁ ନୂଆ କୃଷକ ପଞ୍ଜୀକରଣ (New Farmer Registration) ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡି଼ବ ।

  4. ଏବେ ଏକ ନୂଆ ଟ୍ୟାବ୍ ଖୋଲିବ, ଯେଉଁଥିରେ ଆଧାର ନମ୍ବର ଓ କ୍ୟାପଚା କୋଡ୍ ପ୍ରବେଶ କରିବାକୁ ପଡି଼ବ ।

  5. ବର୍ତ୍ତମାନ ଆପଣଙ୍କୁ ନିଜ ବ୍ୟକ୍ତିଗତ ବିବରଣୀ ଓ ଆପଣଙ୍କ ଜମିର ବିବରଣୀ ଦେବାକୁ ପଡି଼ବ ।

  6. ସବୁ ସୂଚନା ଭର୍ତ୍ତି କରିବା ପରେ Submit (ଦାଖଲ) ବଟନ୍ ଉପରେ କ୍ଲିକ୍ କରିବାକୁ ହେବ ।




ଯଦି ଜଣେ କୃଷକ ଜୁନ୍ ମାସରେ ପଞ୍ଜୀକୃତ ହୁଅନ୍ତି, ତେବେ ତାଙ୍କୁ ଏହି ଯୋଜନାର ପ୍ରଥମ କିସ୍ତି (ଅଷ୍ଟମ କିସ୍ତି) ଜୁଲାଇ ମାସରେ ମିଳିବ । ସେ ଆଗାମୀ କିସ୍ତି ମଧ୍ୟ ପାଇବେ, ଯାହାକୁ ସରକାର ସାଧାରଣତଃ ଅଗଷ୍ଟ ମାସରେ ସ୍ଥାନାନ୍ତର କରନ୍ତି । ଏହାର ଅର୍ଥ ହେଉଛି ଯେ କୃଷକମାନଙ୍କୁ ପ୍ରଧାନ ମନ୍ତ୍ରୀ କିଷାନ ଯୋଜନାର ଦୁଇ ଗୁଣ ଲାଭ ମିଳିବାକୁ ଯାଉଛି । ଏହି ଯୋଜନା ପାଇଁ ପଞ୍ଜୀକୃତ ହେବା ମାତ୍ରେ କୃଷକମାନେ ୪,୦୦୦ ଟଙ୍କା ପାଇବେ ।
Published by: Anand ST Das
First published: June 21, 2021, 9:06 PM IST